କେନ୍ଦୁଝର,ତା୧୦/୨- କେନ୍ଦୁଝର ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଦରବାର ହଲ୍ଠାରେ ୨୦୨୫-୨୬ ଆର୍ଥିକ ବର୍ଷର ଦ୍ୱିତୀୟ ଜିଲ୍ଲା ଦକ୍ଷତା ବିକାଶ ମିଶନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ଯୁବକଯୁବତୀମାନଙ୍କ ଦକ୍ଷତା ବିକାଶ ଏବଂ ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।ବୈଠକରେ ମୁଖ୍ୟତଃ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। “ନୂଆ ଓଡ଼ିଶା” ଓ ପ୍ଲେସମେଣ୍ଟ ଲିଙ୍କଡ୍ ଟ୍ରେନିଂ ପ୍ରୋଗ୍ରାମ୍ କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାର ୧୩ଟି ବ୍ଲକରେ ଚାଲୁଥିବା ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମର ସମୀକ୍ଷା କରାଯିବା ସହ ଏହାର ସଫଳ ରୂପାୟନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା-୨୦୨୫-୨୬ ଓ.ଏସ.ଏମ.ଇ କ୍ୟାମ୍ପସରେ ଏକ ବିଶାଳ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିରେ ପ୍ରାୟ ୬୦ ଜଣ ସିଧାସଳଖ ନିଯୁକ୍ତିଦାତା ଏବଂ ବିଭିନ୍ନ ଶିଳ୍ପ ସଂସ୍ଥା ଯୋଗଦେବାର କାର୍ଯ୍ୟକ୍ରମ ରହିଛି।ଆପୋଲୋ ମେଡସ୍କିଲ୍ସ ଜରିଆରେ ତାଲିମ: ଜିଲ୍ଲାର ୬୦୦ ଯୁବକଯୁବତୀଙ୍କୁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନ କରାଯିବ। ଡିଏମଏଫ ସହାୟତାରେ ସି.ଟି.ଟି.ସି, ସିପେଟ ଏବଂ ଆଇ.ଏଚ. ଏମ ଭଳି ପ୍ରତିଷ୍ଠାନ ମାଧ୍ୟମରେ ଚାଲୁଥିବା ତାଲିମ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଛି।ପଛୁଆ ବର୍ଗ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ପ୍ରକଳ୍ପ ପି.ଭି.ଟିଜି ଗୋଷ୍ଠୀ ଏବଂ ଦିବ୍ୟାଙ୍ଗ ବ୍ୟକ୍ତିମାନଙ୍କ ପାଇଁ ସ୍ୱତନ୍ତ୍ର ଦକ୍ଷତା ବିକାଶ ପ୍ରକଳ୍ପ ଉପରେ ଗୁରୁତ୍ୱ ଦିଆଯାଇଛି।ବୈଠକରେ ମଡେଲ କ୍ୟାରିୟର ସେଣ୍ଟରର କାର୍ଯ୍ୟକାରିତା, ତେଲକୋଇଠାରେ ଦକ୍ଷତା ବିକାଶ କେନ୍ଦ୍ର ନିର୍ମାଣ ଏବଂ ଜିଲ୍ଲାରେ ୫ଟି ନୂତନ ସରକାରୀ ଆଇଟିଆଇ ପ୍ରତିଷ୍ଠା ନେଇ ଆଲୋଚନା ହୋଇଥିଲା। ଏଥିସହିତ ବିଭିନ୍ନ ବ୍ଲକରେ ସଚେତନତା ଶିବିର ଆୟୋଜନ କରି ପ୍ରତି ବ୍ଲକରୁ ୧୫୦ ଜଣ ପ୍ରାର୍ଥୀଙ୍କୁ ଚୟନ କରିବା ପାଇଁ ବିଭିନ୍ନ ବିଭାଗକୁ ଦାୟିତ୍ୱ ଦିଆଯାଇଛି।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମନ୍ଦରଧର ମହାଳିକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଜିଲ୍ଲାପାଳଅଧିକାରୀ ଶ୍ରୀ କୁମାର ନାଗଭୂଷଣଙ୍କ ସମେତ ଜିଲ୍ଲା ର ଦକ୍ଷତା ବିକାଶ ତଥା ନିଯୁକ୍ତି ଅଧିକାରୀ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ, ଶିଳ୍ପ ସଂସ୍ଥାର ପ୍ରତିନିଧି ଏବଂ ତାଲିମ ପ୍ରଦାନକାରୀ ସଂସ୍ଥାର ମୁଖ୍ୟମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post