ପଦ୍ମପୁର ଓକିଲ ସଙ୍ଘର ନୂତନ ସଦସ୍ୟ ନିର୍ବାଚନ ।

0

ପଦ୍ମପୁର/ ନୀଳ ଦୀପ -ବରଗଡ଼ ଜିଲ୍ଲା ପଦ୍ମପୁର ଓକିଲ ସଙ୍ଘର ନୂତନ କାର୍ଯ୍ୟକାରିଣି ନିର୍ବାଚନ ସମ୍ପନ୍ନ ହୋଇଯାଇଛି । ଓକିଲ ସଙ୍ଘ ତରଫରୁ ମିଲିଥିବା ସୂଚନା ଅନୁସାରେ ନୂତନ ସଭାପତି ଭାବରେ କିଶୋର ମେହେର ନିର୍ବାଚିତ ହୋଇଥିବା ବେଳେ ସୁନିଲ କୁମାର ପାଣିଗ୍ରାହୀ(ବୁଲୁ) ଉପସଭାପତି, ଶାନ୍ତନୁ ତ୍ରିପାଠୀ ସମ୍ପାଦକ, ଆଦିତ୍ୟ ରଥ ସହସମ୍ପାଦକ ଏବଂ ସଙ୍ଘର କାର୍ଯ୍ୟକାରିଣୀ  ସଦସ୍ୟ ଭାବରେ ସୁବାଷ ଯୋଷୀ ରଜନୀକାନ୍ତ ଦାଶ,ସୁଶୀଲ ପ୍ରଧାନ,ସିଦ୍ଧାର୍ଥ ଶଙ୍କର ମହାପାତ୍ର, ଚିନ୍ମୟ ପଣ୍ଡା ଓ ପୁରୁଷୋତ୍ତମ ଅଗ୍ରୱାଲ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି । ସମସ୍ତ ନିର୍ବାଚିତ ପଦାଧିକାରୀମାନଙ୍କୁ ସମସ୍ତ ସଦସ୍ୟ ଅଭିନନ୍ଦନ ଜଣାଇବା ସହ ନିର୍ବାଚିତ ସଦସ୍ୟମାନେ ଆଗାମୀ ଦିନରେ ଓକିଲ ସଂଘକୁ ବିକାଶ ପଥରେ ଆଗେଇ ନେବା ସହ ଜନସାଧାରଣଙ୍କୁ ବିନା କୌଣସି ପକ୍ଷପାତିତାରେ ନ୍ୟାୟ ପ୍ରଦାନରେ ସହାୟକ ହେବେ ବୋଲି ଆଶା କରିଛନ୍ତି ।

 

Leave A Reply

Your email address will not be published.