ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଶୀତକାଳୀନ ସ୍ୱତନ୍ତ୍ର ଶିବିର

2

ବେଲଲଗୁଣ୍ଠା – (ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ କ୍ଷତ୍ରୀୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଶୀତକାଳୀନ ସ୍ୱତନ୍ତ୍ର ଶିବିର ଅନୁଷ୍ଠିତ ହୋଇଯାଇଅଛି. ଅଧ୍ୟକ୍ଷ ଡ. ଗିରିଧର ନାୟକ ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମର ଆଜି ଦ୍ୱିତୀୟ ଦିବସ ର ବୈଠକର ମୁଖ୍ୟ ଅତିଥି କ୍ଷତ୍ରୀୟବରପୁର ସରପଞ୍ଚ କମଳା କୁମାରୀ ପ୍ରଧାନ, ପୂର୍ବତନ ସରପଞ୍ଚ ରାମ କୃଷ୍ଣ ଦାସ ଏବଂ ପର୍ଶୁଲୁଣ୍ଡା ଗ୍ରାମର ସଭାପତି କାମରାଜୂ ଗୌଡ଼ ପ୍ରମୁଖ ଅତିଥି ମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ପରିବେଶ ଶିକ୍ଷା ବିଷୟରେ ଶିବିରାଥି ମାନଙ୍କୁ ସଚେତନ ବାର୍ତ୍ତା ପ୍ରଦାନ କରିଥିଲେ. ଅଧ୍ୟକ୍ଷ ଡ. ଗିରିଧର ନାୟକ ଏହି ପରିମଳ ଓ ସ୍ୱଛତା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ. ଜାତୀୟ ସେବା ଯୋଜନା ଅଧିକାରୀ ସିମାଞ୍ଚଳ ମହାନ୍ତି , ଜାତୀୟ ସେବା ଯୋଜନାର ୫୦ ଜଣ ସ୍ଵେଛା ସେବୀ ମାନଙ୍କୁ ନେଇ ଗ୍ରାମର କୋଠ ଗୃହ ଠାରୁ ଗ୍ରାମର ଶେଷ ପର୍ଯ୍ୟନ୍ତ ଅଳିୟ ଆବର୍ଜନା ଓ ଅନାବନା ଘାସ ସବୁ ପରିଷ୍କାର, ଜନ ଗଣନା, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପରିମଳ ବ୍ୟବସ୍ଥା ବିଷୟରେ ଗ୍ରାମର ଲୋକ ମାନଙ୍କୁ ସଚେତନ କରାଇ ଥିଲେ. ଏହି କାର୍ଯ୍ୟକ୍ରମରେ ଗ୍ରାମର ଅଧିକାଂଶ ଲୋକ ଅଂଶଗ୍ରହଣ କରିଥିଲେ. ଏହି ପରିମଳ କାର୍ଯ୍ୟକ୍ରମରେ ଆମ ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ. ପରିଶେଷରେ ରେ ଜାତୀୟ ସେବା ଯୋଜନା ଅଧିକାରୀ ସିମାଞ୍ଚଳ ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ.

Leave A Reply

Your email address will not be published.