ଝାରସୁଗୁଡା: ଆଜି ନବ ଦାସ ଫାଉଣ୍ଡେସନ ତରଫରୁ ଏକ ବିଶାଳ ସ୍ବାସ୍ଥ୍ୟ ଶିବିର ବଡ଼ମାଳ ସ୍ଥିତ ଏକ ଘରୋଇ ହୋଟେଲ ପାଖ ପଡିଆରେ ଅନୁଷ୍ଠିତ ହୋଇଯାଇଛି। ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ୩ୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ପୂର୍ବତନ ବିଧାୟକ ଦିପାଳୀ ଦାସ ଓ ଭାଇ ବିଶାଳ ଦାସଙ୍କ ଅଧ୍ୟକ୍ଷତାରେ ଏହି ସ୍ବାସ୍ଥ୍ୟ ସେବା ଶିବିର ସଂଜୀବନୀ ହସ୍ପିଟାଲ ର ସହଯୋଗ ଆୟୋଜନ କରାଯାଇଛି ।ଏହି ସ୍ୱାସ୍ଥ୍ୟ ଶିବିର କୁ ସ୍ୱର୍ଗତ ନବ ଦାସ ଙ୍କ ପତ୍ନୀ ମିନତି ଦାସ ଉଦଘାଟନ କରିଥିଲେ। ଏହି ସ୍ବାସ୍ଥ୍ୟ ସେବା ଶିବିର ଟି ସମ୍ପୂର୍ଣ୍ଣ ଭାବେ ମାଗଣା ରହିଥିବା ବେଳେ , ଲୋକଙ୍କୁ ସଠିକ ଭାବେ ଚିକିତ୍ସିତ କରିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଶାଳ ଓ ଦିପାଳୀ କହିଛନ୍ତି । କେବଳ ସେତିକି ନୁହେଁ , ଏହା ବାପାଙ୍କ ଇଛା ରହିଥିଲା ଯେ ଜିଲ୍ଲା ର ସମସ୍ତ ଜନସାଧାରଣ ତଥା ରାଜ୍ୟ ବାସୀ ଙ୍କୁ ସମସ୍ତ ପ୍ରକାର ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ତେବେ ଆଜି ଅସ୍ଥି ଓ ଶଲ୍ୟ ବିଶେଷଜ୍ଞ , ହୃଦରୋଗ ବିଶେଷଜ୍ଞ,ଚକ୍ଷୁ ରୋଗ ବିଶେଷଜ୍ଞ,ମେଡିସିନ ବିଶେଷଜ୍ଞ, ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞ , ଶିଶୁ ରୋଗ ବିଶେଷଜ୍ଞ,ଦନ୍ତ ରୋଗ ବିଶେଷଜ୍ଞ ପ୍ରମୁଖ ଭାବେ ମାଗଣାରେ ଇ.ସି.ଜି ଓ ରକ୍ତ ପରୀକ୍ଷା ଏହି ସ୍ବାସ୍ଥ୍ୟ ସେବା ଶିବିରରେ ସୁବିଧା ଯୋଗାଇ ଦିଆଯାଇଛି ।
ଆଜି ଏହି ସ୍ୱାସ୍ଥ୍ୟ ଶିବିର ରେ ୪୦୦ ସହ ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ନିଜର ସ୍ୱାସ୍ଥ୍ୟ ଯାଞ୍ଚ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେଡି ସଭାପତି, ହରିଶ ଗଣତ୍ରା, ସାଧାରଣ ସମ୍ପାଦକ ପିଣ୍ଟୁ ପାଢ଼ୀ , ଦୋମୋଦର ନାଥ , ତାପସ ରାୟ ଚୌଧୁରୀ, ସନ୍ଦୀପ ଅବସ୍ତି, ଅଶୋକ ଦାସ,ପୱନ ସିଂହ ଯାଦବ, ପୱନ ଶର୍ମା, ଆଲୋକ ତ୍ରିପାଠୀ, ଚିତ୍ରେନି ପଟେଲ, ନବନିତ୍ କୋର , ଗୀତାଞ୍ଜଳି ପଣ୍ଡା, ମଧୁମିତା ଶୁଭନିଲ, ନେତ୍ରାରାନୀ ସାହା, ମମତା ଦୀପ, ବେବି ବର୍ମା,ଚିରଞ୍ଜିବୀ ପତି, ସୁବାସ କେଡିଆ, ଗଣନାଥ ତ୍ରିପାଠୀ, ଚୂଡ଼ାମଣି ବଢେଇ, ସମୀର ପ୍ରଧାନ, ପବିତ୍ର ପ୍ରଧାନ,ରାଜେନ୍ଦ୍ର ବାଗ ,ଶିବାଶିଷ ପଟ୍ଟନାୟକ ଙ୍କ ସମେତ ଅନେକ ବରିଷ୍ଠ କର୍ମକର୍ତ୍ତା ସହଯୋଗ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.
Next Post