ଜାତୀୟ ଶିକ୍ଷା ନୀତି ୨୦୨୦ ଆଲୋଚନାଚକ୍ର

2

 

ଓଡ଼ଗାଁ,୨୮।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଦ୍ୱାରା ଆୟୋଜିତ ଜାତୀୟ ଶିକ୍ଷା ନୀତି ୨୦୨୦ ଆଲୋଚନାଚକ୍ର ଶରଣକୁଳ ନାରାୟଣ ଉଚ୍ଚ ବିଦ୍ୟାଳୟ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ନରେଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରଣପୁର ବିଧାୟୀକା ତଥା ଓଡ଼ିଶା ରାଜ୍ୟ ବିଧାନ ସଭାର ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ. ଦେବାଶିଷ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ । ତାଙ୍କ ସହିତ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ବନଲତା ମହାନ୍ତି, ରାଜ୍ୟ ଶିକ୍ଷକ ସଂଘର ସମ୍ପାଦକ ଜ୍ବତୀରଞ୍ଜନ ମିଶ୍ର, ଜିଲ୍ଲା ଶିକ୍ଷକ ସଂଘ ସମ୍ପାଦକ ଭକ୍ତ ରଞ୍ଜନ ମିଶ୍ର, ବ୍ଳକ ସାଧାରଣ ସଂଯୋଜକ ତଥା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜକିଶୋର ସାହୁ, ରଘୁନାଥ ମଲିକ ଯୋଗଦେଇଥିଲେ । ଏହି ଅବସରରେ ଅବସରପ୍ରାପ୍ତ ୪୨ ଶିକ୍ଷକ ଓ ଶିକ୍ଷୟିତ୍ରୀ ଦୁଇ ଅଣଶିକ୍ଷକଙ୍କୁ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତାଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା । ଜିଲ୍ଲା ସମ୍ପାଦକ ଭକରଞ୍ଜନ ମିଶ୍ର ଓଡ଼ଗାଁ ଶିକ୍ଷକ ଭବନର ଉନ୍ନତିକରଣ, ଓଡ଼ଗାଁ ବ୍ଲକ ପାଇଁ ସ୍ଥାୟୀ ଗୋଷ୍ଠୀ ଶିକ୍ଷାଧିକାରୀ ନିଯୁକ୍ତି ସହିତ ୩ କିରାଣୀ ପଦବୀ ପୁରଣ ପାଇଁ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଯାହା ଫଳରେ ପ୍ରତି ମାସର ୫ ତାରିଖରେ ଦରମା ପାଉଥିବା ଶିକ୍ଷକ ମାନେ ୩୦ ତାରିଖରେ ଦରମା ପାଇବାର ସୁଯୋଗ ପାଇବା ସହିତ ସଠିକ୍ ସମୟରେ ଏରିୟର ପାଇପାରିବେ । ଏବଂ ଶିକ୍ଷକଙ୍କ ଅବସର ବେଳେ ସେମାନଙ୍କୁ ଅପଟୁଡେଟ ପେନସନ ସହିତ ସମସ୍ତ ଦେୟ ଅର୍ଥ ଦିଆଯାଇପାରିବ । ମୁଖ୍ୟ ବକ୍ତା ଶିକ୍ଷକଙ୍କ ସମସ୍ୟା ବିଷୟରେ ଅବଗତ ଅଛନ୍ତି । ବାଚସ୍ପତି ଚାହିଁଲେ କ୍ଷଣକରେ ଏସବୁର ସମାଧାନ ହୋଇପାରିବ ବୋଲି କହିଥିଲେ । ନୂତନ ଶିକ୍ଷାନୀତି ୨୦୨୦ ସମୟର ପରିବର୍ତ୍ତନ ଅନୁସାରେ ଶିକ୍ଷାନୀତିର ପରିବର୍ତ୍ତନ ଆବଶ୍ୟକତା ରହିଛି । ଯେଉଁଦିନ ପର୍ଯ୍ୟନ୍ତ ଶିକ୍ଷକ ମାନଙ୍କୁ ଅତିରିକ୍ତ କାର୍ଯ୍ୟଭାରରୁ ମୁକ୍ତ କରାନଯାଇଛି, ସେପର୍ଯ୍ୟନ୍ତ ନୂତନ ଶିକ୍ଷାନୀତିର କାର୍ଯ୍ୟକାରୀତା ପୂର୍ଣ୍ଣାଙ୍ଗ ହୋଇପାରିବ ନାହିଁ । ଶିକ୍ଷକ ରଞ୍ଜନ କୁମାର ଦାଶ, ସିଆରସିସି ଜଶୋବନ୍ତ ପଟ୍ଟନାୟକ, ଜଗନ୍ନାଥ ବାରିକ, ନାରାୟଣ ଡାକୁଆ, ସଚିଦାନନ୍ଦ ଦାସ ପ୍ରମୁଖ ଶିକ୍ଷକମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.