ଜଗତସିଂହପୁର ତା ୨୧.୦୨.୨୦୨୬ ସୁମନ୍ତ କୁମାର ଦାସ: କୃଷି ବିଜ୍ଞାନ କେନ୍ଦ୍ର ଜଗତସିଂହପୁର ପରିସରରେ ଏକବିଂଶତମ ବୈଜ୍ଞାନିକ ଉପଦେଷ୍ଟା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକଟି ପ୍ରଫେସର୍ ପ୍ରସନ୍ନଜିତ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା ଏବଂ ଡ଼ ଶ୍ରବାଣୀ ଦାସ (ଯୁଗ୍ମ ନିର୍ଦ୍ଦେଶକ, ସୂଚନା) ପରିଚାଳନ କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ସଫଳତା ଏବଂ ଆଗାମୀ ବର୍ଷର ବାର୍ଷିକ ଖସଡ଼ା ପ୍ରସ୍ତୁତ ନିମନ୍ତେ ଏହି ବୈଠକଟି ଉଦ୍ଧିଷ୍ଟ। ଡ଼ କଲ୍ୟାଣ ସୁନ୍ଦର ଦାସ, ପ୍ରମୁଖ ବୈଜ୍ଞାନିକ, ଅଟାରି କଲିକତା ଆଭାସୀ ମାଧ୍ୟମ ରେ ଯୋଗଦାନ କରି କୃଷି ବିଜ୍ଞାନ କେନ୍ଦ୍ରର ଉନ୍ନତି ନିମନ୍ତେ ସୁଚିନ୍ତିତ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଓଡିଶା କୃଷି ଓ ବୈଷୟିକ ବିଶ୍ଵ ବିଦ୍ୟାଳୟରୁ ମୁଖ୍ୟ, କୃଷି ପାଣିପାଗ ବିଭାଗ ପ୍ରଫେସର୍ ତୁଷାର ରଂଜନ ମହାନ୍ତି ,ସହଯୋଗୀ ଗବେଷଣା ନିର୍ଦ୍ଦେଶକ, ଆଞ୍ଚଳିକ କୃଷି ଗବେଷଣା ଓ ସମ୍ପ୍ରସାରଣ କେନ୍ଦ୍ର ଭୁବନେଶ୍ୱର ପ୍ରଫେସର୍ ପ୍ରମୋଦ କୁମାର ପଣ୍ଡା ଯୋଗ ଦେଇ ମୂଲ୍ୟବାନ୍ ମନ୍ତବ୍ୟ ପ୍ରଦାନ କରିଥିଲେ।କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ଼ ଜୀବନଜିତ୍ ସେନ୍ କେନ୍ଦ୍ରର ବାର୍ଷିକ ବିବରଣୀ ପାଠ କରିବା ସହ ଆଗାମୀ ବର୍ଷର କାର୍ଯ୍ୟକ୍ରମ ଖସଡ଼ା ଉପସ୍ଥାପନା କରିଥିଲେ । ଏଥିରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ କୁଳମଣି ବାରିକ୍, ପ୍ରାଣୀ ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ ଅଜୟ କୁମାର ସାହୁ, ମତ୍ସ୍ୟ ଅଧିକାରୀ ତିର୍ତ୍ତୋଲ ଗୋବିନ୍ଦ ପ୍ରଧାନ, ସହକାରୀ ନିର୍ଦ୍ଦେଶକ ମୃତ୍ତିକା ସଂରକ୍ଷଣ ମୋନାଲିସ ହୋତା, ଲିଡ୍ ବ୍ୟାଙ୍କ୍ ପ୍ରବନ୍ଧକ ଅନିଲ୍ କୁମାର ପ୍ରଧାନ,ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ ପ୍ରତିନିଧି ପ୍ରିୟଙ୍କା ପଟ୍ଟନାୟକ, ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ସତ୍ୟରଞ୍ଜନ ଦାସ ,ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ, କୃଷି ବିଜ୍ଞାନ କେନ୍ଦ୍ର କଟକ, କେନ୍ଦ୍ରାପଡ଼ା ଓ ପୁରୀ ଯୋଗଦେଇ ସୁଚିନ୍ତିତ ମତାମତ ଓ ଉପଦେଶ ଦେଇଥିଲେ । ଏହି ଜିଲ୍ଲାର ଚାରି ଜଣ ଅଗ୍ରଣୀ ଚାଷୀ ପ୍ରତିନିଧି ପ୍ରମୁଖ ଯୋଗ ଦେଇ ନିଜର ଚାଷ ରେ ସୁବିଧା ଅସୁବିଧା ଜଣାଇଥିଲେ। ଏହି ଅବସରରେ ସମାଚାର ପତ୍ରିକା, କୃଷିଶ୍ରୀ ସହିତ ଅନ୍ୟାନ୍ୟ ୫ ଗୋଟି କୃଷି ଭିତ୍ତିକ ଉପାଦେୟ ପୁସ୍ତକ ଉନ୍ମୋଚନ ହୋଇଥିଲା ।ବୈଠକରେ ବନ୍ୟା ସହଣୀ କିସମ, ଲୁଣା କିସମ ଧାନର ଗବେଷଣା, ଲବଣତ୍ଵ ମୃତ୍ତିକା ପରିଚାଚାଳନା, ଗୋପାଳନ ରେ ସ୍ୱଳ୍ପ ଖର୍ଚ୍ଚରେ ଖାଦ୍ୟ, ଉନ୍ନତ ପ୍ରଜାତିର ମୁଗ ଚାଷ, ଦେଶୀ କିସମ ରୋଗ ପୋକ ସହନଶକ୍ତି ଥିବା ବିଭିନ୍ନ ଫସଲ ସଂରକ୍ଷଣ, ମାଛ ଚାଷରେ ରୋଗ ପରିଚାଳନା,ମାଣ୍ଡିଆ ଚାଷର ସମ୍ପ୍ରସାରଣ ଆଦି ବିଷୟରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା। କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଏବଂ କୃଷି ଓ ଆନୁସଙ୍ଗିକ ବିଭାଗର ଅଧିକାରୀ ମାନଙ୍କର ମିଳିତ ଉଦ୍ୟମରେ ଜିଲ୍ଲାର କୃଷିର ଉନ୍ନତି ସୁନିଶ୍ଚିତ ବୋଲି ସଭାପତି ମନ୍ତବ୍ୟ ଦେଇ ବୈଠକର ସମାପନ କରିଥିଲେ। କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ ବୈଜ୍ଞାନିକ ଓ କର୍ମଚାରୀ ବୈଠକରେ ଅଂଶ ଗ୍ରହଣ କରି କାର୍ଯକ୍ରମଟି କୁ ସାଫଲ୍ୟମଣ୍ଡିତ କରିଥିଲେ।
Sign in
Sign in
Recover your password.
A password will be e-mailed to you.