ଧାନ କଳା ବଜାରୀ କାରବାରକୁ ରୋକିବା ପାଇଁ ଏକତ୍ରିତ ହେଲେ ନୁଆଁ ଗୁଡ଼ା ଗ୍ରାମବାସି

2

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ନାଲାଗୁଣ୍ଠି ପଂଚାୟତ MV ୭୯ ଥାନା ଅନ୍ତର୍ଗତ ନୂଆଗୁଡା ଗ୍ରାମରେ ଏକ ଆଚାର୍ଯ୍ୟ ଜନକ ଘଟଣା ଦେଖିବାକୁ ମିଳିଛି l ଗତକାଲି ମଧ୍ୟ ରାତିରେ ଆସି ଜଣେ ଧାନ ବେପାରୀ ଗ୍ରାମରେ କିଛି ଲୋକଙ୍କ ଘରେ ଧାନ ବସ୍ତା ରଖିଥିବା ର ଯାଣିବାକୁ ପାଇଥିଲେ l ନୂଆଗୁଡା ଗ୍ରାମର ଲୋକ ନିରୀହ ଆଦିବାସୀ ହୋଥିବାରୁ ସେମାନେ ପ୍ରତିବାଦ କରିବାରୁ ସେମାନଙ୍କ କଥା ନଶୁଣି l ଜବରଦସ୍ତ ପ୍ରାୟ ୪୦ରୁ ୫୦ କୁଇଣ୍ଟାଲ ଧାନ ବସ୍ତା ଏକ OD 30G 0241 ନମ୍ବର ର ଏକ ଟାକ୍ଟର ରେ ଆଣି ରଖି ଥିଲେ l ତେବେ ସକାଳେ ଗ୍ରାମବାସି ସମସ୍ତେ ମିଳିମିଶି ଗଣମାଧ୍ୟ୍ୟମ ପ୍ରତିନିଧି ମାନଙ୍କୁ ଡାକିବା ସହ MV 79 ଥାନା କୁ ଖବର ଦେଇଥିଲେ l ଘଟଣା ସ୍ଥଳରେ MV 79 ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି l ତେବେ ଏଭଳି କଳା ବଜାରୀ ବେପାରୀ ମାନଙ୍କୁ ଠିକ୍ ଜବାବ ଦେଇଛନ୍ତି ନୂଆଁ ଗୁଡ଼ା ଗ୍ରାମ ବାସି l ଏହି ଗଟଣା ପରେ ପ୍ରଶାସନ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି l

Leave A Reply

Your email address will not be published.