କେନ୍ଦୁଝର,ତା୧୦/୨- କେନ୍ଦୁଝର ଜିଲ୍ଲାରେ ବିକଶିତ ଭାରତ ଆଜୀବିକା ମିଶନ(ଗ୍ରାମୀଣ) ନିମନ୍ତେ ଗ୍ୟାରେଣ୍ଟି (ଭିବି-ଜୀ ରାମ-ଜୀ ଅଧିନିୟମ-୨୦୨୫)ର ସଫଳ କାର୍ଯ୍ୟାନ୍ୱୟନ ନିମନ୍ତେ ଏକ କର୍ମଶାଳା କେନ୍ଦୁଝର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳ ଶ୍ରୀ ଵିଶାଲ ସିଂହଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ କୁମାର ନାଗଭୂଷଣଙ୍କ ଅଧ୍ୟକ୍ଷତାରେ ଆୟୋଜିତଏହି ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଯୁଗ୍ମ ସଚିବ ଶ୍ରୀ ଗାୟତ୍ରୀଦତ୍ତ ନାୟକ ପରିଚାଳନା କରିବା ସହ ଯୋଜନା ବିଷୟରେ ପ୍ରାଞ୍ଜଳ ଭାବେ ଉପସ୍ଥିତ ଜିଲ୍ଲାର ସମସ୍ତ ବ୍ଲକର ବିଡ଼ିଓ, ସହକାରୀ ନିର୍ବାହୀ ଯନ୍ତ୍ରୀ ତଥା ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ବୁଝାଇଥିଲେ।ଭିବି-ଜୀ-ରାମ-ଜୀ ଯୋଜନାର ଉପାଦେୟତା ଓ ଆବଶ୍ୟକତା ଉପରେ ବିଷଦ ଆଲୋଚନା କରିଥିଲେ। ପୂର୍ବରୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଥିବା ବେଳେ ଏବେ ତାହା ବିକଶିତ ଭାରତ ରୋଜଗାର ଏବଂ ଆଜୀବିକା ମିଶନ ନିମନ୍ତେ ଗ୍ୟାରେଣ୍ଟି ଯୋଜନା ହୋଇଛି। ଯଦ୍ୱାରା ନିଶ୍ଚିତ କର୍ମ ନିଯୁକ୍ତି ସହିତ ସ୍ଥାୟୀ ସମ୍ପତି ସୃଷ୍ଟି ମାଧ୍ୟମରେ ଗ୍ରାମୀଣ ବିକାଶ, ପ୍ରତି ଗ୍ରାମୀଣ ପରିବାରକୁ ବର୍ଷକୁ ୧୨୫ ଦିନର କର୍ମ ନିଯୁକ୍ତିର ଗ୍ୟାରେଣ୍ଟି, ଏହି ଯୋଜନାରେ ଜଳ ସୁରକ୍ଷା, ସୁଦୃଢ ଭିତ୍ତି ଭୂମି, ଜୀବିକା ଅଭିବୃଦ୍ଧି ଏବଂ ଜଳବାୟୁ ସହନଶୀଳତା ଭଳି ୪ଟି ମୁଖ୍ୟ କାର୍ଯ୍ୟର ପ୍ରକାର ରହିଛି, ଏହାର ଯୋଜନା ପ୍ରଣାଳୀ ପଞ୍ଚାୟତ ଦ୍ଵାରା ପ୍ରସ୍ତୁତ ବିକଶିତ ଗ୍ରାମ ପଂଚାୟତରେ ଅନ୍ତର୍ଭୁକ୍ତ ହେବ ( ପିଏମ୍ ଗତି ଶକ୍ତି ) ଥିବା ବେଳେ ଏହାର ଭୂମିକା ପଞ୍ଚାୟତ ସ୍ତରରେ ଦୃଢ଼ୀକରଣ କରାଯିବ। ପୂର୍ବରୁ ମନରେଗା ଯୋଜନାରେ ସୃଷ୍ଟି କରାଯାଇଥିବା ପ୍ରକଳ୍ପ ଗୁଡ଼ିକର କମ ଦିନର ସ୍ଥାୟୀ ଥିଲା। କିନ୍ତୁ ବର୍ତ୍ତମାନ କ୍ଷେତ୍ରରେ ଏହା ସ୍ଥାୟୀ, ଉତ୍ପାଦନକ୍ଷମ ଏବଂ ଜୀବିକା ବୃଦ୍ଧିକାରି ସମ୍ପତି ଉପରେ ଗୁରୁତ୍ବ ଦିଆଯିବ। ଆଗରୁ ସାମାଜିକ ସମୀକ୍ଷା ବାଧ୍ୟତାମୂଳକ ଥିଲା ମାତ୍ର ତାହା ପ୍ରଭାବ ସବୁଠି ସମାନ ନଥିଲା କିନ୍ତୁ ଏଥିରେ ଏହି ଯୋଜନାରେ କାର୍ଯ୍ୟର ସ୍ବଚ୍ଛତା ପାଇଁ ଅଧିକ ଶକ୍ତିଶାଳୀ ବ୍ୟବସ୍ଥା କରାଯାଇଛି। ସେହିପରି ଭିତ୍ତିଭୂମି, ଜଳବାୟୁ ଏବଂ ଜୀବିକା ସମ୍ବନ୍ଧିତ ବ୍ୟବସ୍ଥିତ ଉପରେ ସମନ୍ଵୟ ଏବଂ ଗ୍ରାମୀଣ କାର୍ଯ୍ୟରେ ଜଳବାୟୁ ଅନୁକୂଳତା ଏବଂ ସ୍ଥିରତା ଉପରେ ଗୁରୁତ୍ବ ଦିଆଯାଇଛି। ଜିଲ୍ଲା ସ୍ତରୀୟ କର୍ମଶାଳା ମାଧ୍ୟମରେ ବ୍ଲକ ଉନ୍ନୟନ ଅଧିକାରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଏବଂ ଅତିରିକ୍ତ ପ୍ରକଳ୍ପ ଅଧିକାରୀମାନଙ୍କୁ ଅଭିଯାନ ସମ୍ପର୍କରେ ସୂଚନା ଓ ଦାୟିତ୍ୱ ପ୍ରଦାନ କରିବା ଏହାର ଏକ ପ୍ରମୁଖ କାର୍ଯ୍ୟ ବୋଲି ଶ୍ରୀ ନାୟକ କହିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦର, ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ଶୁଭଦର୍ଶୀ ଯୋଶୀ, ପିଏ, ଆଇଟିଡିଏ ଶିବଶଙ୍କର ମିଶ୍ର ,ପ୍ରୋଗ୍ରାମ ମ୍ୟାନେଜର ଶୋଭନ କୁମାର ଧଳ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.