ରାଜ୍ୟର ପଛୁଆ ଜିଲ୍ଲାର କର୍କଟ ରୋଗୀ ଟାଟା ମେମୋରିଆଲକୁ ଚିକିତ୍ସା ପାଇଁ ଯାଇପାରୁ ନାହାନ୍ତି ।

0

 

ବଲାଙ୍ଗିର (ନିରୋଜ ମିଶ୍ର)  ଟାଟା ମେମୋରିଆଲ ହସପିଟାଲ କର୍କଟ ରୋଗ ଚିକିତ୍ସା  ପାଇଁ ସମଗ୍ର ଦେଶରେ ପ୍ରସିଦ୍ଧି ହାସଲ କରିଛି । କର୍କଟ  ରୋଗ ଚିକିତ୍ସା  ପାଇଁ ଦେଶର ସମସ୍ତ ରାଜ୍ୟରୁ ମୁମ୍ବାଇ ସ୍ଥିତ ଏହି ଟାଟା ମେମୋରିଆଲ କେନ୍ଦ୍ରକୁ ରୋଗ ଚିହ୍ନଟ ଓ ଚିକିତ୍ସା ପାଇଁ ଲୋକ ଯାଉଛନ୍ତି । ସୂଚନା ଅଧୀକାର ଆଇନ ବଳରେ ବଲାଙ୍ଗିର ର ବିଶିଷ୍ଟ ସୂଚନା ଅଧୀକାର କର୍ମି ହେମନ୍ତ କୁମାର ପଣ୍ଡାଙ୍କୁ ଟାଟା ମେମୋରିଆଲ ପକ୍ଷରୁ ପ୍ରଦାନ କରାଯାଇଥିବା ତଥ୍ୟ ରୁ ଜଣା ପଡିଛି ଯେ, ସମଗ୍ର ଦେଶର ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ  ମାନଙ୍କରୁ ଏବଂ ଅନ୍ୟ ଦେଶରୁ ୨୦୧୩ ମସିହାରୁ ୨୦୧୭ ମସିହା ତଥା ପାଞ୍ଚ ବର୍ଷରେ ସମୂଦାୟ ୧ ଲକ୍ଷ ୯୪ ହଜାର ୩୯୦ ଜଣ ରୋଗୀ ଚିକିତ୍ସା ପାଇଁ ଯାଇଥିବା ଜଣାଯାଇଛି । ଅନ୍ୟ ଦେଶରୁ ସମୂଦାୟ ୩୭୬୮ ଜଣ ରୋଗୀ ଏହି ସମୟ ମଧ୍ୟରେ ଚିକିତ୍ସିତ ହୋଇଥିବା ଜଣାଯାଇଛି । ମହାରାଷ୍ଟ୍ରରୁ ସର୍ବାଧିକ ୭୭ ହଜାର ୩୪୨ ରୋଗୀ ପଞିକୃତ ହୋଇଥିବା ବେଳେ ଡାମନ ଓ ଡିଉ ରୁ ସର୍ବନିମ୍ନ ୩୫ ଜଣ ରୋଗୀ  ପଞିକୃତ ହୋଇଥିବା ଜଣାଯାଇଛି । 

               ଓଡିଶାରୁ ୨୦୧୩ରୁ ୧୭ ମସିହା ତଥା ଏହି ୫ ବର୍ଷରେ ସବୁ ଜିଲ୍ଲାରୁ ସମୂଦାୟ ୫ ହଜାର ୭୧୪ ରୋଗୀ ଚିକିତ୍ସା ପାଇଁ ଯାଇଥିବା ସୂଚନା ମିଳିଥିବା ସୁଚନା କର୍ମି ପଣ୍ଡା କହିଛନ୍ତି । ଏହି ୫ ବର୍ଷରେ ଗଞାମ ଜିଲ୍ଲାରୁ ସର୍ବାଧୀକ ୮୩୬ ଜଣ ରୋଗୀ ଚିକିତ୍ସିତ ହୋଇଥିବାବେଳେ ମାଲକାନଗିରି ଜିଲ୍ଲାରୁ ସର୍ବନିମ୍ନ ମାତ୍ର ୫ ଜଣ ରୋଗୀ ଚିକିତ୍ସା ପାଇଁ ଟାଟା ମେମୋରିଆଲକୁ ଯାଇଥିବା ଜଣାଯାଇଛି । ନବରଙ୍ଗପୁର ଜିଲ୍ଲାରୁ ଏହି ସମୟ ମଧ୍ୟରେ ସମୂଦାୟ ୨୯ ଜଣ, କନ୍ଧମାଳରୁ ୨୯ ଜଣ, ନବରଙ୍ଗପୁରରୁ ୨୯ ଜଣ, ଦେବଗଡରୁ ୧୮ ଜଣ, ବୌଦ୍ଧରୁ ୧୬ ଜଣ, ଗଜପତିରୁ ୩୦ଜଣ, କୋରାପୁଟରୁ ୭୨ ଜଣ, ବଲାଙ୍ଗିରରୁ ୧୭୯ଜଣ, ବରଗଡରୁ ୧୮୪ ଜଣ, ଓ ଝାରସୁଗୁଡା ଜିଲ୍ଲାରୁ ସମୂଦାୟ ୧୪୮ ଜଣ ରୋଗୀ ଚିକିତ୍ସିତ  ହୋଇଥିବା ସୂଚନା କର୍ମି ପଣ୍ଡା କହିଛନ୍ତି । ଡାମନ ଡିଉ କେନ୍ଦ୍ର ଶାସିତ ଅଞ୍ଚଳରୁ ମାଲକାନଗିରିର ଜନସଂଖ୍ୟା ଅଧୀକ ଥିଲେ ମଧ୍ୟ ମାଲକାନଗିରି ଜିଲ୍ଲାରୁ ପାଞ୍ଚ ବର୍ଷରେ ମାତ୍ର ୫ ଜଣ କର୍କଟ ରୋଗୀ ଟାଟା ମେମୋରିଆଲରେ ପଞିକରଣ ହେବା ଅତ୍ୟନ୍ତ ଉଦବେଗର ବିଷୟ ବୋଲି ପଣ୍ଡା କହିବା ସଂଗେ ଏହି ଜିଲ୍ଲାରେ ଜୀବନ ଧାରଣ ମାନରେ ଶୋଚନୀୟ ଅବସ୍ଥା ଯୋଗୁଁ ଉନ୍ନତ ଚିକିତ୍ସା ସେବାରୁ ମାଲକନଗିରି ବାସୀ ବଞ୍ଚିତ ହେଛନ୍ତି ବୋଲି ଏହି ତଥ୍ୟରୁ ଏହି କହୁଛି ବୋଲି ପଣ୍ଡା କହିଛନ୍ତି । 

 

Leave A Reply

Your email address will not be published.