( କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର)ଗଞ୍ଜାମ ଜିଲ୍ଲା ଧରାକୋଟ ଥାନ ଅନ୍ତର୍ଗତ ଜାହାଡା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଯାହାକି ହୃଦୟ ବିଦାରକ ଖବର। ଉକ୍ତ ଗ୍ରାମର ଗୌଡ ସାହିର ମଙ୍ଗୁଳୁ ଗୌଡ଼ ର ଆଜି ବାହାଘର କାର୍ଯ୍ୟକ୍ରମ ପାଇଁ ବହୁ ଦିନ ଆଗରୁ ପ୍ରସ୍ତୁତି ଚାଲିଥିବା ବେଳେ ଘରେ ବଂଧୁ ଗହଳି କୁ ଦୃଷ୍ଟିରେ ରଖି ମଙ୍ଗଳୁ ଗତକାଲି ଘର ଉପର ଟାଙ୍କିରେ ପାଣି ଭର୍ତ୍ତି ନିମନ୍ତେ ମୋଟର ସୁଇଚ୍ ଚିପିବା ବେଳେ ହଠାତ୍ ତାଙ୍କ ଦେହକୁ ବିଦ୍ୟୁତ୍ ଆଘାତ ଲାଗିଯାଇଥିଲା। ଯାହା ଫଳରେ ସେ ଘଟଣାସ୍ଥଳରେ ହିଁ ଟଳି ପଡ଼ିଥିଲେ। ଏହି ଦୁଃଖଦ ଖବର ସାରା ଅଞ୍ଚଳରେ ବିଦ୍ୟୁତ୍ ବେଗରେ ଲୋକ ମାନଙ୍କ ନିକଟରେ ପହଞ୍ଚି ଯାଇଥିଲା। ଯଦ୍ୱାରା ବଂଧୁ ଓ ଗ୍ରାମ ବାସୀ ଘରେ ପହଞ୍ଚି ଯାଇଥିଲେ ଓ ଅନ୍ୟ ପକ୍ଷରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣା ର ତଦନ୍ତ ଆରମ୍ଭ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.