ପଦ୍ମପୁର/ ଶିବାଶିଷ ପଟ୍ଟନାୟକ (୧୫/୦୨)ଓଡ଼ିଶା ସରକାରଙ୍କ ମାନ୍ୟବର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପଦ୍ମପୁର ଗସ୍ତ ସମୟରେ ପଦ୍ମପୁର ଉପଖଣ୍ଡ ଆୟୁଷ ଡାକ୍ତରମାନେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କୁ ସାକ୍ଷାତ କରି ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ। ବର୍ତ୍ତମାନ ରାଜ୍ୟ ସରକାରଙ୍କ ଐତିହାସିକ ସିଦ୍ଧାନ୍ତ ଅନୁସାରେ ଓଡିଶାର ୨୯୧୨ ଜଣ ଆୟୁଷ ଡାକ୍ତରଙ୍କ ବେତନ ବୃଦ୍ଧି କରାଯାଇଥିବାରୁ ଡାକ୍ତରମାନେ ତାଙ୍କର କୃତଜ୍ଞତା ଜଣାଇଥିଲେ। ଏହି ମହତ୍ୱପୂର୍ଣ୍ଣ ସିଦ୍ଧାନ୍ତ ପାଇଁ ଗରିମାମୟ ମୁଖ୍ୟମନ୍ତ୍ରୀ ମାନ୍ୟବର ମୋହନ ମାଝୀଙ୍କୁ ମଧ୍ୟ ଆୟୁଷ ଡାକ୍ତରମାନେ ଅନେକ ଧନ୍ୟବାଦ ଜଣାଇଥିଲେ।ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଡାକ୍ତର ମାନଙ୍କୁ ଲୋକମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ନିଷ୍ଠା ଓ ସମର୍ପଣ ସହ କାମ କରିବାକୁ ଉପଦେଶ ଦେଇଥିଲେ। ସେ ଆଗାମୀ ଦିନରେ ପୂର୍ବବତ୍ ଭାବରେ ଭଲ ସ୍ୱାସ୍ଥ୍ୟ ସେବା ଜାରି ରଖିବାକୁ ପରାମର୍ଶ ଦେଇଥିଲେ।ଆୟୁଷ ଡାକ୍ତରମାନେ ସରକାରଙ୍କ ଏହି ସ୍ୱାଗତଯୋଗ୍ୟ ପଦକ୍ଷେପକୁ ଐତିହାସିକ ବୋଲି ଉଲ୍ଲେଖ କରି ରାଜ୍ୟବାସୀଙ୍କ ସେବାରେ ଅଧିକ ସମର୍ପିତ ଭାବେ କାମ କରିବାକୁ ସଙ୍କଳ୍ପ ପ୍ରକାଶ କରିଥିଲେ।
Sign in
Sign in
Recover your password.
A password will be e-mailed to you.