ପୁଲୱାମା ଆତଙ୍କୀ ହମଲାରେ ସହିଦ୍ ଭାରତୀୟ ଯବାନଙ୍କ  ଉଦ୍ଦେଶ୍ୟରେ  ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

0

ଗୁଣପୁରରୁ ସିଦ୍ଧାର୍ଥ ଦାଶ : ଜମ୍ମୁ-କାଶ୍ମୀର ପୁଲୱାମା ଆତଙ୍କୀ ହମଲାରେ ସହିଦ୍ ଭାରତୀୟ ଯବାନଙ୍କ ସ୍ମୃତି ଓ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ ଉଦ୍ଦେଶ୍ୟରେ ରାୟଗଡ଼ା ଜିଲ୍ଲା ଗୁଣପୁର ଓକିଲ ସଂଘ ପକ୍ଷରୁ ଏକ ଶାନ୍ତି ପୂର୍ଣ୍ଣ ନିରବ କ୍ୟାଣ୍ଡେଲ୍ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।  ଏଥିରେ ଗୁଣପୁର ର ସମସ୍ତ ଓକିଲ ମାନେ ଯୋଗ ଦେଇଥିଲେ। ଗୁଣପୁର ଓକିଲ ସଂଘ ର ସଭାପତି ବ୍ରହ୍ମାନଂଦ ପଟ୍ଟନାୟକଙ୍କ ନେତୃତ୍ବରେ ବାହାରିଥିବା ଶୋଭାଯାତ୍ରା ସନ୍ଧ୍ୟା ସମୟରେ ସ୍ଥାନୀୟ ଗ୍ରାମ ଦେବୀ ମନ୍ଦିର ନିକଟରୁ ଆରମ୍ଭ ହୋଇ ସହର ପରିକ୍ରମା କରିଥିଲା।

ସାମନ୍ତରାଳ ଭାବେ ଗୁଣପୁର ସହରର ମହିଳା ମଣ୍ଡଳୀ ସଂଘ ପକ୍ଷରୁ ସହିଦ୍ ଯବାନଙ୍କ ଉଦ୍ଦେଶ୍ୟରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଗୁଣପୁର ନୂତନ ବସଷ୍ଟାଣ୍ଡ ଚଇତି ମଣ୍ଡପ ଠାରୁ ଆରମ୍ଭ ହୋଇ  ସହର ପରିକ୍ରମା କରିଥିଲେ ପରିଶେଷରେ ଗୁଣପୁର ପୁରଣା ବସ ଷ୍ଟାଣ୍ଡ ଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ନିକଟରେ  ପହଁଞ୍ଚି  ନିରବ ପ୍ରାର୍ଥନା କରିଥିଲେ । 

ଉପସ୍ଥିତ ଜନ ସାଧାରଣ ଯବାନଙ୍କ ଉଦ୍ଦେଶ୍ୟରେ ଜୟ ଧ୍ୱନି ଦେବା ସହ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ ।

 

Leave A Reply

Your email address will not be published.