ଜିଲ୍ଳା ବଙ୍ଗାଳୀ ସମାଜର କିଛି ସଦସ୍ୟ ଜିଲ୍ଲାର କିଛି ସମସ୍ୟାକୁ ନେଇ ଦିଲ୍ଲୀରେ ମନ୍ତ୍ରୀଙ୍କୁ ଭେଟିଲେ।

2

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ : ମାଲକାନଗିରି ବଙ୍ଗାଳୀ ସମାଜ ତରଫରୁ, ଗୋଟିଏ ପ୍ରତିନିଧି ଦଳ ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ଦିଲ୍ଲୀ ଜାଇଥିଲେ। ସେଠାରେ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜୁୟେଲ ଓରାମ, ସମ୍ବିତ ପାତ୍ର, ସାଂସଦ ରୁଦ୍ର ପାଣି, ସାନ୍ତନୁ ଠାକୁର, କେନ୍ଦ୍ରୀୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଏବଂ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବି.ଏଲ. ସନ୍ତୋଷ ମହାଶୟଙ୍କ ସହିତ ସାକ୍ଷାତ କରି ଜିଲ୍ଲାର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତୀ । ବିଶେଷ କରି ଡିସେମ୍ବର ୭ ଏବଂ ୮ ୨୦୨୫ ତାରିଖରେ ଏମ ଭି ୨୬ ନଂ ହିନ୍ଦୁ ବଙ୍ଗାଲି ଗାଆଁ ଉପରେ ଆଦିବାସୀଙ୍କ ଦ୍ଵାରା ସଂଘବଧ ଆକ୍ରମଣ ବିଷୟରେ ଗୁରୁତ୍ୱାରୋପ କରି ତାଙ୍କୁ ଅବଗତ କରାଯାଇଥିଲା। ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଥବା ଅନୁକମ୍ପା ରାଶି ପୁନଃ ବିଚାର କରିବାକୁ ଅନୁରୋଧ କରାଯାଇଛି। ବଙ୍ଗାଳୀ ସମାଜର ଜିଲ୍ଲା ସଭାପତି ଗୌରାଙ୍ଗ କର୍ମକାରଙ୍କ ନେତ୍ରୁତରେ ଡା. ଗୋପାଳ ଚନ୍ଦ୍ର ବିଶ୍ବାସ, ନିମାଇଁ ଚନ୍ଦ୍ର ପାଲ, ମାନିକ ଲାଲ ଚକ୍ରବର୍ତ୍ତୀ , କମଲେଶ ରାୟ, ଉତ୍ତମ ଓଝା, ସଞ୍ଜୟ ସରକାର, ନିହାର ରାୟ, ପ୍ରହଲ୍ଲାଦ ବସୁ, ଭବାନି ଶଙ୍କର ମୁଖାର୍ଜୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.