ରାଜଗାଙ୍ଗପୁର/ତା ୩୦-୦୧-୨୬.-ବିଷ୍ଣୁ ଭୋମିକ: କୋଟି କୋଟି ଟଙ୍କା ର ଜିଏସଟି ଆତ୍ମସାତ ଅଭିଯୋଗ ରୁ ଜିଏସଟି ଇଣ୍ଟିଲିଜେନ୍ସ ବିଭାଗ ପକ୍ଷରୁ ରାଜଗାଙ୍ଗପୁର ସହରରେ କଣ୍ଟା ବ୍ୟାପାରି ଓ ଲୁହା ବ୍ୟବସାୟୀ ଚଲତି ସିଂହ ଙ୍କ ଘରେ ଓ ପ୍ଲାଣ୍ଟ ରେ ଚଢ଼ାଉ | ସୁନ୍ଦରଗଡ଼ ଜିଲ୍ଲା ଅନ୍ତର୍ଗତ ରାଜଗାଙ୍ଗପୁର ସହର ରେ ରାଉରକେଲା ଇଣ୍ଟିଲିଜେନ୍ସ ପକ୍ଷରୁ ରାନିବନ୍ଧ ସ୍ଥିତ କଣ୍ଟା ବ୍ୟାପରି ଚଲତି ସିଂହ ଙ୍କ ଘରେ ଏବଂ ତାର କେ.ବି.ଷ୍ଟିଲ କର୍ପୋରେସନ ନାମକ ଫାକ୍ଟ୍ରି, ଓ ତାଙ୍କ ଘର ପଛ ପଟେ ଥିବା ଲୁହା ଗୋଡାଉନ(କଣ୍ଟା) ରେ ଏକ୍କାଳୀନ ଭାବେସକାଳେ 9 ଟା ରେ ରେଡ କରିଥିଲେ, ପାଖାପାଖି 10 ରୁ 12 ଜଣ ଅଫିସର ରେଡ ରେ ସାମିଲ ଥିଲେ,ଚଲତି ସିଂହ ଏବଂ ତାଙ୍କ ପରିବାର ର କୋଣସି ସଦସ୍ୟ ଘରେ ଉପସ୍ଥିତ ନ ଥିବାରୁ ଘର ବାହାରେ ଟିମ ପୋଲିସ ଫୋର୍ସ ସହ ଯୋଗୀ ରହିଥିଲେ ପରବର୍ତୀ ସମୟରେ ତାଙ୍କ ସହଯୋଗୀ(ଅରବିନ୍ଦ ଅଗ୍ରୱାଲ) ଓ ତାଙ୍କ ଚାକରାଣୀ ଉପସ୍ଥିତି ରେ ଘର ଖୋଲି ଖାନ ତଲାଶ କରିଥିଲେ,ସନ୍ଧ୍ୟା 6.30 ବେଳେ ସାମ୍ବାଦିକ ମାନେ ତାଙ୍କ ଘର ଭିତରେ ପ୍ରବେଶ କରି ଫୋଟୋ ଉଠାଉ ଥିବା ସମୟରେ ଅଧିକାରୀ ଗଣ ଫୋର୍ସ କୁ ଡକାଇ ତାଙ୍କୁ ବାହାର କରିବା ପାଇ ଆଦେଶ ଦେଇଥିଲେ, ସାମ୍ବାଦିକ ମାନେ ନିଜ ପରିଚୟ ଦେବାରୁ ଯାଞ୍ଚ ସାରି ନିଜ ବ୍ୟକ୍ତବ୍ୟ ଦେବୁ ବୋଲି କହିଥିଲେ, ସୂଚନା ମୁତାବକ ଅଫିସର ମାନେ ଚଲତି ସିଂହ ଙ୍କ ଘର ଖାନ ତଲାସ କରିବା ବେଳେ ତିନୋଟି ରୂମ ରେ ତାଲା ବନ୍ଦ ଥିବାରୁ ତାକୁ ସିଲ କରିଦେଇଥିବା ବେଳେ ପରବର୍ତୀ ମୁହୂର୍ତ ରେ ଚଲତି ସିଂହ ଆସିଲେ ଖୋଲା ଯାଇ ଖାନ ତଲାସ କରାଯିବବୋଲି ଅଫିସର କହିଥିଲେ,ଦୀର୍ଘ ସମୟ ଅପେକ୍ଷା ପରେ ସମସ୍ତ ଅଫିସର ଘର ବାହାର କୁ ଆସି କିଛି ମନ୍ତବ୍ୟ ଦେବା କୁ ମନା କରି ଦେଇଥିଲେ, ଏବଂ ତାଙ୍କୁ କହିଲେ ଯେ ଆପଣ ମାନେ ରାଉରକେଲା ସ୍ଥିତ ଅଫିସ ରେ ଆସି ସବିଶେଷ ତଥ୍ୟ ନେଇ ଯିବେ କିମ୍ବା ଆମେ ପ୍ରେସ ରିଲିଜ ଦେବୁ ଏହା ତାଙ୍କ କାର୍ଯ୍ୟଶୈଳୀ ଉପରେ ସନ୍ଦେହ ପ୍ରକାଶ ହୋଉ ଥିବା ନଜିର ଆସୁଛି, କିମ୍ବା କିଛି ଆନ୍ତରିକ ଲେନ ଦେନ ହୋଇଥିବା ପରିଲକ୍ଷିତ ହୋଉଛି ! ଘରୁ ବାହାରି ସନ୍ଧ୍ୟା 7ଟା ରେ ପୁଣି ତାଙ୍କ ଫାକ୍ଟ୍ରି କୁ ଯାଇ ଖାନ ତଳାଶ କରୁଥିବା ନଜର ଆସିଥିଲା, ସାମ୍ବାଦିକ ଗଣ ସେଠି ପହଂଚିବାରୁ ଫାକ୍ଟ୍ରି ଭିତର କୁ ଯାଇ ଅଫିସର ମାନେ ମୁଖ୍ୟ ଫାଟକ ଭିତରୁ ବନ୍ଦ କରି ଦେଇଥିଲେ, ଏହା ତାଙ୍କ କାର୍ଯ୍ୟ ଶୈଳୀ ଉପରେ ସନ୍ଦେହ କରାଯାଉଛି, ପ୍ରମୁଖ କଣ୍ଟା ବ୍ୟବସାୟୀ ଚଲତି ସିଂହ ରାଜଗାଙ୍ଗପୁର ଓ ଆଖି ପାଖ ଅଞ୍ଚଳ ରେ ଚୋରି ହୋଉ ଥିବା ଜିନିଷ କୁ ନିଜ କଣ୍ଟା ରେ ଆତ୍ମ ସାତ କରୁଥିବା ଖବର ବହୁ ପୂରୁଣା କଥା ବର୍ତମାନମାନ ରେ ସେହି ଅଞ୍ଚଳ ରେ କେ ବି ଷ୍ଟିଲ ନାମକ ଫାକ୍ଟ୍ରି ଖୋଲି ଲୁହା କାରୋବାର କରି ଜିଏସଟି ଆତ୍ମସାତ କରୁଥିବା ଅଭିଯୋଗ ହୋଇଛି,ଖବର ଲେଖା ଯାଉଥିବା ସମୟ ପର୍ଯ୍ୟନ୍ତ ଫାକ୍ଟ୍ରି ରୁ ଅଫିସର ମାନେ ବାହାରି ନ ଥିଲେ!
Sign in
Sign in
Recover your password.
A password will be e-mailed to you.
Prev Post