ବାସୁଦେବପୁର (୧୪-୦୨-୨୦୨୬): ଭାରତୀୟ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ବାସୁଦେବପୁର ଠାରୃ ପିତୃମାତୃପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବରେ କବି ଓ ସୁସାହିତ୍ୟିକ ବିକାଶ କୁମାର ଶତପଥୀ ଉପସ୍ଥିତ ରହି ବର୍ତ୍ତମାନ ସମାଜରେ ପିତା ମାତାଦାୟିତ୍ୱ ସହିତ ପୁତ୍ର କନ୍ୟା ମାନଙ୍କର କର୍ତ୍ତବ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ କୁ ରାଜଶ୍ରୀ ପରିଡା ପରିଚାଳନା କରିବା ସହିତ ସସ୍ମିତା ରାଉତ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ।
ପ୍ରଧାନଆଚାର୍ଯ୍ୟ ମଦନ ମୋହନ ମହାନ୍ତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ନିଜର ନିଜର ପିତା ମାତାଙ୍କୁ ଭକ୍ତିର ସହିତ ପୂଜନ କରି ଥିଲେ।ସମସ୍ତ ସେବାବ୍ରତୀ ଙ୍କ ପୂର୍ଣ୍ଣ ସହଯୋଗ ରେ କାର୍ଯ୍ୟକ୍ରମ ଟି ସମାପମ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post