ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ହିନ୍ଦୁ ଜାଗରଣ ନିମନ୍ତେ ଅନୁଷ୍ଠିତ ହେଉଥିବା କାର୍ଯ୍ୟଧାରା କୁ ନୂତନ ଶକ୍ତି,ଊର୍ଜା ଏବଂ ନୂତନ ଚେତନା ପ୍ରେରଣା ପ୍ରଦାନ କରିବା ଉଦ୍ଦେଶ୍ୟରେ ଆଜି ଫେବୃଆରୀ ମାସ ମଙ୍ଗଳବାର ୨୦୨୬ ଦିବସ ରେ ଘୁମୁସର ଅଞ୍ଚଳ ପରିସର ଜଗନ୍ନାଥ ପ୍ରସାଦ ଖଣ୍ଡରେ ସମଗ୍ର ହିନ୍ଦୁ ସମାଜ ଦ୍ଵାରା ସନାତନ ସଂସ୍କୃତି ସନାତନ ଧର୍ମ ଓ ସାମାଜିକ ଏକତାର ପ୍ରତିକ ବିରାଟ ହିନ୍ଦୁ ସମ୍ମିଳନୀ ର ଆୟୋଜନ ହୋଇଥିଲା।
ଆଜିର ଏହି ମହାନ୍ ହିନ୍ଦୁ ସମ୍ମିଳନୀ କାର୍ଯ୍ୟକ୍ରମ ରେ ଅନେକ ସ୍ଥାନରୁ ବିଭିନ୍ନ ସଂଘ କାର୍ଯ୍ୟକର୍ତ୍ତା ଙ୍କ ସହିତ କରଚୁଲି ଆଶ୍ରମ ର ମହନ୍ତ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ଅଧ୍ୟକ୍ଷତାରେ ହନୁମାନ ବାବା ଙ୍କ ଆଶ୍ରମରୁ ବିରାଟ ନଗର ପରିକ୍ରମା ଶୋଭାଯାତ୍ରା ବାହାରିଥିଲା। ଏଥିରେ ମଧ୍ୟ ଆର୍ ଏସ୍ ଏସ୍ ଘୁମୁସର ଜିଲ୍ଲା ସଂଘ ଚାଳକ ଶ୍ରୀ ବନମାଳୀ ଗୈ।ଡ ଙ୍କ ସହିତ ଅନେକ ସ୍ଵୟଂ ସେବକ କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ। ତତ୍ ସହିତ ସ୍ଥାନୀୟ ଜଗନ୍ନାଥ ପ୍ରସାଦ ଓଁ ଶ୍ରୀ ଶ୍ରୀ ଜଳେଶ୍ଵର ପ୍ରଭାତ ଶାଖା ର ସମସ୍ତ ସ୍ଵୟଂ ସେବକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିବା ସହିତ ସ୍ଥାନୀୟ ସଂଘ କାର୍ଯ୍ୟକର୍ତ୍ତା ବିକାଶ ରଞ୍ଜନ ବେହେରା ସମସ୍ତ କାର୍ଯ୍ୟକୁ ସୁଚାରୁରୂପେ ସଞ୍ଚାଳନ କରିଥିଲେ। ଆଜିର ହିନ୍ଦୁ ସମ୍ମିଳନୀ ର ନଗର ପରିକ୍ରମା ଶୋଭାଯାତ୍ରା ସ୍ଥାନୀୟ ଲଟା ମହାଦେବ ମନ୍ଦିର ପାଖରେ ପହଞ୍ଚିବା, ପରେ ସେଠାରେ ଏକ ଭବ୍ୟ ବୈଠକ ର ଆୟୋଜନ ହୋଇଥିଲା। ଏଥିରେ ସତ୍ୟାନନ୍ଦ ଦାସ ମହାରାଜ ଙ୍କ ସହିତ ମହନ୍ତ ରାଘବ ନନ୍ଦ ଦାସ ମହାରାଜ, ମହନ୍ତ ଅଶୋକ ନନ୍ଦ ଦାସ ମହାରାଜ, ମହନ୍ତ ସତାନନ୍ଦ ଦାସ ମହାରାଜ ଙ୍କ ସହିତ ସନ୍ଥ ସେବକ ପୁରୀ, ସନ୍ଥ ନୃସିଂହ ନାଥ ଦାସ ଏବଂ ଅତିଥି ଶ୍ରୀ ବୃନ୍ଦାବନ ପାଣିଗ୍ରାହୀ ମଞ୍ଚରେ ମଞ୍ଚାସିନ ଥିଲେ। ପରେ ପରେ ପ୍ରଦୀପ ପ୍ରଜ୍ବଳନ,ଭାରତ ମାତା ଙ୍କ ବନ୍ଦନା, ହନୁମାନ ଚାଳିଶା ପାଠ ଓ ଆରତୀ କରାଯାଇଥିଲା। ଏହି ଭବ୍ୟ ବୈଠକ କାର୍ଯ୍ୟକ୍ରମ ରେ ସନାତନ ହିନ୍ଦୁ ଧର୍ମ ସହିତ ଜଡିତ ମଠ ମନ୍ଦିର ସଂସ୍କୃତି ଐତିହ୍ୟ ଉପରେ ଆଲୋଚନା ହେବା ସହିତ ପଞ୍ଚ ପରିବର୍ତ୍ତନ ଉପରେ ମଧ୍ୟ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା। ଆଗାମୀ ଦିନରେ ଏପରି ହିନ୍ଦୁ ସମ୍ମିଳନୀ କାର୍ଯ୍ୟକ୍ରମ ଆହୁରି ଅନୁଷ୍ଠିତ ହୋଇ ରାଷ୍ଟ୍ରକୁ ଅଧିକ ମଜବୁତ ଓ ସୁରକ୍ଷିତ କରାଯାଇପାରିବ ବୋଲି କୁହାଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Next Post