ଓଡ଼ଗାଁ,୨୧।୧(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ପୋଲିସ ଏକାଧିକ ମାମଲାରେ ସଂପୃକ୍ତ ଥିବା ଜଣେ ଅନ୍ତଃ ଜିଲ୍ଲା ମୋଷ୍ଟ ୱାଣ୍ଟେଡ୍ ବାଇକ୍ ଚୋରଙ୍କୁ ଗିରଫ କରିଛି । କଟକ, ଭୁବନେଶ୍ୱର, କନ୍ଧମାଳ ସହିତ ବିଭିନ୍ନ ଜିଲ୍ଲାରେ ରେକଡସଂଖ୍ୟକ ମାମଲାରେ ସମ୍ପୃକ୍ତି ରହିଥିବା ଜଣେ ମୋଷ୍ଟ ଓ୍ବାଣ୍ଟେଡକୁ ଗିରଫ କରିବା ପରେ ଆଶ୍ୱସ୍ତି ପ୍ରକାଶ ପାଇଛି । ଅପରାଧୀ ଜଣକ ଓଡ଼ଗାଁ ଥାନା ରୋହିବାଙ୍କ ପଞ୍ଚାୟତ ଭଗବତୀ ପ୍ରସାଦ ଗାଁର ଶ୍ୟାମଘନ ରାଉତଙ୍କ ପୁଅ ଜଟି ଓରଫ ସୁଶାନ୍ତ କୁମାର ରାଉତ(୩୭)। ଟ୍ରେନରେ ଯାଉଥିବା ଯାତ୍ରୀଙ୍କୁ ଆଳାପ ଆଲୋଚନା ମାଧ୍ୟମରେ ଆପଣାଇ ସୁବିଧା ଜନକ ଭାବେ ନାକରେ ରାସାୟନୀକ ପଦାର୍ଥ ଶୁଙ୍ଘାଇବା ନିଶ୍ଚଳ କରି ସେମାନଙ୍କ ଠାରୁ ସହଜରେ ସମସ୍ତ ଦ୍ରବ୍ୟ ଲୁଟ୍ କରିନେବାରେ ସେ ଧୁରନ୍ଧର ରହିଥିଲା । ଏବଂ ଲୁଟ କରି ପୋଲିସକୁ ଚକମା ଦେଇ ଖସି ଚାଲିଯାଉଥିଲା । ଏଥିସହିତ ସେ ଜଣେ ବୃତ୍ତିଗତ ବାଇକ୍ ଚୋର ଭାବେ ପରିଚିତ ଥିଲା । ବିଭିନ୍ନ ଜିଲ୍ଲାରେ ଏନେଇ ଅଭିଯୋଗ ରହିଥିବା ବେଳେ ରଣପୁର ଥାନାରେ ତା’ ନାମରେ ଓ୍ବାରେଣ୍ଟି ଜାରି ହୋଇଥିଲା । ରଣପୁର ଥାନା ଓଡ଼ଗାଁ ପୋଲିସକୁ ଓ୍ବାରେଣ୍ଟି ହସ୍ତାନ୍ତର କରିବା ପରେ ଓଡ଼ଗାଁ ପୋଲିସ ଖାନତଲାସୀ କରିବା ସହିତ ମଙ୍ଗଳବାର ରାତିରେ ଭଗବତୀ ପ୍ରସାଦ ଗାଁରେ ଚାଲିଥିବା ମକରମେଳାରୁ ତାକୁ ଗିରଫ କରିଥିଲେ । ଏବଂ ପରେ ତାକୁ ରଣପୁର କୋର୍ଟରେ ହାଜର କରିଥିଲେ । ସେଠାରେ ଜାମିନ ଖାରଜ ହେବାରୁ ତାକୁ ରଣପୁର ଜେଲ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି।
Sign in
Sign in
Recover your password.
A password will be e-mailed to you.