ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କୋଷାଗାର କାର୍ଯ୍ୟାଳୟ ପ୍ରାଙ୍ଗଣରେ ରାଷ୍ଟ୍ରୀୟ ପେନ୍ସନ୍ ଯୋଜନା ସମ୍ପର୍କିତ ଏକ ସଚେତନତା ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରରେ ରାଜ୍ୟ ସରକାରୀ କର୍ମଚାରୀମାନଙ୍କ ମଧ୍ୟରେ ଏନ ପି ଏସ୍ ସମ୍ପର୍କିତ ସଚେତନତା ଏବଂ ସମସ୍ୟା ସମାଧାନ ଉଦ୍ଦେଶ୍ୟରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ଏହି ଅବସରରେ କୋଷାଗାର ଓ ନିରୀକ୍ଷଣ ନିର୍ଦ୍ଦେଶାଳୟ , ଓଡିଶା , ଭୁବନେଶ୍ୱରରୁ ଶ୍ରୀଯୁକ୍ତ ମନୋରଞ୍ଜନ ସାହୁ , ହିସାବ ଅଧିକାରୀ ଶ୍ରୀ ଅରବିନ୍ଦ ସାହୁ, ହିସାବ ଅଧିକାରୀ ଉପସ୍ଥିତ ରହି ଏନ ପି ଏସ୍ ସମ୍ପର୍କିତ ବିଭିନ୍ନ ପ୍ରାୟୋଗିକ ପ୍ରସଙ୍ଗ ଉପରେ ଆଲୋକପାତ କରିଥିଲେ । ଏନ ପି ଏସ୍ ଖାତାଖୋଲିବା , ଅଂଶଧନ ଜମା , ସଂଶୋଧନ ପ୍ରକ୍ରିୟା , ଅଭିଯୋଗ ନିରାକରଣ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସେମାନେ ସ୍ପଷ୍ଟ ବ୍ୟାଖ୍ୟା ଦେଇଥିଲେ।
ଶିବିରରେ ଶ୍ରୀମତୀ ସୁଶ୍ରୀ ସଂଗୀତା କୁମାରୀ , ଜିଲ୍ଲା କୋଷାଗାର ଅଧିକାରୀ , ଶ୍ରୀ ପ୍ରିୟବ୍ରତ ଷଡଙ୍ଗୀ , ଅତିରିକ୍ତ କୋଷାଗାର ଅଧିକାରୀ , ଜିଲ୍ଲାର ଉପ-କୋଷାଗାର ଅଧିକାରୀମାନେ , ବିଭିନ୍ନ ବିଭାଗର ଉଠାଣ ଓ ବିତରଣ ଅଧିକାରୀ (ଡି ଡିଓ) , ଏନ ପି ଏସ୍ ଅନ୍ତର୍ଗତ କର୍ମଚାରୀ (Subscribers) ମାନଙ୍କ ସହିତ ଜିଲ୍ଲା କୋଷାଗାର ଏବଂ ଉପ-କୋଷାଗାର କର୍ମଚାରୀମାନେ ଉପସ୍ଥିତ ଥିଲେ । ଉପସ୍ଥିତ ଅଂଶଗ୍ରହଣକାରୀ ମାନେ ନିଜ-ନିଜସମସ୍ୟା ଉପସ୍ଥାପନ କରିଥିବାବେଳେ , ସମ୍ପଦବ୍ୟକ୍ତିମାନେ ସେଗୁଡ଼ିକର ସମାଧାନ ସମ୍ପର୍କରେ ଯଥାଯଥ ମାର୍ଗଦର୍ଶନ ପ୍ରଦାନ କରିଥିଲେ।ଶିବିର ଶେଷରେ ଏପରି ସଚେତନତା କାର୍ଯ୍ୟକ୍ରମ ଏନ ପି ଏସ୍
ଅନ୍ତର୍ଗତ କର୍ମଚାରୀମାନଙ୍କ ପାଇଁ ଅତ୍ୟନ୍ତ ଉପକାରୀ ବୋଲି ମତ ପ୍ରକାଶ ପାଇଥିଲା।
Sign in
Sign in
Recover your password.
A password will be e-mailed to you.