କେନ୍ଦୁଝର,ତା୧୫/୨- ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ କଟରାବେଡ଼ା ନୂତନ ତେଲ ଟାଙ୍କି ନିକଟରେ ଗତକାଲି ଅପରାହ୍ନରେ କେନ୍ଦୁଝରରୁ ବ୍ରାଉନ ସୁଗାର ନେଇ ଘଟଗାଁ ଅଭିମୁଖେ ଯାଉଥିବା ଏକ କାର୍ ଅସାବଧାନତା ଯୋଗୁଁ ଉକ୍ତ ତେଲଟାଙ୍କି ନିକଟରେ ଡିଭାଇଡରକୁ ଧକ୍କା ଦେଇଥିଲା । ସେହି ଗାଡ଼ିରେ ତିନି ଜଣ ଯୁବକ ଥିଲେ । ଏହି ଘଟଣା ଘଟିବାପରେ ଟାଙ୍କି ମାଲିକ ଶଙ୍କର୍ଷଣ ବେହେରା ଫାଣ୍ଡି ଅଧିକାରୀ ତ୍ରିନାଥ ନାୟକଙ୍କୁ ଖବର ଦେଇଥିଲେ। ଖବରପାଇ ଫାଣ୍ଡି ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ସହିତ ତିନିଜଣଙ୍କୁ ଅଟକରଖି ବ୍ରାଉନ ସୁଗାର ଜବତ କରିଥିଲେ । ଆଜି ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନା ଉକ୍ତ ତିନିଜଣ କେନ୍ଦୁଝର ପୁରୁଣା ବଜାରର ରାକେଶ କୁମାର ସାହୁ, ବଣିଆପାଟର ଅବନି କୁମାର ସାହୁ ଓ ଜଗନ୍ନାଥପୁରର ସଞ୍ଜୟ କୁମାର ଜେନାକୁ ଗିରଫକରି କୋର୍ଟଚାଲାଣ କରିଛନ୍ତି। ରାଜେଶ ପାଖରୁ ୨୫ ଗ୍ରାମ, ଅବନି ପାଖରୁ ୩୦ ଗ୍ରାମ ଓ ସଞ୍ଜୟ ପାଖରୁ ୩୨ ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି l ଥାନା ଅଧିକାରୀ ଏ କେଶକୁ ସବ୍ ଇନ୍ସପେକ୍ଟର ଗାଙ୍ଗିଆ ଲାକ୍ରାଙ୍କୁ ପ୍ରଦାନ କରିଛନ୍ତି। ତେବେ ଫାଣ୍ଡି ଅଧିକାରୀ ତ୍ରିନାଥ ନାୟକଙ୍କ ସାହସ ଓ ଉପସ୍ଥିତ ବୁଦ୍ଧିକୁ ସମସ୍ତେ ପ୍ରଶଂସା କରିଛନ୍ତି।
Sign in
Sign in
Recover your password.
A password will be e-mailed to you.