ଜାତୀୟ ସ୍ତରୀୟ ତାଇକୋନ୍‌ଡୁ ପ୍ରତିଯୋଗୀତା ରେ ଜିଲ୍ଲା ଡାଇକୋଡୁ ଅନୁଷ୍ଠାନ, ଗଜପତି ଛାତ୍ର ଛାତ୍ରୀ ମାନଙ୍କର ସଫଳତା

2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତୀୟ ସ୍ତରୀୟ ତାଇକୋନ୍‌ଡୁ ପ୍ରତିଯୋଗୀତା ରେ ଜିଲ୍ଲା ଡାଇକୋଡୁ ଅନୁଷ୍ଠାନ, ଗଜପତି ଛାତ୍ର ଛାତ୍ରୀ ମାନଙ୍କର ସଫଳତା।
୧୮/୧/୨୦୨୬ ଠାରୁ ୨୩/୧/୨୦୨୬ ପର୍ଯ୍ୟନ୍ତ ରାଜସ୍ଥାନର ଜୟପୁର ସ୍ଥିତ ସାୱାଇ ମାନସିଂ ଷ୍ଟାଡିଅମ ଠାରେ ୨ୟ ଫେଡେରେସନ କପ୍ ୨୦୨୫-୨୬ , ଜାତୀୟ ସ୍ତରୀୟ ଡାଇକୋଡୁ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏହି ଡାଇକୋଣ୍ଡୁ ପ୍ରତିଯୋଗିତା , ଇଣ୍ଡିଆ ତାଇକୋନଡୁ ଦ୍ବାରା ଆୟୋଜନ କରଯାଇଥିଲା।
ଏଥିରେ ସମଗ୍ର ଭାରତର ବିଭିନ୍ନ ରାଜ୍ୟରୁ ସମୁଦାୟ ପ୍ରାୟ ୧୪୦୦ ଖେଳାଳୀ ଅଂଶଗ୍ରହଣ କରିଥିଲେ। ଗଜପତି ଜିଲ୍ଲାର ଜିଲ୍ଲା ଟାଇକୋନ୍‌ଡୁ ଏକାଡେମୀ , ପାରଳାଖେମୁଣ୍ଡି , ଗଜପତିର ଜଣେ ଛାତ୍ର ସାଗର ବାରିକ ଓ ୩ ଜଣ ଛାତ୍ରୀ ସୁବର୍ଣ୍ଣା ସାହୁ , ପି. ସାଇସ୍ମିତା ଓ ଅନୁଶ୍ରୁତା ମଲ୍ଲିକ ଉକ୍ତ ଟାଇକୋଣ୍ଡୁ ପ୍ରତିଯୋଗିତାରେ ଅଂଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ସୁବର୍ଣ୍ଣା ସାହୁ ରୌପ୍ୟ ପଦକ ଜିତିଥିବା ବେଳେ ଅନୁଶ୍ରୁତା ମଲ୍ଲିକ କାଂସ୍ୟ ପଦକ ହାସଲ କରି ଗଜପତି ଜିଲ୍ଲା ପାଇଁ ଖ୍ୟାତି ଅର୍ଜନ କରିଥିବା ଜିଲ୍ଲା ତାଇକୋନଡୁ ଏକାଡେମୀର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ମହାପାତ୍ର ଲିଖିତ ସୂଚନା ପ୍ରଦାନ କରିଛନ୍ତି।

Leave A Reply

Your email address will not be published.