ଜିଲ୍ଲା ମହୋତ୍ସବ “ଯତରା” ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

2

ସୁନ୍ଦରଗଡ଼,(ବସନ୍ତ କୁମାର ଜେନା): ଆଜି ସ୍ଥାନୀୟ ବିକାଶ ଭବନ ଠାରେ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷ ଡ଼ା ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମହୋତ୍ସବ “ଯତରା -୨୦୨୬” ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା ।

ଆସନ୍ତା ଫେବୃଆରୀ ୮ ରୁ ୧୨ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ନିକଟସ୍ଥ ଯତରା ପଡ଼ିଆ ଠାରେ ସୁନ୍ଦରଗଡ଼ ଜିଲ୍ଲା ମହୋତ୍ସବ ଯତରା ଆୟୋଜିତ ହେବ । ବୈଠକରେ ଜିଲ୍ଲାପାଳ ଡ଼ା ମହାପାତ୍ର ଯତରା ନିମନ୍ତେ ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ ଯେଉଁଥିରେ ଆଂଚଳିକ, ରାଜ୍ୟ ସ୍ତରୀୟ ଏବଂ ଜାତୀୟ ସ୍ତରୀୟ ପ୍ରମୁଖ କଳାକାରମାନେ ଅଂଶ ଗ୍ରହଣ କରିବେ। ଏହା ସହିତ ତାରକା ରାତ୍ରି ମଧ୍ୟ ଅନୁଷ୍ଠିତ ହେବ। ଏହା ସହିତ ଏକ ସାଂସ୍କୃତିକ ଶୋଭାଯାତ୍ରା ମଧ୍ୟ ଆୟୋଜିତ ହେବ। ସେହିଭଳି ବିଭିନ୍ନ ବର୍ଗରେ ପ୍ରତିଯୋଗୀତା , ଆଲୋଚନା ଚକ୍ର ଆଦି ମଧ୍ୟ ଅନୁଷ୍ଠିତ ହେବ ଏବଂ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ବ୍ୟକ୍ତି , ଅନୁଷ୍ଠାନ, ସଂସ୍ଥା ଆଦିଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରାଯିବ। ଏହା ଛଡ଼ା ଆସନ୍ତା ଫେବୃଆରୀ ୧ ରୁ ୫ ତାରିଖ ମଧ୍ୟରେ ସମସ୍ତ ବ୍ଲକ ସ୍ତର ରେ ମଧ୍ୟ ଯତରା ଅନୁଷ୍ଠିତ ହେବ। ବୈଠକରେ ଉପସ୍ଥିତ ସଦସ୍ୟ ମାନେ ଯତରାକୁ କିଭଳି ଶାନ୍ତି ଶୃଙ୍ଖଳାର ସହିତ ସରସ ସୁନ୍ଦର ଭାବେ ଆୟୋଜନ କରାଯିବ ସେ ନେଇ ନିଜ ନିଜର ମତାମତ ରଖିଥିଲେ।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂରଜ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ସୁରଞ୍ଜନ ସାହୁ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ମହେନ୍ଦ୍ର ନାଥ ମୁର୍ମୁ, ସଦର ଉପ ଜିଲ୍ଲାପାଳ ଶ୍ରୀମତୀ ତେଜସ୍ଵିନୀ ବେହେରା, ଆଇ ଏ ଏସ ଶିକ୍ଷାନବିଷ ସୁଶ୍ରୀ ଫାବି ରସିଦ, ସଦର ତହସିଲଦାର ଶ୍ରୀ କୁଳମଣି ରଣବିଡ଼ା, ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ନନ୍ଦିନୀ ମୁଣ୍ଡାରୀ,ସମସ୍ତ ବିଭାଗୀୟ ଅଧିକାରୀ , ମାନ୍ୟବର ସାଂସଦ ଏବଂ ମାନ୍ୟବର ବିଧାୟକ ମାନଙ୍କ ପ୍ରତିନିଧିବୃନ୍ଦ, ଜିଲ୍ଲାର ବରିଷ୍ଠ କଳାକାର, ବୁଦ୍ଧିଜୀବୀ, ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଉପସ୍ଥିତ ଥିଲେ ।ଉପରୋକ୍ତ ସବୁ କାର୍ଯ୍ୟକ୍ରମକୁ କିଭଳି ଭାବେ ସୁରୁଖୁରୁରେ ଏବଂ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରାଯିବ ସେଥି ନିମନ୍ତେ ଜିଲ୍ଲାପାଳ ଶ୍ରୀ ମହାପାତ୍ର ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

Leave A Reply

Your email address will not be published.