ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଲ, ୨୩-୦୧-୨୦୨୬: ମାଲକାନଗିରି ଜିଲ୍ଲା କାଲିମେଳା ଅନ୍ତର୍ଗତ ଏମପିଭି – ୨୬ ଗାଁ ନିକଟରେ ୧୦ ଫୁଟର ଏକ କୂଅରେ ପଡିଥିବା ଭାଲୁକୁ ବନ ବିଭାଗ ଦୀର୍ଘ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର କରିଛି । ଖାଦ୍ୟ ଅନ୍ୱେଷଣରେ ଆସି କୂଅ ଭିତରେ ପଡ଼ିଥିଲା ଭାଲୁ । ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଭାଲୁଟି ଗାଁ ଭିତରେ ପଶିଥିବା ବେଳେ ଗ୍ରାମର ଏକ କୂଅରେ ପଡିଯାଇଥିଲା । କୂଅଟି ଗଭୀର ଥିବାରୁ ଭାଲୁଟି ବାହାରକୁ ବାହାରି ନପାରି ଚିତ୍କାର କରୁଥିଲା । ଶୁକ୍ରବାର ସକାଳୁ ଗାଁ ଲୋକ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ କାଲିମେଳା ରେଞ୍ଜର ବନ ବିଭାଗ କର୍ମଚାରି ଏବଂ ମାଲକାନଗିରି ସ୍ଥିତ ବନ୍ୟଜନ୍ତୁ ଉଦ୍ଧାରକାରୀ ଦଳ ର କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଭାଲୁଟି କୂଅ ଭିତରେ ଗାତ ଖୋଳି ସେଠାରେ ପଶି ରହିଥିବା ବେଳେ ଉଦ୍ଧାରକାରୀ ଦଳ କୂଅ ଉପରେ ଯନ୍ତା ଏବଂ ଜାଲ ବିଛାଇ ଜଗି ବସିଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ କରିବା ପରେ କୂଅ ଭିତରୁ ଭାଲୁକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା ।
Sign in
Sign in
Recover your password.
A password will be e-mailed to you.