ଭୁବନେଶ୍ୱର, ଜାନୁଆରୀ ୨୯: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଏବଂ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟ, ମଧ୍ୟରେ କୃଷି ବିଜ୍ଞାନ କ୍ଷେତ୍ରରେ ଶୈକ୍ଷିକ, ଗବେଷଣାତ୍ମକ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସହଭାଗିତାକୁ ନେଇ ଏଠାରେ ବୁଧବାର ଏକ ବୁଝାମଣା ସ୍ୱାକ୍ଷରିତ ହୋଇଯାଇଛି ।
ବୁଝାମଣା ଅନୁଯାୟୀ ସୋଆ ଏବଂ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୃଷି ଏବଂ ତତ୍ସଂଲଗ୍ନ ବିଭିନ୍ନ କ୍ଷେତ୍ରରେ ଗବେଷଣା ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ନେଇ ମିଳିତ ଭାବେ କାର୍ଯ୍ୟ କରିବେ ।
ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ନରସିଂହ ଚରଣ ପଣ୍ଡାଙ୍କ ମଧ୍ୟରେ ଏହି ବୁଝାମଣା ସ୍ୱାକ୍ଷରିତ ହୋଇଥିଲା ।
ଏହି ଅବସରରେ ସୋଆ ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ଏଗ୍ରିକଲ୍ଚରାଲ ସାଇନ୍ସେସ୍ (ଆଇଏଏସ୍)ର ଡିନ୍ ପ୍ରଫେସର ସନ୍ତୋଷ କୁମାର ରାଉତ, ଏଗ୍ରିକଲ୍ଚରାଲ ଏକ୍ସଟେନ୍ସନ୍ ଆଣ୍ଡ କମୁ୍ୟନିକେସନ ବିଭାଗର ମୁଖ୍ୟ ପ୍ରଫେସର ଡକ୍ଟର ବିବୁଧ ପରାଶର, ଆସୋସିଏଟ ପ୍ରଫେସର (ଡକ୍ଟର) ଅଂଶୁମାନ ଜେନା, ଏଗ୍ରୋନୋମି ବିଭାଗର ଆସୋସିଏଟ ପ୍ରଫେସର (ଡକ୍ଟର) ଶୁଭପ୍ରଦ ଦାଶ ଓ ଆଡମିନିଷ୍ଟେ୍ରଟିଭ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡା ଉପସ୍ଥିତ ଥିଲେ । ସେହିପରି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୃଷି ବିଭାଗ ମୁଖ୍ୟ ତଥା ଆସୋସିଏଟ୍ ପ୍ରଫେସର ଡକ୍ଟର ମଞ୍ଜୁଶ୍ରୀ ସିଂହ ଏବଂ ଦୁଗ୍ଧ ବିଜ୍ଞାନ ବିଭାଗ ମୁଖ୍ୟ ତଥା ଆସୋସିଏଟ ପ୍ରଫେସର ଡକ୍ଟର ସଞ୍ଜୟ କେ. ପ୍ରଧାନ ବୁଝାମଣା ସ୍ୱାକ୍ଷର ସମୟରେ ଉପସ୍ଥିତ ଥିଲେ ।
ବୁଝାମଣା ଅନୁଯାୟୀ ଉଭୟ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ, ଫ୍ୟାକଲ୍ଟି ଏବଂ ବୈଜ୍ଞାନିକଙ୍କ ମଧ୍ୟରେ ମେଥୋଡଲଜି, ଟେକ୍ନୋଲଜି, ବିଜ୍ଞାନ ଏବଂ ସୂଚନାର ଆଦାନପ୍ରଦାନ ହେବ । ଏଥି ସହିତ ଦୁଇଟି ଅନୁଷ୍ଠାନ ମଧ୍ୟରେ ଲାବୋରେଟୋରୀ ସୁବିଧା ମଧ୍ୟ ବ୍ୟବହାର କରାଯିବାର ନିଷ୍ପତି ନିଆଯାଇଛି ।
Sign in
Sign in
Recover your password.
A password will be e-mailed to you.