ବିଜେପୁର :- ସୁଶାନ୍ତ ସାହୁ ସାଶକ ପ୍ରଶାସକ : ବରଗଡ଼ ଜିଲ୍ଲାର ବିଜେପୁର ସହରସ୍ଥିତ ବିଦେଶୀ ମଦ ଦୋକାନରେ ସରକାରୀ ନିୟମକୁ ଖୋଲା ଖୋଲି ଉଲଂଘନ କରି ଗୋଟିଏ କ୍ୱାଟର ମଦରେ ପ୍ରିଣ୍ଟ ରେଟ୍ ଠାରୁ ୩୦ ଟଙ୍କାରୁ ଅଧିକ ଅବୈଧ ଭାବେ ଆଦାୟ କରାଯାଉଥିବା ଅଭିଯୋଗ ଉଠିଛି। ଏହାକୁ ସାଧାରଣ ଲୋକଙ୍କ ଉପରେ ଖୋଲା ଲୁଟ୍ ବୋଲି ସ୍ଥାନୀୟ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଗ୍ରାହକଙ୍କ ଅଭିଯୋଗ ଅନୁଯାୟୀ, ଦୋକାନରେ ମଦ ବୋତଲ ଉପରେ ପ୍ରିଣ୍ଟ ଦର ସ୍ପଷ୍ଟ ଭାବେ ଥିଲେ ମଧ୍ୟ ଅତିରିକ୍ତ ଟଙ୍କା ଦେବାକୁ ବାଧ୍ୟ କରାଯାଉଛି। ଯେଉଁ ଗ୍ରାହକ ପ୍ରତିବାଦ କରୁଛନ୍ତି, ସେମାନଙ୍କ ସହ ଦୁର୍ବ୍ୟବହାର କରାଯାଉଥିବା ସହ “ନେବାକୁ ହେଲେ ନିଅ, ନ ନେଲେ ଯାଅ” ଭଳି ଧମକପୂର୍ଣ୍ଣ ଭାଷା ବ୍ୟବହାର କରାଯାଉଥିବା ଗୁରୁତର ଅଭିଯୋଗ ରହିଛି।ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି—ଏହି ଅନିୟମ ଦୀର୍ଘ ଦିନ ଧରି ଚାଲିଥିବା ସତ୍ତ୍ୱେ ଆବକାରୀ ବିଭାଗ ଓ ସ୍ଥାନୀୟ ପ୍ରଶାସନର ନିରବତା। ପ୍ରଶାସନୀୟ ବିନା ଏଭଳି ଅବୈଧ ଆଦାୟ କିପରି ସମ୍ଭବ—ଏନେଇ ସାଧାରଣ ଲୋକ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି।ଉଲ୍ଲେଖନୀୟ ଯେ, ଉକ୍ତ ମଦ ଦୋକାନଟି ବିଜେପୁରର ଜନଗହଳିପୂର୍ଣ୍ଣ ଏରିଆରେ ଥିବା ସତ୍ତ୍ୱେ ଏବଂ ଏହାକୁ ନେଇ ଅନେକଥର ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମରେ ଅଭିଯୋଗ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ସଠିକ୍ କାର୍ଯ୍ୟାନୁଷ୍ଠାନ ନ ହେବା ପ୍ରଶାସନର ଭୂମିକାକୁ ସନ୍ଦେହରେ ପକାଇଛି।ଏହି ଘଟଣାକୁ ନେଇ ସ୍ଥାନୀୟ ଜନସାଧାରଣ ତୁରନ୍ତ ତଦନ୍ତ, ଦୋକାନ ସିଲ୍ କରିବା ସହ ଦୋଷୀଙ୍କ ବିରୁଦ୍ଧରେ କଡା ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଶୀଘ୍ର ପଦକ୍ଷେପ ନ ନିଆଗଲେ ଆନ୍ଦୋଳନର ରାସ୍ତା ଆପଣେଇବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
Sign in
Sign in
Recover your password.
A password will be e-mailed to you.