ସହଜ ଯୋଗ ଧ୍ୟାନ ଶିବିର ଉଦଯାପିତ

2

୨ଶହରୁ ଅଧିକ ଶିବିରାର୍ଥୀ ଆହରଣ କଲେ ସହଜ ଯୋଗ ଧ୍ୟାନର ଅନୁଭୂତି,

ଓଡ଼ଗାଁ, ୨୧।୧ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଅନ୍ତର୍ଗତ କୋମଣ୍ଡ ମକରପଦା ଗ୍ରାମରେ ସହଜ ଯୋଗ ଟ୍ରଷ୍ଟର ଆୟୋଜନରେ ଗତ ୧୭ ତାରିଖରୁ ଚାରିଦିନ ଧରି ଚାଲିଥିବା ସହଜ ଯୋଗ ଧ୍ୟାନ ଶିବିର ମଙ୍ଗଳବାର ଉଦଯାପିତ ହୋଇଯାଇଛି। ପରମପୂଜ୍ୟ ମାତାଜୀ ଶ୍ରୀ ନିର୍ମଳା ଦେବୀଙ୍କ ପ୍ରତିଷ୍ଠିତ ସହଜ ଯୋଗ କୁଣ୍ଡଳିନୀ ଧ୍ୟାନ ପ୍ରଣାଳୀ ମାଧ୍ୟମରେ ଆତ୍ମସାକ୍ଷାତକାର ପ୍ରାପ୍ତି ଓ ସନ୍ତୁଳିତ ଜୀବନ ଯାପନ ପାଇଁ ଶାରୀରିକ, ମାନସିକ, ଆଧ୍ୟାତ୍ମିକ ଏବଂ ବୌଦ୍ଧିକ ଶିକ୍ଷା ପ୍ରଦାନ କରାଯାଇଥିଲା। ଜାତି, ଧର୍ମ, ବର୍ଣ୍ଣ ଭେଦଭାବରୁ ଉର୍ଦ୍ଧ୍ବରେ ରହି ସମଗ୍ର ବିଶ୍ୱ ମାନବ ସମାଜର କଲ୍ୟାଣ ନିମିତ୍ତ ସହଜ ଯୋଗ ଧ୍ୟାନର ପ୍ରୟୋଗ ଓ ଉପକାରିତା ବିଷୟରେ ଶିବିରାର୍ଥୀମାନେ ପ୍ରାୟୋଗିକ ଜ୍ଞାନ ଆହରଣ କରିଥିଲେ। ସୁରେଶ ଚନ୍ଦ୍ର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଧ୍ୟାନ ଶିବିରରେ ୨ଶହରୁ ଅଧିକ ଶିବିରାର୍ଥୀ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ।
ଉଲ୍ଲେଖନୀୟ ଯେ, ପରମପୂଜ୍ୟ ମାତାଜୀ ଶ୍ରୀ ନିର୍ମଳା ଦେବୀଙ୍କ ଦ୍ୱାରା ପ୍ରତିଷ୍ଠିତ ସହଜ ଯୋଗ ଧ୍ୟାନ ପ୍ରଣାଳୀ ବର୍ତ୍ତମାନ ବିଶ୍ୱର ୧୭୦ରୁ ଅଧିକ ଦେଶରେ ସଫଳତାର ସହ ପ୍ରଚାର-ପ୍ରସାର ହୋଇଚାଲିଛି।

Leave A Reply

Your email address will not be published.