ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା); ଶାସକ ପ୍ରଶାସକ : ଗଞ୍ଜାମଜିଲ୍ଲା ଭଞ୍ଜନଗର ସହରର ଅନେକ ଇଲେକ୍ଟ୍ରିସିଆନ୍ ଓ ପ୍ଲମ୍ବର କାର୍ଯ୍ୟରେ ନିୟୋଜିତ କରି ଜିବିକା ନିର୍ବାହ କରୁଥିବା ଜନସାଧାରଣ ଙ୍କୁ ନେଇ ଅଦ୍ୟ ଜାନୁଆରୀ ମାସ ୩୦ ତାରିଖ ଶୁକ୍ରବାର ଦିନ ଭଞ୍ଜନଗର ସ୍ଥ ବନବିହାର ପରିସରରେ ଏକ ଭବ୍ୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସହିତ,ଏକ ଅସ୍ଥାୟୀ କମିଟି ଚୟନ ଓ ସେଥିରେ କିଛି ବରିଷ୍ଠ ବୟୋଜ୍ୟେଷ୍ଠ ମାନଙ୍କୁ ଉପହାର ଦେଇ ସମ୍ବର୍ଦ୍ଧନା ମଧ୍ୟ କରାଯାଇଥିଲା।
ଭଞ୍ଜଭୂମି ଭଞ୍ଜନଗର ସହରର ଅନେକ ବର୍ଷ ହେବ ଅନେକ ବିଜ୍ଞ ଅଭିଜ୍ଞ ବୟୋଜ୍ୟେଷ୍ଠ ଓ ଅନେକ ନବାଗତ କୁଶଳୀ ବ୍ୟକ୍ତି ଓ ଯୁବକ ନିଜ ନିଜର ବୃତ୍ତି ଭାବରେ ଇଲେକ୍ଟ୍ରିସିଆନ୍ ଓ ପ୍ଲମ୍ବର କାର୍ଯ୍ୟ କରି ନିଜ ନିଜର ପରିବାର ପ୍ରତିପୋଷଣ କରି ଆସୁଛନ୍ତି। କିନ୍ତୁ ଆଜି ସମସ୍ତ ଙ୍କ ସହମତି ଓ ସହଯୋଗ ରେ ଭଞ୍ଜନଗର ର ବିଭିନ୍ନ ସ୍ଥାନରେ କାର୍ଯ୍ୟ କରୁଥିବା ସମସ୍ତ ଇଲେକ୍ଟ୍ରିସିଆନ୍ ଓ ପ୍ଲମ୍ବର ଭାଇ ମାନେ ଭଞ୍ଜନଗର ବନବିହାର ପରିସରରେ ଏକତ୍ରିତ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ଆଜିର ଏହି ଭବ୍ୟ ଓ ସୈ।ହାର୍ଦ୍ଧ ପୂର୍ଣ୍ଣ ବନ ବିହାରର ବାତାବରଣ ରେ କିଛି ବୟୋଜ୍ୟେଷ୍ଠ ଓ କୁଶଳୀ ଅଭିଜ୍ଞ ବ୍ୟକ୍ତି ଯଥା, ଶ୍ରୀଯୁକ୍ତ ଗୋପିନାଥ ସାହୁ, ଶ୍ରୀଯୁକ୍ତ ଗୋପିନାଥ ଜେନା ଓ ଶ୍ରୀଯୁକ୍ତ କାମରାଜୁ ମହାରଣା ଙ୍କୁ ମୂଖ୍ୟ ସମ୍ମାନିତ ଅତିଥି ଭାବରେ ପୁଷ୍ପଗୁଚ୍ଛ, ଉପଢୌକନ ସହିତ ଉପହାର ଦେଇ ସମ୍ମାନିତ କରାଯାଇଥିଲା। ଏହି ଆଡମ୍ବର ପୂର୍ଣ୍ଣ ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ବରିଷ୍ଠ ସମ୍ମାନିତ ଅତିଥି ମାନେ ସେମାନଙ୍କ ଜିବନ ର କଷ୍ଟ ସାଧ୍ୟ କାର୍ଯ୍ୟକୁ ସ୍ମୁତି ଚାରଣ କରିବା ସହିତ ବର୍ତ୍ତମାନ ପରିସ୍ଥିତିରେ ଭଞ୍ଜନଗର ର ସମସ୍ତ ଇଲେକ୍ଟ୍ରିସିଆନ୍ ଓ ପ୍ଲମ୍ବର ଭାଇମାନେ କିପରି ଏକ୍ ଜୁଟ୍ ହୋଇ ଏକମତ ଓ ସହଯୋଗରେ କାର୍ଯ୍ୟକରିବେ ସେ ବିଷୟରେ ଆଲୋକପାତ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ କୁ ଶ୍ରୀ କିଶୋର ରାଓ ଓ ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକ ସୁଚାରୁ ରୂପେ ପରିଚାଳନା କରିଥିବାବେଳେ ସଂଗ୍ରାମ ପଣ୍ଡା,ଦଣ୍ଡୁ ଓ ଅନ୍ୟମାନେ ସହଯୋଗ କରିଥିଲେ। ଏହାସହିତ ଆଜିର ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ ରେ ଏକ ଅସ୍ଥାୟୀ କମିଟି ମଧ୍ୟ ଚୟନ କରାଯାଇ, ଏଥିରେ ସମସ୍ତ ଙ୍କ ଉପସ୍ଥିତି ଓ ସହମତିରେ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଶ୍ର ଙ୍କୁ ସଭାପତି ଓ ଶ୍ରୀଯୁକ୍ତ କିଶୋର ରାଓ ଙ୍କୁ ଉପସଭାପତି ରୁପେ ଘୋଷଣା କରାଯାଇଥିଲା। ଅନ୍ୟ ସମସ୍ତ ସଂଗ୍ରାମ ପଣ୍ଡା,ସୁସିଲ୍ କୁମାର ଗୌଡ଼, ଅରୁଣ କୁମାର ବେହେରା, ଅଶୋକ କୁମାର ଗୌଡ଼,ପିତବାସ ସ୍ୱାଇଁ, ଝୁଲୁ ଗୈ।ଡ, ସୁଶାନ୍ତ କୁମାର ଗୌଡ଼,ଦଣ୍ଡୁ, ଲିଟୁ ସାହୁ ସମେତ ୭୦ ରୁ ଉର୍ଦ୍ଧ କମିଟି ସଦସ୍ୟ ଉପସ୍ଥିତ ଥିଲେ। ଶେଷରେ ଆୟୋଜିତ ବୈଠକରେ ସନ୍ତୋଷ ଧନ୍ୟବାଦ୍ ଅର୍ପଣ କରି ସଭା ସାଙ୍ଗ କରିବା ପରେ ପରେ ଏକ ନୈଶ୍ୟ ଭୋଜିଭାତ ର ଆୟୋଜନ ରେ ସମସ୍ତେ ଭୋଜନ କରି ଖୁସି ମଜା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post