ପଦ୍ମପୁର ଉପଖଣ୍ଡରେ ନୂତନ ଉପଜିଲ୍ଲାପାଳଙ୍କ ଯୋଗଦାନ ।

0

ପଦ୍ମପୁର/ନିଳ ଦୀପ

ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ଆଜି ପୂର୍ବାହ୍ନରେ ଶ୍ରୀଯୁକ୍ତ ତନ୍ମୟ କୁମାର ଦରୱାନ ପଦ୍ମପୁର ଉପଜିଲ୍ଲାପାଳ ଭାବେ ଯୋଗଦାନ କରି ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ସେ ଧର୍ମଗଡ଼ ତହସିଲଦାର ଭାବରେ କର୍ଯ୍ୟରତ ଥିଲେ । ଶ୍ରୀ ଦରୱାନ ବିଭାଗୀୟ ପଦୋନ୍ନତି ପାଇ ପଦ୍ମପୁର ଉପଜିଲ୍ଲାପାଳ ଭାବରେ ଯୋଗଦାନ କରିଛନ୍ତି ।ପଦ୍ମପୁର ଉପଖଣ୍ଡରେ ପୂର୍ବରୁ ବିଭିନ୍ନ ବ୍ଳକ ଓ ତହସିଲ କାର୍ଯ୍ୟାଳୟ ମାନଙ୍କରେ ଅଧିକାରୀ ଭାବରେ ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନ କରିଛନ୍ତି। ଶ୍ରୀ ଦରୱାନ ଦାୟିତ୍ୱ ଗ୍ରହଣ କରିବା ପରେ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଛନ୍ତି। ପଦ୍ମପୁର ଉପଖଣ୍ଡର ସମସ୍ତ ସମସ୍ୟାକୁ ସୁଚାରୁରୂପେ ସମାଧାନ କରିବେ ବୋଲି ଶ୍ରୀ ଦରୱାନ ମତପ୍ରକାଶ କରିଛନ୍ତି ।

Leave A Reply

Your email address will not be published.