ନବରଙ୍ଗପୁର 26/01/2026,ଅଶୋକ ସାହୁ: ଭାରତର ୭୭ତମ ସାଧାରଣତନ୍ତ୍ର ଦିବସ ରେ ଗାଁ ଠାରୁ ସହର ଯାଏଁ ସବୁଠାରେ ଜାତୀୟ ପତାକା ତ୍ରିରଙ୍ଗା ଫର୍ ଫର୍ ଉଡ଼ି ଗୋଟିଏ ବାର୍ତ୍ତା ଦେଉଛି ଯେ ତା ନିକଟରେ ସକ୍ଷମ ଅକ୍ଷମ ,ଧର୍ମ ,ଜାତି,ବର୍ଣ୍ଣ,ଲିଙ୍ଗ ସଭିଏଁ ସମାନ। କେହି ନିଜର ନୁହଁ କି କେହି ପର ନୁହଁ। ନବରଙ୍ଗପୁର ଜିଲ୍ଲା ସ୍ଵତନ୍ତ୍ର ଶିକ୍ଷା ଏବଂ ଧନ୍ଦା ମୂଳକ ତାଲିମ କେନ୍ଦ୍ର “ଆଶା କିରଣ” ରେ ପତାକା ଉତୋଳନ କରିବାକୁ ଆସି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଖୁଣ୍ଟିଆ ତାଙ୍କ ବକ୍ତବ୍ୟ ରେ ଏହା କହିଥିଲେ। ଆହୁରି ମଧ୍ୟ କହିଥିଲେ ଯେ ମୋ ପାଇଁ ଅତି ସୌଭାଗ୍ୟର ର ବିଷୟ ଯେ ମୁଁ ଆଜି ପରି ଏକ ଶୁଭ ଦିନରେ ତୁମ ନିକଟରେ ପହଂଚି ପାରିଛି। ଆମ ଜାତୀୟ ପତାକା ଦେଶରେ ସମନତାର ବାର୍ତ୍ତା ବାଣ୍ଟୁଛି। ଭିନ୍ନକ୍ଷମ ପିଲାଙ୍କ ନିମନ୍ତେ ନବରଙ୍ଗପୁର ଜିଲ୍ଲା ର ଏକମାତ୍ର ସ୍ଵତନ୍ତ୍ର ଶିକ୍ଷା ଏବଂ ତାଲିମ କେନ୍ଦ୍ର ରେ ସକାଳ ୮ ଘଟିକା ବେଳେ ମହାସମାରୋହ ରେ ଅତିରିକ୍ତ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତୋଳନ କରିଥିଲେ। ପିଲାମାନେ ପୁଷ୍ପ ଗୋଛ ଦେଇ ସ୍ବାଗତ କରିଥିଲେ । ପିଲାଙ୍କୁ ମିଠା ସହିତ ବିଦ୍ୟାଳୟ ପୋଷାକ ବଣ୍ଟନ କରିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର ,ସହିତ ଗୋଷ୍ଟି ସାମାଜିକ ସୁରକ୍ଷା ଅଧିକାରୀ ଧନୁର୍ଜୟ ରାଓ, ଉପଖଣ୍ଡୀୟ ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ଇଲିଯା ବେଥ , ଜିଲ୍ଲା ପୋଗ୍ରାମ ଅଫିସର (ଏମରାଜେନ୍ସୀ) ହିମାଂଶୁ ପଟ୍ଟନାୟକ, ବରିଷ୍ଠ ରାଜସ୍ବ କିରାଣୀ ତଥା ରାଜ୍ୟ ଅମଲା ସଂଘ ସଭାପତି ଶ୍ରୀ ତ୍ରିପତି ବାଲାଜୀ ସାହୁ ସମେତ ଅନେକ ଅଭିଭାବକ ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରି ପିଲା ଙ୍କୁ ମିଠା ପ୍ରଦାନ କରିଥିଲେ। ପରେ ପରେ ରାଜ୍ୟ ଡ୍ରାଇଭର ସଂଘ ର ଜିଲ୍ଲା ଶାଖା ସଂଘା ର ପ୍ରାୟ ୬୦ ଜଣ ଆସି ଯୋଗଦେଇ ପିଲାଙ୍କୁ କଦଳୀ,ମିଠା ,ଖାତା ପ୍ରଦାନ କରିଥିଲେ।
ଏଥିରେ ଆଶା କିରଣ କର୍ମଚାରୀ ଇନ୍ଦ୍ରମଣି ମଙ୍ଗରାଜ,ସନ୍ଧ୍ୟାରାଣୀ ବେହେରା ,ଶାନ୍ତି ପଣ୍ଡା ,ରଶ୍ମିତା ପ୍ରଧାନ ,ପାର୍ବତୀ ଜାନି,ଈଶ୍ୱର ବଞ୍ଜାରା, ରଶ୍ମିତ ଧନଫୁଲ ସହଯୋଗ କରିଥିଲେ । ଆଶା କିରଣ ଅଧ୍ୟକ୍ଷ ଜଗନ୍ନାଥ ବେହେରା ଅତିଥି ମାନଙ୍କୁ ସ୍ଵାଗତ ଜଣାଇବା ସହ ଧନ୍ୟବାଦ୍ ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post