ଉଦଯାପନୀ ହେଲା ବଂଶଧାରା ବସନ୍ତ ମହୋତ୍ସବ

2
  • ଦ୍ବିତିଚାନ୍ଦ ଥିଲେ ମୁଖ୍ଯ ଆକର୍ଷଣ

  • ସମ୍ବଲପୁରୀ ସଙ୍ଗୀତରେ ଝୁମିଲେ ଦର୍ଶକ

(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି):ଉଦଯାପନୀ ହୋଇଛି ଗୁଣପୁର ରେ ଅନୁଷ୍ଠିତ ହେଉଥିବା ଚତୁର୍ଦ୍ଦଶ ରାଜ୍ୟ ସ୍ତରୀୟ ବଂଶଧାରା ବସନ୍ତ ମହୋତ୍ସବ । ଆଜି ଶେଷ ରଜନୀ ରେ ମା ତୋର ସାହାରା ମେଲୋଡି ଗୃପ୍ ର ଆକାଶ ପଟ୍ଟନାୟକ ଓ ସାଥିଙ୍କ ସମ୍ବଲପୁରୀ ସଙ୍ଗୀତରେ ଝୁମିଥିଲେ ଦର୍ଶକ। ଆଜିର ସଭାରେ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ କୋରାପୁଟ ବିଧାୟକ ରଘୁରାମ ମାଛ। ମଞ୍ଚରେ ଅଲମ୍ପିଆଡ ଦୁତି ଚାନ୍ଦ ଥିଲେ ମୁଖ୍ଯ ଆକର୍ଷଣ। ନବ ନିର୍ମାଣ ସମିତି ର ସଭାପତି ଅକ୍ଷୟ ଦାସ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପ, ବିଡିଓ ସ୍ବସ୍ତିକ ଜମାଦାରଙ୍କ ସମେତ ସିନେମା ନିର୍ଦ୍ଧେଶକ ତଥା ବିଜେପି ଜିଲ୍ଳା ସଭାପତି ଗୋପୀ ଆନନ୍ଦ, ଗୁଣପୁର ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ, ଗୁଡାରି ପଞ୍ଚାୟତ ସମିତି ଉପାଧ୍ୟକ୍ଷ ବିଶ୍ବନାଥ ଶବର ଉପସ୍ଥିତ ଥିଲେ। କାର୍ଯ୍ଯକାରୀ ସଭାପତି ରମେଶ ଲିମା ସଭା କାର୍ଯ୍ଯକ୍ରମ ଆରମ୍ଭ କରିଥିବା ବେଳେ ଉମା ଦାସ ଅତିଥି ନିମନ୍ତ୍ରଣ ଓ ସର୍ଦାର ବଲ୍ଲଭ ଭାଇ ପଟେଲ ଶ୍ରଦ୍ଧାଞ୍ଜଳି ମଣ୍ଡପର ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅନ୍ଯତମ କାର୍ଯ୍ୟକାରୀ ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ କୈଳାସ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ନବ ନିର୍ମାଣ ସମିତି ର ସମ୍ପାଦକ ରଂଜିତ ପାଢି ଉତ୍ସବ ର ମନ୍ତବ୍ଯ ଦେଇ ଲୋକ ପ୍ରତିନିଧି, ପ୍ରଶାସନିକ ଅଧିକାରୀ ଙ୍କ ଠାରୁ ଆରମ୍ଭ କରି ଜନଜାତି ପ୍ରତିନିଧି, ରାଜ୍ଯ ସରକାରଙ୍କ ମନ୍ତ୍ରୀ ଓ ଜଣେ ଅଲମ୍ପିଆଡ ଅତିଥି ଭାବେ ଯୋଗ ଦେଇଥିବାରୁ ମଞ୍ଚର ଗାରିମା ବଢିଥିବା କହିଥିଲେ। ହସ୍ତଶିଳ୍ପ ମେଳା, ସାହିତ୍ୟ ସଭା, କ୍ରିଡା ପ୍ରତିଯୋଗିତା, ବନ୍ଧୁ ମିଳନ ଇତ୍ଯାଦି କାର୍ଯ୍ଯକ୍ରମ ସମ୍ପର୍କରେ କହିଥିଲେ। ଜନଜାତି ପ୍ରତିନିଧି ମୋହନ ଶବର, କୌତମୀ ଶବର ଓ ଯୋଶଦା ଶବରଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ବଳରାମ ପଣ୍ଡା ସ୍ମାରକୀ ଆନ୍ତରାଜ୍ଯ ବଂଶଧାରା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଆଜି ଫାଇନାଲ ଖେଳ ସରିଥିବା ବେଳେ ନବରଙ୍ଗପୁର ର ଓ୍ବିନେର ଦଳ କୁ ୩୫ ହଜାର ଓ ପାରଳାଖେମୁଣ୍ଡି ର ରନର୍ ଦଳକୁ ୨୫ ହଜାର ଟଙ୍କାର ଚେକ୍ ସହ ଟ୍ରଫି ପ୍ରଦାନ କରାଯାଇ ଥିଲା। ଅନ୍ଯ କୃତି ପ୍ରତିଯୋଗୀ ମାନଙ୍କୁ ମଧ୍ୟ ଆଜି ଏହି ମଞ୍ଚରେ ପୁରସ୍କାର ବିତରଣ କରା ଯାଇଥିଲା।

Leave A Reply

Your email address will not be published.