ବିଜେପୁର: ବରଗଡ ଜିଲ୍ଲା ଅନ୍ତର୍ଗତ ବିଜେପୁର ବ୍ଲକ ବଡ଼ବାଉସେନ ପେକ୍ସ ଅଧୀନ ଖରମୁଣ୍ଡା ପିପିସିରେ ଧାନ କ୍ରୟ ପ୍ରକ୍ରିୟାକୁ ନେଇ ସାମ୍ନାକୁ ଆସିଥିବା ଅସାଧାରଣ ତଥ୍ୟ ପରେ ପ୍ରଶାସନ କଡ଼ା ପଦକ୍ଷେପ ଗ୍ରହଣ କରିଛି।
ରେକର୍ଡ ଅନୁଯାୟୀ, ଗୋଟିଏ ଟ୍ରାକ୍ଟର ୫ ମିନିଟ୍ରେ ୨୮ କିଲୋମିଟର ଦୂରତା ଅତିକ୍ରମ କରିଥିବା ଦର୍ଶାଯାଇଥିଲା। ସେଥିସହ ଏକେ ଗାଡ଼ି ନମ୍ବରରେ ଦୁଇଟି ଟ୍ରାନଜିଟ ପାସ ଜାରି ହୋଇଥିବା ଓ ସମୟ ମାର୍ଜିନ୍ରେ ଅସମଞ୍ଜସତା ଚିହ୍ନଟ ହୋଇଥିଲା। ଏହା ଫଳରେ ଧାନ କ୍ରୟ ପ୍ରଣାଳୀର ପାରଦର୍ଶିତା ଉପରେ ଗଭୀର ପ୍ରଶ୍ନ ଉଠିଥିଲା।ପେକ୍ସ ପକ୍ଷରୁ ଏହାକୁ “ସର୍ଭର ତ୍ରୁଟି” ବୋଲି କୁହାଯାଇଥିଲେ ମଧ୍ୟ କୃଷକ ମହଳ ଏହାକୁ ସରଳ ଭାବେ ଗ୍ରହଣ କରିନଥିଲେ l ଚାଷୀନେତା ରମେଶ ମହାପାତ୍ର ଅନ୍ୟ ମଣ୍ଡିମାନଙ୍କ ଏଣ୍ଟ୍ରି ଯାଞ୍ଚ ପାଇଁ ଦାବି କରିଥିଲେ।ତଦନ୍ତ ଓ ଆକ୍ସନ ଘଟଣାର ତଦନ୍ତ ପାଇଁ ଗଠିତ ୬ ଜଣିଆ କମିଟି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଥିଲା। ରିପୋର୍ଟ ଆଧାରରେ (SRCS) ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ବଡ଼ ବାଉସେନ ପ୍ୟାକ୍ସର ଡିଇଓ ରଞ୍ଜନ ସାହୁ ନିଲମ୍ବିତ ଖରମୁଣ୍ଡା ମାର୍କେଟ ଇନ୍ଚାର୍ଜ ମିନକେତନ ସାହୁ ନିଲମ୍ବିତ ପ୍ୟାକ୍ସ ସମ୍ପାଦକ ଦୀପକ କୁମାର ସାହୁଙ୍କୁ କାରଣଦର୍ଶାଓ ନୋଟିସ୍ ତଦନ୍ତରେ ଜାଲ୍ ପଞ୍ଜୀକରଣ ମାଧ୍ୟମରେ ଅନିୟମିତତା ସାବ୍ୟସ୍ତ ହୋଇଥିବା ସୂଚନା ମିଳିଛି। ପ୍ରଶାସନର ସ୍ପଷ୍ଟ ସନ୍ଦେଶ ଜିଲ୍ଲା ପ୍ରଶାସନ ସ୍ପଷ୍ଟ କରିଛି ଯେ ଧାନ କିଣାବିକାରେ କୌଣସି ପ୍ରକାରର ଜାଲିଆତି କିମ୍ବା ଅନିୟମିତତାକୁ ବରଦାସ୍ତ କରାଯିବ ନାହିଁ। ଆଗାମୀ ଦିନରେ ଏପରି ଅଭିଯୋଗ ଆସିଲେ ଅଧିକ କଡ଼ା ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି।ବରଗଡ଼ ଜିଲ୍ଲା ରାଜ୍ୟର ପ୍ରମୁଖ ଧାନ ଉତ୍ପାଦନ ଅଞ୍ଚଳ ହେବାରୁ ଏଠାରେ ଧାନ କ୍ରୟ ପ୍ରକ୍ରିୟା ଉପରେ ଯେକୌଣସି ସନ୍ଦେହ ହଜାର ହଜାର ଚାଷୀଙ୍କ ଆର୍ଥିକ ହିତ ସହ ସମ୍ପୃକ୍ତ। ତେଣୁ ଏହି ଆକ୍ସନ୍କୁ କୃଷକ ମହଳ ସ୍ବାଗତ କରିଥିବା ଜଣାପଡ଼ିଛି।
Sign in
Sign in
Recover your password.
A password will be e-mailed to you.