ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ ଙ୍କ ରିପୋର୍ଟ: ମାଲକାନଗିରି ତା. ୩୧.୦୧.୨୦୨୬ – ମାଲ୍ୟବନ୍ତ ମହୋତ୍ସବ ଉପଲ କ୍ଷେ ଆଜି ସତୀଗୁଡା ଜଳଭଣ୍ଡାରରେ ୧୨ଟି ନୌକା ଚାଳକ ଦଳକୁ ନେଇ ନୌକା ଚାଲଣା ପ୍ରତି ଯୋଗିତା ଅନୁଷ୍ଠିତ ହୋଇ ଯାଇଛିା ଚଳିତ ବର୍ଷ ୫ଟି ନୂତନ ଦଳ ଯୋଗ ଦେଇଥିବା ବେଲେ ଏହି ପାଂଚଟି ଦଳ ମଧ୍ୟରୁ ଚିତ୍ରକୋଣ୍ଡା ବନାଂଚଳରୁ ତିନୋଟି ଦଳ କାଲିମେଳା ବନାଂଚଳରୁ ଦୁିଟି ଦଳ ଯୋଗ ଦେଇଛନ୍ତିା ଏହି ପ୍ରତି ଯୋଗିତାରେ ସତୀଗୁଡା ମତ୍ସ୍ୟଜୀବି ସମବାୟ ସଂଗଠନ ର ସୋରିଷମାଳ ଗ୍ରାମ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଲେ ଦ୍ୱିତୀୟ ସ୍ଥାନରେ ସିନ୍ଧ୍ରିମାଳ ଓ ତୃତୀୟ ସ୍ଥାନରେ ଚମ୍ପାଖାରୀ ବିଜୟ ଲାଭ କରିଥିଲୋ ଅପରାହ୍ନରେ ଅନୁଷ୍ଠିତ କା ର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟ କ୍ଷା ସମାରୀ ତାଙ୍ଗୁଲ, ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଏସ୍.ପି. ବିନୋଦ ପାଟିଲ ହେଚ୍. ଖଣ୍ଡୀୟ ବନାଧିକାରୀ ସାଇ କିରଣ, ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ବି.ଏସ୍.ଏଫ୍ କମାଣ୍ଡେଂଟ ସୁଶିଲ କୁମାର ହେଚ୍, ସାଂସଦ ପ୍ରତିନିଧି ସଂଜୟ ସରକାର, ବିଧାୟକ ପ୍ରତିନିଧି ମାଣିକଲାଲ ଚକ୍ରବର୍ତୀ, ଅଂଶଗ୍ରହଣ କରିଥିଲା ବେଲେ ଜିଲ୍ଲାପାଳ ସବୁଜ ପତାକା ଦ୍ରେଖାଇ ପ୍ରତି ଯୋଗିତା ଉଦ୍ଘାଟନ କରିଥିଲୋ ୧୨ ଜଣ କ୍ରୀଡା ଶିକ୍ଷକ ଚୟନକର୍ତା ଭାବେ ନିଜର କର୍ତବ୍ୟ ତୁଲାଇଥିବା ବେଲେ ମତ୍ସ୍ୟ ବିଭାଗ, ବନ ବିଭାଗର ପଦାଧଇକାରୀ ଓ କର୍ମଚାରୀ ମାନେ ଏହିକା ର୍ଯ୍ୟକ୍ରମ କିପରି ସୁଚାରୁ ରୁପେ ସମ୍ପନ୍ନ ହେବ ସେଥିପାଇଁ ନିଜ ନିଜର ଦାୟିତ୍ୱ ତୁଲାଇଥିଲୋ ଗଭୀର ଜଳ ମଧ୍ୟରେ ଏହି ପ୍ରତି ଯୋଗିତା ଅନୁଷ୍ଠିତ ହୋଇଥିବାରୁ ପ୍ରତି ଯୋଗୀମାନଙଅକ ସୁର କ୍ଷା ପାଇଁ ଅଗ୍ନିଶମ ବିଭାଗ ଜଳମଧ୍ୟରେ ରହି ପ୍ରତି ଯୋଗୀମାନଙ୍କ ସୁର କ୍ଷା ଦାୟିତ୍ୱ ତୁଲାଇଥିଲୋ ସେହିପରି ସ୍ୱାସ୍ଥ୍ୟ ବିଭାଗ ତରଫରୁ କୌମସି ଅଘଟଣ ପାଇଁ ଡାକ୍ତର ଓ କର୍ମଚାରୀଙ୍କ ସହ ଆମ୍ବୁଲାନ୍ସ ନିୟୋଜିତ ଥିଲ।। ଏହି କା ର୍ଯ୍ୟକ୍ରମ ସହକାରୀ ବନ ସଂର କ୍ଷକ ମନସୁନ୍ ଖେମୁଣ୍ଡୁ ଗତ ଦୁଇଦିନ ଧରି ସତୀଗୁଡା ଇକୋ ପ୍ରାକୃତିକ ପ ର୍ଯ୍ୟଚନ ସ୍ଥଳୀରେ ରହି ସମସ୍ତ କା ର୍ଯ୍ୟ ତଦାରଖ କରିଥିଲୋ ଆଜି ଏହି କା ର୍ଯ୍ୟକ୍ରମ ପରିଚାଳନା କରିଥିଲାବେଲେ ମାଲକାନଗିରି ସହକାରୀ ବନ ସଂର କ୍ଷକ ପ୍ରିୟଙ୍କା ମହୁକା ବନାଂଚଳ ଅଧିକାରୀ ରମେଶ ଚନ୍ଦ୍ର ରାଉତ, ଅବସରପ୍ରାପ୍ତ ବନପାଳ ଦୁ ର୍ଯ୍ୟୋଧନ ପାତ୍ର, କାଲିମେଳା ବନପାଳ ମୃତ୍ୟୁଂଜୟ ସେଠୀ, ସହ ଯୋଗ କରିଥିଲୋ ଏହି ପ୍ରତି ଯୋଗିତାରେ ବିଜୟଲାଭ କରିଥିବା ତିନୋଟି ଦଳଙ୍କୁ ମାଲ୍ୟବନ୍ତ ମହୋତ୍ସବରେ ଅତିଥଇ ମନଙ୍କ ଦ୍ୱାରା ମାନପତ୍ର ଓ ପୁରସ୍କାର ପ୍ରଦାନ କରା ଯିବ । ଶେଷରେ ସହକାରୀ ବନ ସଂର କ୍ଷକ ଶ୍ରୀମତୀ ଖେମୁଣ୍ଡୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲୋ
Sign in
Sign in
Recover your password.
A password will be e-mailed to you.