ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଣୀପେଣ୍ଠ ସ୍ଥିତ ସୂର୍ଯ୍ୟା ଟେକ୍ନୋ ସ୍କୁଲରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।
ଉକ୍ତ ଉତ୍ସବରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଶାନ୍ତି , ମୈତ୍ରୀ , ସମୃଦ୍ଧି ଓ ସ୍ୱାଭିମାନର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପ୍ୟାରେଡ ରେ ଅବିଭାଦନ ଗ୍ରହଣ କରିଥିଲେ।
ସମ୍ମାନୀତ ଅତିଥି ଭାବେ ପୂର୍ବତନ ବିଧାୟକ ଶ୍ରୀ ସୂରିୟା ରାଓ ଯୋଗ ଦେଇ ଗଣତନ୍ତ୍ର ଦିବସର ମହତ୍ତ୍ବ ବୁଝାଇ ପିଲାମାନଙ୍କୁ ସୁନାଗରିକ ହେବା ପାଇଁ କହିଥିଲେ। ପରେ ସ୍କୁଲର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସେନାପତି ତିରୁପତି ରାଓ ଏବଂ ଅଧ୍ୟାକ୍ଷା ସୁଶ୍ରୀ ଅର୍ଚ୍ଚିନା ଗମାଙ୍ଗ ନିଜ ନିଜର ଅଭିଭାଷଣ ଦେଇଥିଲେ।
ପରେ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ ନୃତ୍ୟ ପରିବେଷଣ କରଯାଇଥିଲା। ଉକ୍ତ ଉତ୍ସବକୁ ସ୍କୁଲର ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.