ଓଡ଼ଗାଁ,୨୬।୧(ଶ୍ରୀକାନ୍ତ କୁମାର ମିଶ୍ର ): ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ପାଇଁ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଦାଲତଙ୍କ ତାଲୁକ ଆଇନ ସେବା କମିଟି ଆନୁକୂଲ୍ୟରେ ସୋମବାର ସାଧାରଣତନ୍ତ୍ର ଦିବସ ପାଳନ ପରେ ବାଲ୍ୟ ବିବାହ ନିରୋଧ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ତାଲୁକ ଆଇନ ସେବା କମିଟିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ସଂଘମିତ୍ରା ଶର୍ମାଙ୍କ ନେତୃତ୍ୱରେ ପିମିଟି କଲେଜର ଶିକ୍ଷାର୍ଥୀମାନେ ପୋଷ୍ଟର ଧରି ସ୍ଳୋଗାନ୍ ଦେଇ ସାଇକେଲ ଶୋଭାଯାତ୍ରାରେ ବାହାରିଥିବା ବେଳେ ତାଙ୍କ ସହିତ ଦେୱାନୀ ବରିଷ୍ଠ ବିଭାଗ ବିଚାରପତି ଜନ୍ମେଜୟ ଦାସ, ଦେୱାନୀ କନିଷ୍ଠ ବିଭାଗ ବିଚାରପତି ପ୍ରେରଣାଶ୍ରୀ ଦେଓ, ଗ୍ରାମ ନ୍ୟାୟାଳୟ ନ୍ୟାୟାଧିକାରୀ ସୌମ୍ୟାଶ୍ରୀ ମହାପାତ୍ର ପ୍ରମୁଖଙ୍କ ସହିତ ବାର ଆସୋସିଏସନ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ସରକାରୀ ଓକିଲ ଏବଂ କୋର୍ଟ କର୍ମଚାରୀମାନେ ଶୋଭାଯାତ୍ରାରେ ସାମିଲ ହୋଇ ବାଲ୍ୟ ବିବାହ ହେଉଛି ଏକ ସାମାଜିକ କଳଙ୍କ ଏହାକୁ ପରିତ୍ୟାଗ କରି ବାଲ୍ୟ ବିବାହ ମୁକ୍ତ ଭାରତ ଗଠନ ନିମନ୍ତେ ଆହ୍ବାନ ଦେଇଥିଲେ। ସଂଯୋଜିକା ଶ୍ରଦ୍ଧାଞ୍ଜଳୀ ରଥ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ।
Sign in
Sign in
Recover your password.
A password will be e-mailed to you.