ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ) ୩୧ ଜାନୁଆରୀ: ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷ (RTA) କଳାହାଣ୍ଡି ଏବଂ ଜିଲ୍ଲା ସଡକ ସୁରକ୍ଷା କମିଟି, କଳାହାଣ୍ଡିଙ୍କ ସଂଯୁକ୍ତ ଆୟୋଜନରେ ଜାତୀୟ ସଡକ ସୁରକ୍ଷା ମାସ–୨୦୨୬ର ସମାପନ ସମାରୋହ ଆଜି ସରକାରୀ ମହିଳା ମହାବିଦ୍ୟାଳୟ, ଭବାନୀପାଟଣାରେ ଏକ ଅନୁଷ୍ଠିତ ହୋଇଯାଇଛି।
୦୧ ଜାନୁଆରୀ ୨୦୨୬ରୁ ୩୧ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ କରାଯାଇଥିଲା। ଏହି ଏକମାସିଆ କାର୍ଯ୍ୟକ୍ରମ ଅବଧିରେ ସାଧାରଣ ଲୋକ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଡକ ସୁରକ୍ଷା ସମ୍ପର୍କିତ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ପ୍ରଚାର ଓ ଶିକ୍ଷାମୂଳକ ଅଭିଯାନ ଆୟୋଜିତ ହୋଇଥିଲା।
ଆଜିର ସମାପନ ସଭାରେ ଉପ-କମିଶନର ପ୍ରତାପ କିଶୋର ପଣ୍ଡା ସଭାପତିତ୍ୱ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଡକ ସୁରକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ
ଡା. ହରେକୃଷ୍ଣ ଶତପଥୀ, ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ, ଶୁଭ୍ରାଂଶୁ ଶେଖର ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ଡା. ତ୍ରିଲୋଚନ ଜେନା, ଅଧ୍ୟକ୍ଷ , ସରକାରୀ ମହିଳା ମହାବିଦ୍ୟାଳୟ, ଭବାନୀପାଟଣା,ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ,
ପ୍ରବୋଧ ରଥ, ସଭାପତି, ବସ୍ ମାଲିକ ସଂଘ, ଲୋକନାଥ ସାହୁ, ଉପ-ଆରକ୍ଷୀ ଅଧୀକ୍ଷକ ଯୋଗଦେଇ ସଡକ ସୁରକ୍ଷା ଜୀବନ ରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ।
ସ୍ବାଗତ ଭାଷଣ ଡା. ରାଧାରାଣୀ ନାୟକ, ଅଧ୍ୟାପିକା (ଇଂରାଜୀ), ସରକାରୀ ମହିଳା ମହାବିଦ୍ୟାଳୟ, ଭବାନୀପାଟଣା ପ୍ରଦାନ କରିଥିଲେ ଏବଂ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ଡା. ପ୍ରତାପ ସେନାପତି ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ସଡକ ସୁରକ୍ଷା ପ୍ରଚାରରେ ଅବଦାନ ରଖିଥିବା ୧୫ ଜଣ ଗୁଡ୍ ସାମାରିଟନ୍, ଅନୁଭବୀ ଟ୍ରକ୍ ଓ ବସ୍ ଚାଳକ ଏବଂ ରୋଡ୍ ସୁରକ୍ଷା ପ୍ରେରକ, ସହିତ ୬ ଜଣ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଥିଲା।
କାର୍ଯ୍ୟକ୍ରମର ଶେଷରେ ସଡକ ସୁରକ୍ଷା ଓ ହେଲମେଟ୍ ପିନ୍ଧିବାର ଗୁରୁତ୍ୱ ଉପରେ ଆଧାରିତ ଏକ ସଂକ୍ଷିପ୍ତ ସଚେତନତାମୂଳକ ନାଟିକା ପରିବେଶିତ ହୋଇଥିଲା, ଯାହା ଦର୍ଶକମାନଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା।
ମିଥୁନ ପ୍ରଧାନ, ଟ୍ରାଫିକ୍ ଇନ୍ସପେକ୍ଟର, ସହ ସମସ୍ତ ଅଧିକାରୀ ଓ କର୍ମଚାରୀବୃନ୍ଦ ଏହି ସଭାରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା ରେ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Next Post