ତାଲପାଲିଠାରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି  

0

ଗାଇସିଲେଟ/କେଦାର ନାଥ ସାହୁ : ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲି ଠାରେ ପୁଲୱାମା ଆତଙ୍କୀ ହମଲା ରେ ସହିଦ ଭାରତୀୟ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶାନ୍ତି ପୂର୍ଣ୍ଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚୈତନ୍ଯ ସାହୁ,କୃଷ୍ଣ ଚନ୍ଦ୍ର ସାହୁ,ନୀଳମଣି ବରିହା,ସରୋଜ ପଟେଲ,ନାଥ ମୁନା,ଝସକେତନ ସାହୁ, ବିନାୟକ ପ୍ରସାଦ ଗୁରୁ ,କେଦାର ନାଥ ସାହୁ, ଭଗବାନ ପଟେଲ,ଅନନ୍ତ ସାହୁ,ଅଶୋକ ଦାସ,ଦୋଳଗୋବିନ୍ଦ ସାହୁ,ସତ୍ୟ ସାହୁ, ଦୀନବନ୍ଧୁ ସାହୁ,ପାଣ୍ଡବ ସାହୁ,ସାରଙ୍ଗପାଣି ସାହୁ,ଆଦିତ୍ଯ ଦାସ, ଆକାଶ ମହାନ୍ତି,ରାମକୃଷ୍ଣ ସାହୁ,ଗୁଡ୍ଡୁ ସାହୁ,ମୁକେଶ ପଟେଲ ସମେତ ସ୍ଥାନୀୟ ବିଦ୍ୟାଳୟର ଓ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଏବଂ ଅଞ୍ଚଳର  ଦେଷପ୍ରେମୀ ଭଦ୍ରବ୍ୟକ୍ତି ଯୋଗ ଦେଇଥିଲେ। ଶୋଭାଯାତ୍ରା ସ୍ଥାନୀୟ ନୋଡାଲ ଉଚ୍ଚ ବିଦ୍ୟାଳୟରୁ ଆରମ୍ଭ ହୋଇ ଗ୍ରାମ ପରିକ୍ରମା କରିଥିଲା।”ଜୟ ଜବାନ – ଜୟ କିସାନ”,”ହିନ୍ଦୁସ୍ତାନ ଜିନ୍ଦାବାଦ- ପାକିସ୍ତାନ ମୁର୍ଦାବାଦ “,”ସହିଦ ଯବାନ ଅମର ରହେ” ଆଦି ନାରା ଅଞ୍ଚଳରେ ଗୁଞ୍ଜରଣ ସୃଷ୍ଟି କରିଥିଲା। ଛାତ୍ରଛାତ୍ରୀ ମାନେ ହାତରେ ତ୍ରୀରଙ୍ଗା ପତାକା ଧରି ଭାରତ ମାତା ଏବଂ ସହିଦ ଯବାନ ମାନଙ୍କ ଗୁଣଗାନ କରିଥିଲେ।ଶୋଭାଯାତ୍ରା ଗ୍ରାମ ପରିକ୍ରମା କରି ପୁନଶ୍ଚ ବିଦ୍ୟାଳୟକୁ ପହଞ୍ଚିବା ପରେ ଝସକେତନ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସହିଦ ଶ୍ରଦ୍ଧାଞ୍ଜଳୀ ସଭାରେ ବିନାୟକ ପ୍ରସାଦ ଗୁରୁ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ଉପସ୍ଥିତ ଦେଶ ପ୍ରେମୀ ଜନ ସାଧାରଣ ଏବଂ ଶତାଧିକ ଛାତ୍ରଛାତ୍ରୀ ସହିଦ ହୋଇଥିବା ଯବାନ ମାନଙ୍କ ପବିତ୍ର ଆତ୍ମାର ସଦଗତୀ ଏବଂ ଦେଷପ୍ରେମୀର ମହାନ ବଳୀଦାନକୁ ମନେ ପକାଇ ନୀରବ ପ୍ରାର୍ଥନା କରିଥିଲେ।ଏହି ଶୋଭାଯାତ୍ରାକୁ ସମର୍ଥନ ଜଣାଇ ଗ୍ରାମର ସମସ୍ତ ଦୋକାନ ବଜାର ଏବଂ ଡାକ୍ତରଖାନା,ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ବାଦ ଦେଇ ସମସ୍ତ ଅନୁଷ୍ଠାନ ବନ୍ଦ କରାଯାଇଥିଲା।

 

Leave A Reply

Your email address will not be published.