ପିଏମଶ୍ରୀ ଡି.ଏନ.ହାଇସ୍କୁଲର ବାର୍ଷିକୋତ୍ସବ ଓ ଛାୟା ବିଧାନସଭା

2

କେନ୍ଦୁଝର,ତା୧୨/୨- କେନ୍ଦୁଝର ଜିଲ୍ଲାର ସୁନାମଧନ୍ୟ ପିଏମଶ୍ରୀ ଐତିହ୍ୟ ଡି.ଏନ. ହାଇସ୍କୁଲର ବାର୍ଷିକ ଉତ୍ସବ ଓ ଛାୟା ବିଧାନସଭା ବର୍ଣାଢ୍ୟ ପରିବେଶରେ ପ୍ରଧାନଶିକ୍ଷକ ପ୍ରବୀର ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଦୁଇଦିନ ବ୍ୟାପୀ ଏହି ଉତ୍ସବରେ ପୋୖରାଧ୍ୟକ୍ଷା ନିକୁସାହୁ ମୁଖ୍ୟଅତିଥି, ଡିଆଇଇଟି ଅଧ୍ୟକ୍ଷା କଲ୍ୟାଣୀ ମାଝୀ ମୁଖ୍ୟ ବକ୍ତା, ଏଡିଇଓ ଶ୍ରୀକାନ୍ତ ବେହେରା, ସତ୍ୟନାରାୟଣ ମହାନ୍ତ, ଶିକ୍ଷାବିତ ସୁରେଶ ଚନ୍ଦ୍ର ବଳ, ପରମେଶ୍ୱର ବେହେରା, ମଧୁସୂଦନ ମିଶ୍ର, ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟୀ ଉଦବୋଧନ ଦେଇ ଆଗାମୀ ସମୟରେ ଜଣେ ଜଣେ ଉତ୍ତମ ନାଗରିକ ହୋଇ ଦେଶ ଓ ସମାଜର ଉନ୍ନତି କରିବା ସହିତ ବିଦ୍ୟାଳୟର ସମ୍ମାନ ବୃଦ୍ଧି କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିବାକୁ ପରାମର୍ଶ ଦେଇଥିଲେ। ସହକାରୀ ଶିକ୍ଷକ ସରୋଜ ବେହେରା, ସଂଗୀତା ମହାନ୍ତ, ଜ୍ୟୋସ୍ନାମୟୀ ବେହେରାଙ୍କ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଛାୟା ବିଧାନସଭା ସୁନ୍ଦର ଭାବେ ଆୟୋଜିତ ହୋଇଥିଲା, ଯାହାକି ଅତ୍ୟନ୍ତ ଉପାଦେୟ ହୋଇପାରିଥିଲା। ୭୪ଜଣ ବଦାନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ପ୍ରଦତ୍ତ ୪୨ହଜାର ଟଙ୍କା ଅର୍ଥରାଶିକୁ ବିଭିନ୍ନ ବିଭାଗର କୃତୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଅଧିକାରୀ ପୂର୍ଣଚନ୍ଦ୍ର ବରିହାଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା। ଶିକ୍ଷକ ଶିକ୍ଷୟିତ୍ରୀ ତରୁ ଶୋଭାମୟୀ ମୁଦୁଲି ଏବଂ ପ୍ରେମାନନ୍ଦ ସାହୁଙ୍କୁ ପ୍ରଜ୍ଞା ସମ୍ମାନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଶିକ୍ଷକ ଉଦୟନାଥ ନାୟକ ମଞ୍ଚ ପରିଚାଳନା କରିଥିବା ବେଳେ ସୁରେନ୍ଦ୍ର କୁମାର ପଇଦା ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ଧରଣର ଉନ୍ନତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ଶୈଳୀ ସମସ୍ତଙ୍କ ହୃଦୟ ଜିଣିନେଇଥିଲା।

Leave A Reply

Your email address will not be published.