ପଦ୍ମପୁର /ଶିବାଶିଷ ପଟ୍ଟନାୟକ (୨୩/୦୧) :- ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁରରେ ସରସ୍ଵତୀ ପୂଜା,ବିଦ୍ୟାରମ୍ଭ ସଂସ୍କାର ,ସାମୂହିକ ଖଡ଼ି ଛୁଆଁ ଉତ୍ସବ ଓ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି l ଏହି ଅବସରରେ ମାଆ ମାନେ ଭାଇ ଭଉଣୀ ମାନଙ୍କ ସହ କଳସ ଓ ଗ୍ରନ୍ଥ ଶୋଭାଯାତ୍ରାରେ ଗୋପାଳଜୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରି ପୁଣି ଶିଶୁ ମନ୍ଦିର କୁ ଫେରିଲା ବେଳେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଚୈତନ୍ୟ ଭୋଇ ଶିଶୁମାନଙ୍କ ପାଦ ଧୋଇ ସ୍ୱାଗତ କରିଥିଲେ । ପରେ ଅର୍ନ୍ତଯ୍ୟାମୀ ମେହେର ଙ୍କ ପୌରହିତ୍ୟ ରେ ସଂସ୍କାର ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏଥିରେ ସୌରଭ ରଂଜନ ପଣ୍ଡା ସପତ୍ନୀକ ଅଲିଭା ରଥ,ନିର୍ମଳ ସାହୁ ସପତ୍ନୀକ ସନ୍ତୋଷିନୀ ସାହୁ,ବିନୟ ପଣ୍ଡା ସପତ୍ନୀକ ତୃପିବାଲା ମିଶ୍ର,ତୋଷରାଜ ମେହେର ସପତ୍ନୀକ ଅରୂପା ମେହେର ପ୍ରମୁଖ ଯଜ୍ଞ କର୍ତ୍ତା ଦାୟିତ୍ଵ ତୁଲାଇଥିଲେ। ସଭାପତି ଶ୍ରୀଯୁକ୍ତ ପୃଥିରାଜ ସାହୁ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ମାର୍ଗ ଦର୍ଶନ କରିଥିଲେ। ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଶ୍ରୀଯୁକ୍ତ ଜୟନାରାୟଣ ତ୍ରିପାଠୀ, ସମ୍ପାଦକ ଶ୍ରୀଯୁକ୍ତ ଜନକ ଲାଲ ମେହେର,ପୂର୍ବତନ ଛାତ୍ର ପରିଷଦ ସଭାପତି ଶ୍ରୀଯୁକ୍ତ ଅଜୟ ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମ କୁ ଶ୍ରୀଯୁକ୍ତ ଦୁର୍ବାଦଳ ସାହୁ ଗୁରୁଜୀ ସଂଯୋଜନା କରିଥିଲାବେଳେ ପ୍ରାତଃ ପର୍ଯ୍ୟାୟ ପ୍ରମୁଖା ଶ୍ରୀମତୀ ସୁଜାତା ତ୍ରିପାଠୀ ସୂଚନା ପ୍ରଦାନ ସହ ଉଦ୍ଦେଶ୍ୟ କଥନ କରିଥିଲେ। ସମ୍ପାଦକ ଶ୍ରୀଯୁକ୍ତ ଜନକ ଲାଲ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଅବସରରେ ଶିଶୁ ମନ୍ଦିର ପରିସରରେ ସରସ୍ଵତୀ ପୂଜା ଅନୁଷ୍ଠିତ ହୋଇଥିଲା ଏଥିରେ ମୁଦିରଥ ପଣ୍ଡା ପୂଜକ ଦାୟିତ୍ୱ ତୁଲାଇଥିଲେ। କୁନିକୁନି ଲେଖନୀରୁ ଲିଖିତ ଓ ଚିତ୍ରକଳାର ସମାହାର ଅରୁଣ କୁ ସଭାପତି ଶ୍ରୀଯୁକ୍ତ ପୃଥିରାଜ ସାହୁ ଉନ୍ମୋଚନ କରିଥିଲେ। ସେହିପରି ବିଦ୍ୟା ମନ୍ଦିର ବିଭାଗରେ ପୂଜକ ଭାବରେ ଶ୍ରୀଯୁକ୍ତ ଯଦୁମଣି ଦାଶ ଦାୟିତ୍ୱ ତୁଲାଇଥିଲେ । ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ଜୟନ୍ତୀ ପାଳନ ହୋଇଥିଲା। ଉଭୟ ସଂଗ୍ରାମୀ ଉପରେ ରଜତ କୁ. ସାହୁ ବକ୍ତବ୍ୟ ପ୍ରଦାନ କରିଥିଲେ । ସିଦ୍ଧାର୍ଥ ଶେଖର ସାହୁ ଭାଇ ମହାନ ସ୍ଵାଧୀନତା ସଂଗ୍ରାମୀ ଙ୍କ ଉପରେ ଅଭିଭାଷଣ ରଖିଥିଲେ । ଏହି କାର୍ଯ୍ୟକ୍ରମକୁ ଧନଞ୍ଜୟ ତାଣ୍ଡି ଗୁରୁଜୀ ସଂଯୋଜନା କରିଥିଲେ । ବହୁ ସଂଖ୍ୟାରେ ଭାଇ ,ଭଉଣୀ , ଅଭିଭାବକ, ଅଭିଭାବିକା, ପୁରାତନ ଛାତ୍ର, ପରିଚାଳନା ସମିତି ସଦସ୍ୟ, ମାତୃ ଭାରତୀ ସଦସ୍ୟା ଉପସ୍ଥିତ ରହି ସରସ୍ଵତୀ ମାତାଙ୍କ ପାଖରେ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।
Sign in
Sign in
Recover your password.
A password will be e-mailed to you.
Prev Post
Next Post