ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ।

2

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ -୨୬/୧/୨୬: ମାଲକାନଗିରି ଜିଲ୍ଲା ସଦରମହକୁମାସ୍ଥ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ସଂପାଦକ ଅଶୋକ କୁମାର ସାମଲ ଙ୍କ ତତ୍ବାବଧାନରେ ମହାସମାରୋହରେ ପାଳିତ ହୋଇଯାଇଛି।
ଏଥିରେ ଉପସଭାପତି ସୁରେନ୍ଦ୍ର କୁମାର ମଲ୍ଲିକ ପତକା ଉତ୍ତୋଳନ କରି ଭାରତର ସମ୍ବିଧାନ ର ପ୍ରସ୍ତାବନାର ଏକ ଅଂଶ ଭାରତ ଏକ ସାର୍ବଭୌମ ସମାଜବାଦୀ ଧର୍ମନିରପେକ୍ଷ ଗଣତନ୍ତୀୟ ସାଧାରଣତନ୍ତ୍ର ରାଷ୍ଟ୍ର ଅଟେ। ଏହା ଲୋକଙ୍କ ଦ୍ବାରା, ଲୋକଙ୍କର ଓ ଲୋକଙ୍କ ସକାଶେ ବୋଲି କହିଥିଲେ। ଉପସ୍ଥିତ ବରିଷ୍ଠ ନାଗରିକମାନେ ଆଜିର ଦିବସକୁ ସାର୍ଥକ କରିବା ପାଇଁ ସମାଜ ସେବାରେ ବ୍ରତୀ ହେବା ବୋଲି ବକ୍ତବ୍ଯ ପ୍ରଦାନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ତିଆଡ଼ି, ଲଡ଼ୁ କିଶୋର ପଣ୍ଡା, ଗଣେଶ ଚନ୍ଦ୍ର ଜେନା, ଶଶାଙ୍କ ମିଶ୍ର, ବିରଞ୍ଚିନାରାୟଣ ଦାଶ, ଅଭିମନ୍ୟୁ ବେହେରା, ବାବାଜୀ ଚରଣ ସ୍ବାଇଁ, ବାଳକୃଷ୍ଣ ପାଢ଼ୀ, ଶିବ ପ୍ରସାଦ ପାତ୍ର, ବିକ୍ରମ କିଶୋର ଦାସ, ଚିରଞ୍ଜିବୀ ମହାପାତ୍ର, ନବ କୁମାର ସାହୁ, ଜୟଦେବ ରାଉଳ, ଉପଦେଷ୍ଟା କେ. ଭେଙ୍କଟ ରାମଣା, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ପଦ୍ମ ରଞ୍ଜନ ଦାଶ, ନାରୁ ପଟ୍ଲା, କେ. ଶିବଶଙ୍କର ପାତ୍ର, ଲିଙ୍ଗରାଜ ସେନାପତି, କାଳୁ ଚରଣ ମହାରଣା, ପ୍ରଫୁଲ୍ଲ କୁମାର ଦାଶ ଓ ଅନୁନ୍ୟ ୬୦ ଜଣ ସଦସ୍ୟ ଉପସ୍ଖିତ ଥିଲେ।

Leave A Reply

Your email address will not be published.