ବେଦାନ୍ତ ଆଲୁମିନିୟମର ଜ୍ଞାନ ଜ୍ୟୋତି କାର୍ଯ୍ୟକ୍ରମ ରାୟଗଡ଼ା ଏବଂ କଳାହାଣ୍ଡିରେ ଶିକ୍ଷାଦାନକୁ ସ୍ମାର୍ଟ କରିଛି

0

ଏହି କାର୍ଯ୍ୟକ୍ରମ ରେ ୬୦୦ ଛାତ୍ରଛାତ୍ରୀ ଇ-ଶିକ୍ଷା ପାଇ ଉପକାରୀ ହୋଇପାରିଛନ୍ତି

ରାୟଗଡ଼ା, ୨୧/୦୨/୨୦୨୬ : ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ନିଜର ଜ୍ଞାନ ଜ୍ୟୋତି ଡିଜିଟାଲ ଶିକ୍ଷା କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ରାୟଗଡ଼ା ଏବଂ କଳାହାଣ୍ଡି ଜିଲ୍ଲାର ୬ଟି ସରକାରୀ ପ୍ରାଥମିକ ବିଦ୍ୟାଳୟର ୬୦୦ ପିଲାଙ୍କୁ ଆଧୁନିକ ଶିକ୍ଷାଦାନ ପାଇଁ ଶିକ୍ଷଣ ପରିବେଶକୁ ସୁଦୃଢ଼ କରୁଛି।

ଏହି ପଦକ୍ଷେପ ଶିକ୍ଷାଷ୍ଠାନଗୁଡ଼ିକୁ ଡିଜିଟାଲ୍ ଶିକ୍ଷା ବ୍ୟବସ୍ଥା ସହିତ ସଜ୍ଜିତ କରିଛି ଯେଉଁଥିରେ ଆଣ୍ଡ୍ରଏଡ୍-ଆଧାରିତ ସ୍ମାର୍ଟ ଶ୍ରେଣୀଗୃହ, ପ୍ରୋଜେକ୍ଟର୍, ‘ଷ୍ଟେମ’ ଶିକ୍ଷା କିଟ୍, ମଡେଲ୍, ଲାଇବ୍ରେରୀ ଆଦି ରହିଛି । ଏଗୁଡ଼ିକ ସୌର ଶକ୍ତି ଦ୍ବାରା ପରିଚାଳିତ ଯାହା ଗ୍ରାମାଞ୍ଚଳରେ ବିଦ୍ୟୁତ ନରହିଲେ ମଧ୍ୟ ନିରବଚ୍ଛିନ୍ନ ଭାବେ ଡିଜିଟାଲ ଶିକ୍ଷା ସୁନିଶ୍ଚିତ କରିପାରିବ। ଏହି ପଦକ୍ଷେପ ଦ୍ୱାରା ‘ଷ୍ଟେମ’ ଶିକ୍ଷଣ ସୁଯୋଗ ମାଧ୍ୟମରେ ବିଦ୍ୟାର୍ଥୀଙ୍କ ବହୁଳ ଯୋଗଦାନ ସହିତ ଶ୍ରେଣୀଗୃହ ପରିବେଶରେ ଉନ୍ନତି ଘଟିଛି। ଏହା ମଧ୍ୟ ଶିକ୍ଷକମାନଙ୍କୁ ଡିଜିଟାଲ୍ ଶିକ୍ଷା ବ୍ୟବସ୍ଥା ସହିତ ସଜ୍ଜିତ କରିଛି ଯାହା ଶ୍ରେଣୀଗୃହରେ ଶିକ୍ଷାଦାନକୁ ଆହୁରି ଉନ୍ନତ କରିଛି ।

ଡିଜିଟାଲ୍ ଶିକ୍ଷା ବୃଦ୍ଧି ବ୍ୟତୀତ, ବେଦାନ୍ତ ଆଲୁମିନିୟମ୍ ଏହି ଅଞ୍ଚଳର ୧୨ ଟି ସରକାରୀ ବିଦ୍ୟାଳୟରେ ଭିତ୍ତିଭୂମି ସହାୟତା ପାଇଁ ସହଯୋଗର ହାତ ବଢାଇଛି ଯାହା ଶ୍ରେଣୀଗୃହ କାର୍ଯ୍ୟକାରିତା ଏବଂ ଛାତ୍ରଛାତ୍ରୀମାନଙ୍କ ଆରାମ ଦାୟକ ପାଠପଢାରେ ଉନ୍ନତି ଆଣିଛି । ଏହା ଦ୍ୱାରା ୧୩୦୦ ରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହୋଇଛନ୍ତି। ଏହି ପଦକ୍ଷେପରେ ଅତ୍ୟାବଶ୍ୟକ ଶ୍ରେଣୀଗୃହ, ଆସବାବପତ୍ରର ବ୍ୟବସ୍ଥା, ଶିକ୍ଷାଗତ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ସାମଗ୍ରିକ ଶିକ୍ଷଣ ପରିବେଶକୁ ବୃଦ୍ଧି କରିବା ଆଦି ଅନ୍ତର୍ଭୁକ୍ତ।

