ମାର୍ଚ୍ଚ ମାସ ୧ ତାରିଖରୁ ଯାତାୟାତ କରିବ ବିମାନ 

0

Alliance Air କମ୍ପାନୀର ଚାରି ଜଣିଆ ପ୍ରତିନିଧି ଦଳ କଲେ ପର୍ଯ୍ୟବେକ୍ଷଣ 

ଝାରସୁଗୁଡା (ବିକ୍ରମ କେଶରୀ ମହାପାତ୍ର) : ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଗତ ସେପ୍ଟେମ୍ବର ମାସରେ ଉଦଘାଟିତ ହୋଇଥିବା ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ କିଛି ଦିନ ବିମାନ ଚଳାଚଳ ପରେ ବନ୍ଦ ହୋଇଥିବା ପୁଣି ବିମାନ ଚଳାଚଳ ପାଇଁ Alliance Air କମ୍ପାନୀର ଏକ ଚାରି ଜଣିଆ ପ୍ରତିନିଧି ଦଳ ଆଜି ଝାରସୁଗୁଡା ବିମାନ ବନ୍ଦର ବୁଲି ଦେଖିବା ସହ ଆସନ୍ତା ମାର୍ଚ୍ଚ ମାସ ୧ ତାରିଖରୁ ବିମାନ ଯାତାୟାତ କରିବ ବୋଲି କହିଛନ୍ତି | ଝାରସୁଗୁଡା ବିମାନ ବନ୍ଦର ରୁ କଲିକତା କୁ ବିମାନ ଚଲା ଚଳ କରିବ ବୋଲି ବିମାନ ବନ୍ଦର ର  Acting ପି ଡି ପି କରୁଣାକରଣ କହିଛନ୍ତି | Alliance Air କମ୍ପାନୀର ଇଞ୍ଜିନିୟର ଟି ଶାହାଙ୍କ ନେତୃତ୍ୱରେ  ୪ ଜଣିଆ ପ୍ରତିନିଧି ଦଳ ଝାରସୁଗୁଡା ବିମାନ ବନ୍ଦରର ସୁରକ୍ଷା ଓ ଅନ୍ୟାନ୍ୟ  ଭିତ୍ତିଭୂମି ତଦାରଖ କରି ଫେରିଯାଇଛନ୍ତି | ଏ ସମ୍ପର୍କିତ ରିପୋର୍ଟ ପ୍ରଦାନ କରିବା ପରେ ଆସନ୍ତା ମାର୍ଚ୍ଚ ୧ ତାରିଖରୁ ଏହି ବିମାନ ବନ୍ଦର ରୁ ନିୟମିତ ବିମାନ ଚଲା ଚଳ କରିବ ବୋଲି ସୂଚନା ଦେଇଛନ୍ତି।

Leave A Reply

Your email address will not be published.