ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ସଚେତନ ତାଲିମ୍।

2

ମାଲକାନଗିରି ରୁ ସୁରେନ୍ଦ୍ର କୁମାର :- ୨୯/୧ /୨୬: ମାଲକାନଗିରି ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଜିଲ୍ଲା ଅଧିକାରୀ ନିର୍ମଳ ଧାରୁଆଙ୍କ ତତ୍ବାବଧାନ ରେ ମାତା ପିତା ତଥା ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଆଇନ୍, ୨୦୦୭ ରେ ଥିବା ପ୍ରାବଧାନ ସଂପର୍କରେ ସଚେତନତା ତାଲିମ୍ ଶିବିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମ ରଞ୍ଜନ ଦାଶ, ରାଜ୍ୟ ସାଧନ କର୍ମୀ ଭାରତୀ ଚକ୍ର, ଉପଖଣ୍ଡୀୟ ସାମାଜିକ ସୁରକ୍ଷା ଅଧିକାରୀ ରାଜୀବ ପୂଜାରୀ ଯୋଗଦେଇ ଜଗନ୍ନାଥଙ୍କ ବିଗ୍ରହରେ ଧୂପ, ଦୀପ, ପୁଷ୍ପମାଲ୍ୟ ପ୍ରଦାନ କରି ମଞ୍ଚାସୀନ ହେଲେ।
ତାଲିମ୍ ରେ ସାଧନ କର୍ମୀ ତଥା ସମାଜ ସେବୀ ଶ୍ରୀମତୀ ଚକ୍ର ଉପସ୍ଥିତ ବରିଷ୍ଠ ନାଗରୀକ, ବୁଦ୍ଧିଜୀବୀ ଓ ଯୁବଗୋଷ୍ଠୀଙ୍କୁ ସାମ୍ପ୍ରତିକ ସମୟରେ ସମାଜରେ ପିତା, ମାତା ତଥା ବରିଷ୍ଠ ନାଗରୀକ, ଯେଉଁମାନେ ଆତ୍ମୀୟସ୍ବଜନ ମାନଙ୍କ ଠାରୁ ବିଭିନ୍ନ ପ୍ରକାର ଅବହେଳା,ଅତ୍ୟାଚାର, ଶାରିରୀକ, ମାନସିକ, ଆର୍ଥିକ ନିର୍ଯ୍ୟାତନା
ପାଉଛନ୍ତି ସେମାନେ ଭରଣପୋଷଣ କଲ୍ୟାଣ ଆଇନର ଆଶ୍ରୟ ସହଜ ଓ ସରଳ ଉପାୟରେ ନ୍ୟାୟ ପାଇବେ ତାହା ପ୍ରାଞ୍ଜଳ ଭାବେ ବୁଝାଇ ଥିଲେ। ଏହି ନିୟମ କାଶ୍ମୀର ବ୍ୟତୀତ ଭାରତର ସମସ୍ତ ରାଜ୍ୟରେ ଏହି ପ୍ରାବଧାନ ଲାଗୁ ହୋଇ ପାରିବ ଏବଂ ଏଥିପାଇଁ ଉପଜିଲ୍ଲାପାଳ ଙ୍କ ଠାରେ ସାଧା କାଗଜରେ ଦରଖାସ୍ତ କିମ୍ବା ନିର୍ଦ୍ଧାରିତ ଫର୍ମରେ ଆବେଦନ କରିପାରିବେ ବୋଲି ସୂଚନା ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ର ସଭାପତି ବାଲାରାଜୁ ପାଢ଼ି, ଉପସଭାପତି ସୁରେନ୍ଦ୍ର କୁମାର ମଲ୍ଲିକ, ସଂପାଦକ ଅଶୋକ କୁମାର ସାମଲ, ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ଶିବ ପ୍ରସାଦ ପାଚ୍ର, ବାଳକୃଷ୍ଣ ପାଢ଼ୀ, ଲଡୁ କିଶୋର ପଣ୍ଡା, ଏସ୍ ଏରା ସ୍ବାମୀ, ଗଣେଶ ଜେନା, ଜଗନ୍ନାଥ ତିଆଡ଼ି ପ୍ରମୁଖ ୧୦୦ ଜଣ ବରିଷ୍ଠ ନାଗରୀକ ବୁଦ୍ଧି ଜୀବି ଓ ଯୁବଗୋଷ୍ଠୀ ଉପସ୍ଥିତ ଥିଲେ। ସେମାନଙ୍କୁ ପ୍ରାକ୍ ଓ ପରବର୍ତ୍ତୀ ପରୀକ୍ଷା ମଧ୍ଯ କରାଯାଇଥିଲା। ଶେଷରେ ସଂଯୋଜକ ସୁକାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.