ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ତାରିଖ-୨୧/୨/୨୬: ଆଜି ମାଲକାନଗିରି ଜ଼ିଲ୍ଲାରେ ଜ଼ିଲ୍ଲା ପ୍ରଶାସନ ତଥା ଜ଼ିଲ୍ଲା ସମାଜ ମଙ୍ଗଳ ବିଭାଗ ଆନୁକୂଲ୍ୟରେ ” *ଆମେ ପଢିବା ଆମ ଭାଷାରେ”*ଜ଼ିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେଇଯାଇଥିଲା. ଉକ୍ତ କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ଜଗଦେଇ ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସୋମନାଥ ପ୍ରଧାନ , ଉପ ଜିଲ୍ଲାପାଳ ଶ୍ରୀ ଦୁର୍ୟୋଧନ ଭୋଇନିଜର ଭକ୍ତବ୍ୟ ରଖିଥିଲେ. ମାଲକାନଗିରୀ ଜ଼ିଲ୍ଲା ଆଦିବାସୀ ବହୁଳ ଜ଼ିଲ୍ଲା ଏବଂ ଆଦିବାସୀ ଭାଷାରେ ପିଲାଙ୍କୁ ପାଠ ପଢ଼େଇଲେ ସେମାନଙ୍କର ପାଠ ପ୍ରତି ଆଗ୍ରହ ବଢିବ. ଶିଶୁଜୀବନର ପ୍ରାରମ୍ଭିକ ପର୍ଯ୍ୟାୟ ହେଉଛି ମାନବ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ। ଏହି ସମୟରେ ଶିଶୁଙ୍କର ବୈଚାରିକ, ଭାବନାତ୍ମକ, ସାମାଜିକ ଓ ନୀତିଗତ ବିକାଶର ଭିତ୍ତି ସୃଷ୍ଟି ହୁଏ। ବିଶ୍ୱଭରି ହୋଇଥିବା ଗବେଷଣା ଏହା ସ୍ପଷ୍ଟ କରିଛି ଯେ ଶିଶୁମାନେ ସେମାନଙ୍କର ମାତୃଭାଷାରେ ଶିକ୍ଷା ଗ୍ରହଣ କଲେ ସର୍ବୋତ୍ତମ ଭାବେ ଶିଖିପାରନ୍ତି, ବିଶେଷକରି ପ୍ରାରମ୍ଭିକ ଅବସ୍ଥାରେ।
ମାତୃଭାଷାରେ ଶିକ୍ଷା ଆରମ୍ଭ ହେଲେ ଶିକ୍ଷା ହୁଏ ସହଜ, ଆନନ୍ଦଦାୟକ ଓ ଅର୍ଥପୂର୍ଣ୍ଣ। ଶିଶୁମାନେ ଆତ୍ମବିଶ୍ୱାସ ସହିତ ନିଜ ମତ ପ୍ରକାଶ କରିପାରନ୍ତି ଓ ଶିକ୍ଷା ପ୍ରତି ଆଗ୍ରହୀ ହୁଅନ୍ତି।
ମାଲକାନଗିରି ଜିଲ୍ଲାର କୋୟା ସମୁଦାୟର ଏକ ସମୃଦ୍ଧ ଭାଷାଗତ ଓ ସାଂସ୍କୃତିକ ପରମ୍ପରା ରହିଛି। ଭାଷା କେବଳ ଯୋଗାଯୋଗର ମାଧ୍ୟମ ନୁହେଁ, ଏହା ହେଉଛି ପୁରାତନ ଜ୍ଞାନ, ମୂଲ୍ୟବୋଧ, ପରମ୍ପରା ଓ ସଂସ୍କୃତିର ବହନକାରୀ।
ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମେ କେବଳ ଶିକ୍ଷାର ଗୁଣମାନ ବୃଦ୍ଧି କରୁନାହିଁ, ବରଂ କୋୟା ସମୁଦାୟର ପରିଚୟ ଓ ଆତ୍ମସମ୍ମାନକୁ ମଧ୍ୟ ସ୍ୱୀକୃତି ଦେଉଛୁ। ଏହା ଘର ଓ ବିଦ୍ୟାଳୟ ମଧ୍ୟରେ ସେତୁ ସୃଷ୍ଟି କରି ଅଙ୍ଗନୱାଡ଼ି କେନ୍ଦ୍ରକୁ ଶିଶୁମାନଙ୍କ ପାଇଁ ଅଧିକ ଆପଣାତ୍ୱର ସ୍ଥାନରେ ପରିଣତ କରେ।
ଏହି ପଦକ୍ଷେପ ଜାତୀୟ ଶିକ୍ଷା ନୀତି–୨୦୨୦ ସହ ସମ୍ପୂର୍ଣ୍ଣ ଭାବେ ସମନ୍ୱୟ ରଖେ, ଯେଉଁଥିରେ ପ୍ରାରମ୍ଭିକ ଶିକ୍ଷାରେ ମାତୃଭାଷା କିମ୍ବା ସ୍ଥାନୀୟ ଭାଷାର ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଛି। ଏହା ସହିତ ଏହି କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ଜନଜାତି କଲ୍ୟାଣ ଓ ସମାବେଶୀ ବିକାଶ ପ୍ରତି ପ୍ରତିବଦ୍ଧତାକୁ ମଧ୍ୟ ପ୍ରତିଫଳିତ କରେ।
ଏହି କାର୍ଯ୍ୟକ୍ରମର ସଫଳତା ଅଙ୍ଗନୱାଡ଼ି କର୍ମୀ, ସୁପରଭାଇଜର, ଶିକ୍ଷକ-ଶିକ୍ଷିକା ଓ କ୍ଷେତ୍ରସ୍ତରୀୟ କର୍ମଚାରୀ ତଥା ଅଭିଭାବକ, ସମୁଦାୟ ନେତା ଓ ବୟସ୍କମାନଙ୍କ ମାନଙ୍କର ନିଷ୍ଠା ଓ ପରିଶ୍ରମ ଉପରେ ନିର୍ଭର କରେ। ପିରାମାଲ ଫାଉଣ୍ଡେସନ ର କର୍ମକତା ପ୍ରଶିକ୍ଷଣ ଦେଇଥିଲେ I ଏହି କାର୍ଯ୍ୟକ୍ରମ ଏବେ କାଲିମେଳା ବ୍ଲକ ର 30ଟି କୋୟା ଆଗନୱାଡି କେନ୍ଦ୍ରରେ ଚାଲିବ.
ଏହି ପ୍ରଶିକ୍ଷଣ ଶିବିର ରେ ଅତିରିକ୍ତ ଜ଼ିଲ୍ଲା ମଙ୍ଗଳ ଆଧିକାରୀ, ଜ଼ିଲ୍ଲା ସମାଜ ମଙ୍ଗଳ ଆଧିକାରୀ, ସରପଞ୍ଚ, MLE ଶିକ୍ଷକ, Anganwadi କର୍ମୀ ଏବଂ CDPO ଉପସ୍ଥିତ ଥିଲେ. Piramal Foundation ସହଜଗି partner ଭାବେ କାର୍ଯ୍ୟ ତୁଲାଇବେ ଏବଂ ଶ୍ରୀ ରାଜାରାମ ମଲ୍ଲିକ, Programme Manager, Piramal Founation ଏବଂ ବିଷ୍ଣୁ ସାହୁମଧ୍ୟ ଉପସ୍ଥିତ ଥିଲେ.ଜ଼ିଲ୍ଲା ସମାଜ ମଙ୍ଗଳ ବିଭାଗର କର୍ମଚାରୀ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିଲେ.
Sign in
Sign in
Recover your password.
A password will be e-mailed to you.
Prev Post
Next Post