ବାଲୁଗାଁ:(ସେକ୍ କୌସର):ବାଲୁଗାଁ ବଜାରରେ ମାତିଲେ ଲୁଟେରା ଗ୍ୟାଙ୍ଗ। ବିଭିନ୍ନ ମନ୍ଦିରରୁ ସିରିଜ ଲୁଟ । ଲୁଟି ନେଲେ ମନ୍ଦିର ର ଦେବା ଦେବୀ ଙ୍କ ଲକ୍ଷାଧିକ ଟଙ୍କାର ରୁପା ଓ ସୁନା ଅଳଙ୍କାର ସହିତ ଦାନ ବାକ୍ସ ରୁ ସମସ୍ତ ଦାନ ଟଙ୍କା । ପ୍ରାୟ 8ଟି ମନ୍ଦିର ରୁ ଲୁଟ ହୋଇଥିବା ସୂଚନା । ସମସ୍ତ ମନ୍ଦିର ରୁ ଦେବା ଦେବୀ ଙ୍କ ରୁପା ର କିରଟି, ବାହୁଟି, ଛତି, କଙ୍କଣ, ବଇଁଶୀ ସହିତ ସୁନାର ଚିତା ମଙ୍ଗଳସୂତ୍ର ଭଳି ମୂଲ୍ୟବାନ ଅଳଙ୍କାର ସବୁ ଲୁଟି ନେଇଛନ୍ତି ଲୁଟେରା ଗ୍ୟାଙ୍ଗ। ସାନ୍ତରାପୁର ଗ୍ରାମ ମନ୍ଦିର ରୁ ଦାନ ବାକ୍ସ ଭାଙ୍ଗି ଲକ୍ଷାଧିକ ଦାନ ଟଙ୍କା ମଧ୍ୟ ଲୁଟ ନେଉଛନ୍ତି । ସମସ୍ତ ଅଳଙ୍କାର ସହିତ ଦାନ ଟଙ୍କା ନେଇ ଅତି ଚତୁରତା ସହିତ ଘଟଣା ସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ଲୁଟେରା ଗ୍ୟାଙ୍ଗ ଗତ କାଲି ବିଳମ୍ବିତ ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ NAC ଅନ୍ତର୍ଗତ ବାଲୁଗାଁ ମୁଖ୍ୟ ରାସ୍ତାରେ ଥିବା ସରଳାପଦର ସ୍ଥିତ ଉତ୍ତରାୟଣୀ ମନ୍ଦିର ଓ ମାଛ ମାର୍କେଟ ସ୍ଥିତ କାଳିଜାଇ ମନ୍ଦିର,। ସାନ୍ତରାପୁର ଗ୍ରାମରେ ଥିବା ଦଧିବାବନ ମନ୍ଦିର ,ଲକ୍ଷ୍ମୀ ମନ୍ଦିର, ହନୁମାନ ମନ୍ଦିର , ଗୁପ୍ତେଶ୍ୱର ଦେବ । ଗାନ୍ଧୀନଗର ସ୍ଥିତ ମା ଭଗବତୀ ଗିରି ଦୁର୍ଗା ମନ୍ଦିର, ଓ ବିଦ୍ୟାଧରପୁର ସାହି ଥିବା ମା ଖିଲାମୁଣ୍ଡା ମନ୍ଦିର ରୁ ସମାନ ଢଙ୍ଗ ରେ ସମସ୍ତ ମନ୍ଦିର ର ତାଲା ଭାଙ୍ଗି ଲୁଟିନେଇଛନ୍ତି ଦେବା ଦେବୀ ଙ୍କ ଲକ୍ଷାଧିକ ଟଙ୍କା ର ରୁପା ଓ ସୁନା ଅଳଙ୍କାର ସହିତ ଦାନ ବାକ୍ସ ରୁ ସମସ୍ତ ଦାନ ଟଙ୍କା । ପ୍ରାୟ 8ଟି ମନ୍ଦିର ରୁ ଲୁଟ ହୋଇଥିବା ଦେଖିବାକୁ ମିଳିଛି lଗୋଟିଏ ରାତିରେ ଏକ କାଳିନ ବଜାର ଅଞ୍ଚଳର ସବୁ ମନ୍ଦିରରୁ ତାଲା ଭାଙ୍ଗି ଚୋରୀ କରିବା ଚିନ୍ତାର ବିଷୟ ହୋଇଛି | ଯଦି ମନ୍ଦିର ସୁରକ୍ଷିତ ନୁହେଁ ତେବେ ଆମେ କେତେ ସୁରକ୍ଷିତ ବୋଲି ପୋଲିସ ଉପରେ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକ | ଏଥିରେ କୌଣସି ଏକ ବଡ଼ ଗ୍ରୁପ ସାମିଲ ଥିବା ସନ୍ଦେହ କରୁଛି ପୋଲିସ । ଏହି ଚୋର ମାନଙ୍କର ଚୋରି ଦେଖି ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ଘଟଣା ସ୍ଥଳରେ ବାଲୁଗାଁ ପୋଲିସ ପହଞ୍ଚି ତଦନ୍ତ କରୁଛି।ଏପରିକି ଗତ ଚାରି ଦିନ ତଳେ ବାଲୁଗାଁ ଗାନ୍ଧୀ ଛକ ନିକଟରେ ଥିବା ବିନାୟକ ଲୁଗା ଦୋକାନ ସମ୍ମୁଖରେ ଚାରି ଜଣଙ୍କର ମୋବାଇଲ ଚୋରି ହୋଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଥିଲା l
Sign in
Sign in
Recover your password.
A password will be e-mailed to you.