ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳନ ଉତ୍ସବ ରେ ସରକାରୀ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧି ଙ୍କୁ ବିଧାୟକଙ୍କ ଦୁର୍ବ୍ୟବହାର ପ୍ରଦର୍ଶନ

2

ଖୋର୍ଦ୍ଧାରୁ (ସେକ ଜାଫର): ଖୋର୍ଦ୍ଧା-ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ବୀରଯୋଦ୍ଧା ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ଖୋର୍ଦ୍ଧା ବିଜେବି ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବାକୁ ଯିବା ସମୟ ରେ ସେଠାରେ ପାହାଚ ନିର୍ମାଣ ହୋଇନଥିବା ଦେଖି ଉତ୍ତ୍ୟକ୍ତ ହୋଇପଡି ବିଦ୍ୟାଳୟ ର ଛାତ୍ର, ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ବୁଦ୍ଧିଜୀବି ତଥା ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସମ୍ମୁଖ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଭୁ ପ୍ରସାଦ ସେନାପତି ଆଶ୍ରାବ୍ୟ ଭାଷା ରେ ଗାଳି ଗୁଲଜ କରିବା ସହିତ ଚାପୁଡ଼ା ମାରିବେ ବୋଲି କହିଥିଲେ l ଏପରିକି ସେଠାରେ ଉପସ୍ଥିତ ଥିବା ଖୋର୍ଦ୍ଧା ର ଅତିରିକ୍ତ ଜିଲ୍ଲାପାଳ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଉପ ଜିଲ୍ଲାପାଳ ସଂକଳ୍ପ ସ୍ଵସ୍ତିକ ସାହୁ, ଜିଲ୍ଲା ସୁଚନା ଓ ଲୋକସଂପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିଲେ l ଏ ସବୁ ଦୃଶ୍ୟ ସେଠାରେ ଉପସ୍ଥିତ ଥିବା ସମାଜ ର ପ୍ରତିନିଧି ରାମ ନାରାୟଣ ଦାଶ ଫୋଟ ଉତ୍ତୋଳନ କରୁଥିବା ବେଳେ ବିଧାୟକ ଶ୍ରୀ ଜଗଦେବ ଚିହିଙ୍କି ଉଠି ତାଙ୍କ ମୋବାଇଲ ଛଡ଼ାଇ ନେବା ସହିତ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ, ଏପରିକି ସେଠାରେ ଉପସ୍ଥିତ ଥିବା କିଛି ବିଜେପି କର୍ମୀ ତାଙ୍କୁ ମାରିବାକୁ ଉଦ୍ୟମ କରିବା ସହିତ ମୋବାଇଲ ରୁ ଘଟଣା ସ୍ଥଳ ର ସମସ୍ତ ରେକର୍ଡିଂ ଗୁଡ଼ିକ ଡିଲିଟ କରିଦେଇଥିଲେ l ସାମ୍ବାଦିକ ରାଜେଶ ଚନ୍ଦ୍ର ମହାନ୍ତି ବିଧାୟକ ଙ୍କୁ ଏପରି ବ୍ୟବହାର ପ୍ରଦର୍ଶନ ନକରିବାକୁ କହିବା ସମୟ ରେ ତାଙ୍କୁ ସେ ଦୁର୍ବ୍ୟହାରର କରିବା ସହିତ ବିଭିନ୍ନ ଆଶ୍ରlବ୍ୟ ଭାଷାରେ ଗାଳି ଗୁଲଜ କରିବା ସହିତ ମାରିବାକୁ ଉଦ୍ୟମ କରିଥଲେ ଫଳରେ ସେଠାରେ ଏକ ଅପ୍ରତିକର ପରିସ୍ଥିତି ସୃଷ୍ଟି ହୋଇଥିଲା l ଘଟଣା ସଂପର୍କ ରେ ଖବର ପାଇ କିଛି ଗଣମାଧ୍ୟମ ପ୍ରତିନିଧି ସେଠାରେ ପହଞ୍ଚି ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ନିକଟରେ ନିଜର ଅସନ୍ତୋଷ ଜାହିର କରିବା ସହିତ ତାଙ୍କୁ ସଭାସ୍ଥଳ କୁ କାହିଁକି ଏପରି ଅପମାନିତ କରାଗଲା ବୋଲି ପ୍ରଶ୍ନ କରିବା ସହିତ ଘଟଣା ସ୍ଥଳ ରୁ ଚାଲି ଆସିଥିଲେ l ବିଧାୟକ ଶ୍ରୀ ଜଗଦେବ ପୁର୍ବରୁ ମଧ୍ୟ ଏପରି ଆଚରଣ ଓ ଉଚ୍ଚାରଣ ଯୋଗୁଁ ସାଧାରଣ ରେ ନିନ୍ଦିତ ହୋଇଥିବା ବେଳେ ଏହାକୁ ନେଇ ଅସନ୍ତୋଷ କୁହୁଳି ବାରେ ଲାଗିଛି l ବିଧାୟକ ଙ୍କ ଏପରି ଆଚରଣ ଯୋଗୁଁ ବିଭିନ୍ନ ସାମ୍ୱାଦିକ ସଂଗଠନ ଏହାକୁ ଦୃଢ଼ ଭାବରେ ନିନ୍ଦା କରିବା ସହିତ ବିଧାୟକ ଯୋଗଦେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ରେ ତାଙ୍କୁ ବିରୋଧ କରାଯିବ ବୋଲି ଆଲୋଚନା ହେଉଛି l

Leave A Reply

Your email address will not be published.