୩୫ତମ ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସ ଶିବିର ଉଦଘାଟିତ

2

କେନ୍ଦୁଝର,ତା୩୦/୧- ସରକାରୀ ଉଚ୍ଚ ବିଦ୍ୟାଳୟ, ରାଇସୁଆଁ ଠାରେ ୩୫ତମ ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସ ଶିବିର ଉଦଘାଟିତ ହୋଇଯାଇଛି।ଜିଲ୍ଲା ଶିକ୍ଷା ଅଧିକାରୀ କେନ୍ଦୁଝର ପୂର୍ଣ୍ଣଚନ୍ଦ୍ର ବରିହାଙ୍କ ସଭାପତିତ୍ବରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ଯୋଗ ଦେଇ ଜୁନିଅର ରେଡକ୍ରସ ମାନେ ଭବିଷ୍ୟତର ରକ୍ତ ଦାତା ସାଜି ସମାଜର କଲ୍ୟାଣମୂଳକ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ଉପ ମୁଖ୍ୟ ବନ ସଂରକ୍ଷକ,କେନ୍ଦୁଝର ସୁଦୀପ୍ତ କୁମାର ପଣ୍ଡା ଯୋଗ ଦେଇ ପରିବେଶ ସୁରକ୍ଷା ନିମନ୍ତେ ସମସ୍ତେ ଯତ୍ନବାନ ହେବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀକାନ୍ତ ବେହେରା,ରୁଦ୍ର ନାରାୟଣ ସାମଲ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରାମକୃଷ୍ଣ ବେହେରା,ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀ ଓଁକାର ଅନ୍ୱେଷ,ହରିଚନ୍ଦନପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଚିନ୍ମୟ କୁମାର ରାଉତ,ସଦର ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ମାନସ ରଞ୍ଜନ ମିଶ୍ର,କପିଳ ଚନ୍ଦ୍ର ଦାସ ଯୋଗ ଦେଇ ଜୁନିଅର ରେଡକ୍ରସମାନଙ୍କୁ ଉତ୍ସାହିତ କରିଥିଲେ।ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୪୫୦ ଜଣ ଜୁନିଅର ରେଡକ୍ରସ ଏହି କ୍ୟାମ୍ପରେ ଯୋଗ ଦେଇଛନ୍ତି।ଜୁନିଅର ରେଡକ୍ରସ ଅଫିସର୍ ପ୍ରଶାନ୍ତ କୁମାର ପରିଡ଼ା ବିଭିନ୍ନ ପ୍ରତିଯୋଗିତାର ସଫଳ ଆୟୋଜନ କରାଇଥିଲେ।ଜିଲ୍ଲାର ସମସ୍ତ ବିଦ୍ୟାଳୟରୁ ଆସିଥିବା ଜୁନିଅର ରେଡକ୍ରସ କାଉନସେଲର ତଥା ସରକାରୀ ଉଚ୍ଚ ବିଦ୍ୟାଳୟ,ରାଇସୁଆଁର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କ୍ୟାମ୍ପ ପରିଚାଳନାରେ ସହଯୋଗ କରିଥିଲେ।ଶେଷରେ ସରକାରୀ ଉଚ୍ଚ ବିଦ୍ୟାଳୟ,ରାଇସୁଆଁର ପ୍ରଧାନ ଶିକ୍ଷକ ନିର୍ମଳ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.