ଏହି ପଦକ୍ଷେପ ସଂକ୍ରାନ୍ତରେ ବେଦାନ୍ତ ଆଲୁମିନିୟମର ସିଇଓ ରାଜୀବ କୁମାର କହିଛନ୍ତି, “ଡିଜିଟାଲ ଶିକ୍ଷା ହେଉଛି ଆମ ସମୟର ସବୁଠାରୁ ଶକ୍ତିଶାଳୀ ଶିକ୍ଷାଦାନ ବ୍ୟବସ୍ଥା ଏବଂ ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ଯେପରି ଏ କ୍ଷେତ୍ରରେ ପଛରେ ନ ରୁହନ୍ତି, ତାହା ସୁନିଶ୍ଚିତ କରିବା ପାଇଁ ଆମେ ପ୍ରତିଶୃତିବଦ୍ଧ। ଡିଜିଟାଲ ଶ୍ରେଣୀଗୃହଗୁଡ଼ିକୁ ସୁଦୃଢ଼ ସହିତ ‘ଷ୍ଟେମ’ ଶିକ୍ଷାକୁ ସକ୍ଷମ କରି, ଆମେ ଭବିଷ୍ୟତରେ ପ୍ରସ୍ତୁତ ପ୍ରତିଭାମାନଙ୍କୁ ଆତ୍ମବିଶ୍ୱାସର ସହ ବିକଶିତ କରିବା ଏବଂ ସମ୍ପ୍ରଦାୟଗୁଡ଼ିକୁ ସଶକ୍ତ କରିବା ପାଇଁ ଲକ୍ଷ୍ୟ ରଖିଛୁ । “

କଣ୍ଟାମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୌରମଣି ହରିଜନ କହିଛନ୍ତି, “ଡିଜିଟାଲ ଶ୍ରେଣୀଗୃହ ଉପକରଣ ଏବଂ ଷ୍ଟେମ ସମ୍ବଳର ପ୍ରବର୍ତ୍ତନ ଆମ ଛାତ୍ରମାନଙ୍କ ପାଇଁ ଏକ ଅଧିକ ଆକର୍ଷଣୀୟ ଏବଂ ଶୈକ୍ଷିକ ପରିବେଶ ସୃଷ୍ଟି କରିଛି। ଭିଜୁଆଲ୍ ବିଷୟବସ୍ତୁ ଏବଂ କାର୍ଯ୍ୟକଳାପ-ଆଧାରିତ ମଡେଲ୍ ବିଦ୍ୟାର୍ଥୀଙ୍କ ଅଂଶଗ୍ରହଣ ଏବଂ ଆଗ୍ରହକୁ ଉନ୍ନତ କରିବାରେ ସାହାଯ୍ୟ କରିଛି, ଏବଂ ନୂତନ ପଦ୍ଧତି ସହିତ ଶିକ୍ଷକମାନଙ୍କୁ ମଧ୍ୟ ସହାୟତା ପ୍ରଦାନ କରିଛି ।”

ବେଦାନ୍ତ ଆଲୁମିନିୟମ ଶିକ୍ଷା, ସ୍ୱାସ୍ଥ୍ୟସେବା, ସ୍ଥାୟୀ ଜୀବିକା, ଗ୍ରାମୀଣ ଭିତ୍ତିଭୂମି ଏବଂ ତୃଣମୂଳ ସ୍ତରର କ୍ରୀଡା ଏବଂ ସଂସ୍କୃତି ଏବଂ ସାମାଜିକ ପ୍ରଭାବ ପଦକ୍ଷେପ ମାଧ୍ୟମରେ ଓଡ଼ିଶାରେ ପରିବର୍ତ୍ତନ ଆଣିବା ପାଇଁ ପ୍ରତିଶୃତିବଦ୍ଧ। ସ୍ଥାନୀୟ କର୍ତ୍ତୃପକ୍ଷ ଏବଂ ଗୋଷ୍ଠୀ ସହଭାଗୀମାନଙ୍କ ସହିତ ଘନିଷ୍ଠ ସହଯୋଗ କରି, କମ୍ପାନୀ ନିଶ୍ଚିତ କରେ ଯେ ଏଭଳି ପଦକ୍ଷେପ ଏହାର କାର୍ଯ୍ୟ କ୍ଷେତ୍ରରେ ବାସ୍ତବ ସାମାଜିକ-ଅର୍ଥନୈତିକ ପ୍ରଗତିକୁ ଆଗେଇ ନେବ।

Leave A Reply

Your email address will not be published.