ବେଲଗୁଣ୍ଠା:-(ଶିବରାମ ଚୌଧୁରୀ )- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ ଗାଙ୍ଗପୁର ସ୍ଥିତ ବିଜେପି କାର୍ଯ୍ୟାଳୟ ପରିସରରେ ସୋରଡ଼ା ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ‘ଭିବି-ଜି ରାମଜୀ’ ଯୋଜନା ସମ୍ପର୍କିତ ଏକ ଜନଜାଗରଣ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସଭାକୁ ସମ୍ବୋଧିତ କରି ବିଧାୟକ ଶ୍ରୀ ବିଷୋୟୀ କହିଥିଲେ ଯେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନାଗୁଡ଼ିକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ଦଳର ମୂଳ ଲକ୍ଷ୍ୟ। ବିଶେଷ କରି ‘ଭିବି- ଜି ରାମଜି ଯୋଜନାକୁ ନେଇ ସାଧାରଣରେ ଦେଖାଦେଇଥିବା ବିଭିନ୍ନ ଭ୍ରାନ୍ତ ଧାରଣାକୁ ଦୂର କରିବା ସହ ଏହାର ପ୍ରକୃତ ସୁଫଳ ବିଷୟରେ ସେ ଆଲୋଚନା କରିଥିଲେ। ମନରେଗା ଯୋଜନାରେ ପୂର୍ବରୁ ୧୦୦ ଦିନର କାର୍ଯ୍ୟଦିବସ ମିଳୁଥିବା ବେଳେ ଏହି ଯୋଜନା ମାଧ୍ୟମରେ ଏହାକୁ ୧୨୫ ଦିନକୁ ବୃଦ୍ଧି କରାଯାଇଛି ଏବଂ ଏଥିପାଇଁ ସରକାରୀ ସ୍ତରରେ ଅଧିକ ଅର୍ଥ ଅନୁଦାନ ମଧ୍ୟ ବ୍ୟବସ୍ଥା କରାଯାଇଛି। ଯାହାଦ୍ଵାରା ଅଧିକ ଶ୍ରମଦିବସ ମିଳିବା ସହ ରାଜ୍ୟକୁ ଅଧିକ ଅର୍ଥ ମିଳିପାରିବ l
ଏହି ସଚେତନତା ବାର୍ତ୍ତାକୁ ପ୍ରତିଟି ଘରେ ପହଞ୍ଚାଇବା ପାଇଁ ସେ ଉପସ୍ଥିତ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ଆଗାମୀ ଦିନରେ ସୋରଡ଼ା ନିର୍ବାଚନ ମଣ୍ଡଳୀରେ ବିଜେପି ସଙ୍ଗଠନକୁ ତୃଣମୂଳ ସ୍ତରରୁ ଅଧିକ ସୁଦୃଢ଼ ଓ ଶକ୍ତିଶାଳୀ କରିବା ପାଇଁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଆଜିର ଏହି ବୈଠକରେ ସୋରଡ଼ା ଓ ବେଲଗୁଣ୍ଠା ବ୍ଲକ ସମେତ ଉଭୟ ଅଞ୍ଚଳର ଏନଏସିରୁ ପ୍ରାୟ ୫୦୦ରୁ ଅଧିକ ପ୍ରମୁଖ କର୍ମକର୍ତ୍ତା, ବହୁ ଜିଲ୍ଲା ପରିଷଦ ସଭ୍ୟ,ସରପଞ୍ଚ, ସମିତିସଭ୍ୟ ଙ୍କ ସମେତ ପିଆରଆଇ ମେମ୍ବର ଏବଂ ସଙ୍ଗଠନର ବରିଷ୍ଠ ନେତୃବୃନ୍ଦ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post