ସ୍ବତନ୍ତ୍ର ସରକାରୀ ଓକିଲଙ୍କୁ ଏସ୍‌ପିଙ୍କ ସମ୍ବର୍ଦ୍ଧନା

0 2

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ:  ୧୭ /୨/୨୬: ଏକ ପୋକ୍ସ ମାମଲାର କରାଇବାରେ ସଫଳ ହୋଇଥିବା ସ୍ବତନ୍ତ୍ର ସରକାରୀ ଓକିଲ ଏସ ମହେଶ୍ଵରଙ୍କୁ ପ୍ରଶଂସା କରିବା ସହ  ସମ୍ବର୍ଦ୍ଧନା  ଜଣାଇଲେ ମାଲକାନଗିରି ଏସ୍‌ପି I ସୂଚନା ଥାଉକି ଜିଲ୍ଲାର କାଲିମେଳା ଥାନାରେ ପଞ୍ଜୀକୃତ ପୋକ୍ସ ମାମଲା ନମ୍ବର ୧୨୬/୨୩କୁ ନ୍ୟାୟାଳୟରେ ସ୍ବତନ୍ତ୍ର ସରକାରୀ ଓକିଲ ଏସ ମହେଶ୍ଵର ପରିଚାଳନା କରିଥିଲେ । ଏଥିରେ ଶ୍ରୀ ମହେଶ୍ଵରଙ୍କ ଉତ୍ତମ ପରିଚାଳନା ହେତୁ ଘଟଣାରେ ଜଡିତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଇଥିବାରୁ ନ୍ୟାୟାଧୀଶ ସେମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିଥିଲେ । ତେବେ ଶ୍ରୀ ମହେଶ୍ବର ନିଜର କର୍ତ୍ତବ୍ୟ ଉତ୍ତମ ଭାବେ ପ୍ରତିପାଦନ କରିଥିବା ବେଳେ ତାଙ୍କର ଆନ୍ତରିକ ପ୍ରୟାସ ପାଇଁ ମାଲକାନଗିରି ଏସପି ବିନୋଦ ପାଟିଲ ଶ୍ରୀ ମହେଶ୍ବରଙ୍କୁ ଅଭିନନ୍ଦନ ଜଣାଇ ସମ୍ବଦ୍ଧିତ କରିଥିଲେ। ଏଥିରେ ଆଗକୁ ମଧ୍ୟ ଶ୍ରୀ ମହେଶ୍ଵର ନିଷ୍ଟାପର ଭାବେ ନିଜର ଦାୟିତ୍ବ ତୁଲାଇବେ ବୋଲି ପ୍ରକାଶ କରି ଖୁସି ବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.