ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ୨୮/୦୧ /୨୬- ଆଜି ନବନିର୍ମାଣ କୃଷକ ସଙ୍ଗଠନ ଏବଂ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦ ଡାକରାରେ ସାରା ମାଲକାନଗିରି ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଧାନ ମଣ୍ଡିର ଅବ୍ୟବସ୍ଥା, ପ୍ରଦୂଷଣ ନାମରେ ସାଧାରଣ ବ୍ୟକ୍ତି ଙ୍କ ଠାରୁ ଫାଇନ ଆଦାୟ, ଟାଟା ପାୱାରର ସ୍ମାର୍ଟ ମିଟର ନାମରେ ଶୋଷଣ ଓ କୃଷି ମନ୍ତ୍ରୀଙ୍କ ଉପସ୍ଥିତିରେ ଗୁଣ୍ଡାଙ୍କ ଦ୍ୱାରା ନବ ନିର୍ମାଣ ନେତୃତ୍ୱ ଉପରେ ଆକ୍ରମଣ ପ୍ରତିବାଦରେ ଆଜି ଓଡିଶା ବନ୍ଦ ଡାକରା ଦେଇଥିବା ବେଳେ ମାଲକାନଗିରି ଜିଲ୍ଲାରେ ମଧ୍ୟ ବନ୍ଦ ସଫଳ ହୋଇଥିବା ଦେଖିବାକୁ ମିଳିଛି। ନବନିର୍ମାଣ କୃଷକ ସଙ୍ଗଠନ କୁ କଂଗ୍ରେସ ମଧ୍ୟ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଛି।ମାଲକାନଗିରି ଜିଲ୍ଲାର ସଦରମହାକୁମା ବସଷ୍ଟାଣ୍ଡ ଛକ, ଡି ଏନ କେ ଛକ ନିକରେ କର୍ମୀମାନେ ରାସ୍ତା ବନ୍ଦ କରି ବସିଥିବା ଦେଖିବାକୁ ମିଳିଛି। ଉଭୟ ପାର୍ଶ୍ଵରେ ଗାଡି ମୋଟର ଅଟକି ରହିଛି। ସହରର ଦୋକାନ ବଜାର ଗାଡି ମୋଟର ସ୍କୁଲ କଲେଜ ବିଭିନ୍ନ ବେସରକାରୀ କାର୍ଯ୍ୟାଳୟ ମାନ ବନ୍ଦ କରିଥିବା ବେଳେ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ବନ୍ଦ କରି କୃଷକ ମାନଙ୍କୁ ବନ୍ଦର ସଫଳ କରାଇବାକୁ ଅନୁରୋଧ କରିଥିଲେ। ଏହି ବନ୍ଦ୍ ଡ଼ାକରା ରେ ଜିଲ୍ଲାର ମୁଖ୍ୟତଃ କୃଷକ ସଂଗଠନର ମୂଖ୍ୟ ଏରା ପଡ଼ିଆମି, ଦଶରଥ ଦୁରୁବା, ଦୀପକ ମଣ୍ଡଳ, ସୋମା ମାଡ଼କାମି, ବି. କାମେଶ୍ୱର ରାଓ, କଶା ମାଡକାମି ଓ ଜିଲ୍ଲାର ଅନ୍ୟ ସଦସ୍ୟ ଙ୍କ ସମେତ ଜିଲ୍ଳା କଂଗ୍ରେସ ର ସଭାପତି ଜି. ଶ୍ରୀନିବାସ ରାଓ, ପୂର୍ବତନ ସଭାପତି ଗୋବିନ୍ଦ ପାତ୍ର, ପ୍ରାଣକୃଷ୍ଣ ହାଲଦାର, ପର୍ଶୁରାମ ଭକ୍ତ, ପି. କେଶୁ ରାଓ, ପ୍ରଭାକର ପାଳ, ପଦ୍ମ ପାଙ୍ଗି, ସରୋଜ ପାତ୍ର, ରହିମ ଖାଁ, ଭିମା ବାର୍ଷେ ପ୍ରମୁଖ ଙ୍କ ସମେତ ଶତାଧିକ କର୍ମୀ ଉପସ୍ଥିତ ରହି ବିଜେପି ସରକାର ଙ୍କ ବିରୁଦ୍ଧ ରେ ବିଭିନ୍ନ ପ୍ରକାର ର ନାରା ବାଜି ଦେଇ ସହର ପରିକ୍ରମା କରିବା ସହ ସହରରେ ଥିବା ଅଫିସ, ଦୋକାନ ବଜାର ପ୍ରଭୃତି ସତପ୍ରତିସତ ଭାବେ ବନ୍ଦ କରାଇବାରେ ସଫଳ ହେଇଥିଲେ। ଆଜିର ଏହି ବନ୍ଦ ଡ଼ାକରା ରେ ଜିଲ୍ଲାର ପ୍ରବେଶ ଦ୍ଵାର ଗୋବିନ୍ଦ ପାଲ୍ଲୀ, ମାଥିଲି, ପାନଡ୍ରିପାଣି, ବଳିମେଳା, କାଲିମେଳା , ଶିଖପାଲ୍ଲୀ, ମୋଟୁ ଏବଂ ପଡିଆ ଅଞ୍ଚଳ ରେ ପ୍ରଭାବ ପଡ଼ିଥିବା ଜଣା ପଡ଼ିଛି ।
Sign in
Sign in
Recover your password.
A password will be e-mailed to you.
Next Post