ଓଡ଼ଗାଁ, ୨୧।୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସିଭିଲ୍ କୋର୍ଟ ବାର୍ ଆସୋସିଏସନ୍ ହଲରେ ଓଡ଼ଗାଁ ତାଲୁକ ଆଇନସେବା କମିଟି (ଟିଏଲ୍ଏସସି) ଆନୁକୁଲ୍ୟରେ ନାଗରିକ ସମ୍ବିଧାନିକ ଅଧିକାର ଓ କାର୍ଯ୍ୟ ବିଷୟକ ଏକ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଟିଏଲସିର ସଚିବ ତଥା ଅତିରିକ୍ତ ଜିଲ୍ଲା ଜର୍ଜ ସଂଘମିତ୍ରା ଶର୍ମା, ଗ୍ରାମନ୍ୟାୟାଳୟ ନ୍ୟାୟଧିକାରିଣୀ ସୌମ୍ୟଶ୍ରୀ ମହାପାତ୍ର ଏବଂ କନିଷ୍ଠ ଦେୱାନୀ ଜର୍ଜ ପ୍ରେରଣାଶ୍ରୀ ଦେଓ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରି ନାଗରିକଙ୍କ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା କରିଥିଲେ ଓଡ଼ଗାଁ କୋର୍ଟର ଅତିରିକ୍ତ ସରକାରୀ ଅଧିବକ୍ତା ମନୋଜ ପଟ୍ଟନାୟକ ସହିତ ବିଭିନ୍ନ ବିଭାଗର ସରକାରୀ ଅଧିବକ୍ତାମାନେ ମଧ୍ୟ ଉପସ୍ଥିତ ଥିଲେ। ବରିଷ୍ଠ ଅଧିବକ୍ତା ଗୋବିନ୍ଦଚନ୍ଦ୍ର ସାହୁ ନାଗରିକ ସଚେତନତାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।ଏହି ଅବସରରେ ଓଡ଼ଗାଁ ଓକିଲ ସଂଘର ସଭାପତି ପୂର୍ଣ୍ଣିଚନ୍ଦ୍ର ସାହୁ, ଅଧିବକ୍ତା ସୁବାଷ ପାତ୍ର, ଚିରଞ୍ଜନ ଦାଶ, ପ୍ରମୋଦ ବିଶ୍ୱାଳ ଏବଂ ଅନ୍ୟାନ୍ୟ ଅଧିବକ୍ତାମାନେ ଆଲୋଚନାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post