ଖୋର୍ଦ୍ଧାରୁ ( ସେକ ଜାଫର): ଖୋର୍ଦ୍ଧାରେ ସେକ୍ସ୍ ରାକେଟ ଠାବ। ଆଦର୍ଶ ଥାନା ଅଞ୍ଚଳ ରେ ବିକାଶ ନଗର ଅଞ୍ଚଳ ରେ ଚାଲିଥିଲା ସେକ୍ସ ରାକେଟ। ଭଡ଼ାଘରେ ଚାଲୁଥିଲା ସେକ୍ସ ରାକେଟ। ପୋଲିସ ବିଶ୍ଵସ୍ତ ସୂତ୍ର ରୁ ଖବର ପାଇ ସ୍ଵତନ୍ତ୍ର ସ୍କ୍ୱାର୍ଡ ଚଢ଼ାଉ କରିଥିଲେ। କବାଟ ଭାଙ୍ଗି ପୋଲିସ ଧରିଥିଲେ ରାକେଟ କୁ। ପ୍ରାୟ ୧ବର୍ଷ ହେବ ଚାଲୁଥିଲା ସେକ୍ସ ରାକେଟ। ତିନି ଦେହଜୀବୀ ସହ ୪ଗ୍ରାହକ ଗିରଫ। ଆପତ୍ତିଜନକ ଅବସ୍ଥାରେ ପୋଲିସ ଗିରଫ କରିଛି। ଘରୁ ବହୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି। ପୋଲିସ ଏହି ଘରକୁ ସିଲ କରିଛି।ସ୍ଥାନୀୟ ଲୋକଙ୍କ କହିବା କଥା ବହୁତ ଆଗରୁ ଏଠି ସେକ୍ସ ରାକେଟ ଚାଲିବା କଥା ପୋଲିସ କୁ ଖବର ଦିଆଯାଇଥିଲା।ସେକ୍ସ ରାକେଟ ଚାଲିଥିବା ଭଡା ଘର ଜଣେ ପୋଲିସ ବାବୁଙ୍କର ।ସେଥିପାଇଁ ପୋଲିସକୁ ଅଭିଯୋଗ କଲେ କିଛି ସୁଫଳ ମିଳୁ ନଥିଲା।ସ୍ଥାନୀୟ ବାସିନ୍ଦା କିଛି ପୋଲିସ ଉପରିସ୍ଥ ଅଧିକାରୀକଂ ସହିତ ଯୋଗାଯୋଗ କରିବା ପରେ ଆଜି ଏହି ରାକେଟର ଚୈଢଉ ହେଇଛି।
Sign in
Sign in
Recover your password.
A password will be e-mailed to you.